ବଲାଙ୍ଗୀର : ସୋଲେ ଫିଲ୍ମ ଷ୍ଟାଇଲରେ ପାଣି ଟାଙ୍କି ଉପରକୁ ଚଢିଗଲା ପ୍ରେମିକ, ପୁଣି ଭିଡିଓ କଲ କରି ଆତ୍ମହତ୍ୟା ପାଇଁ କରୁଥିଲେ ଉଦ୍ୟମ… ଦେଓଗାଁରେ ଗତକାଲି ସକାଳ ୧୦ ଟା ସମୟରେ ନିଜ ଗ୍ରାମରେ ଥିବା ପାଣି ଟାଙ୍କି ଉପରକୁ ଚଢି ଯାଇଥିଲେ ପ୍ରେମିକ ପ୍ରବର ପିଣ୍ଟୁ ହରିପାଲ ! ସୋଲେ ଫିଲ୍ମ ଷ୍ଟାଇଲରେ ଆତ୍ମହତ୍ଯା ଉଦ୍ଯମ କରିଥିଲେ .. ପାଣି ଟାଙ୍କି ଉପରକୁ ଚଢିଗଲେ ଆଉ ନିଜ ପ୍ରେମିକା ପାଖକୁ ଭିଡିଓ କଲ୍ କଲେ, ହେଲେ ପ୍ରେମିକା ଜଣକ ଭିଡିଓ କଲ ରିସିଭ କଲେ ନାହିଁ ! ଯେଉଁ ଥିରେ ହତାସ ହୋଇ ପ୍ରେମିକ ପ୍ରବରଙ୍କ ଆତ୍ମହତ୍ଯାର ସୋଲେ ଫିଲ୍ମ ଫ୍ଲପ୍ ହୋଇଗଲା ! ଏ ପରି ଏକ ଲଭ୍ ଷ୍ଟୋରୀକୁ ନେଇ ଏବେ ବଲାଙ୍ଗୀର ଜିଲ୍ଲାରେ ବେଶ୍ ଚର୍ଚ୍ଚା ହେଉଛି ! ଦେଓଗାଁ ବ୍ଲକ କୁଠୁର୍ଲା ଗ୍ରାମର ଲଭର ବୟେ ପିଣ୍ଟୁ ହରପାଲ ! ସେ ବଲାଙ୍ଗୀର ସହରର ଜଣେ ଝିଅକୁ ଭଲ ପାଉ ଥିଲେ ! କୌଣସି କାରଣରୁ ଦୁହିକ ଭିତରେ ଫୋନରେ କଥା ହେବା ସମୟରେ ଝଗଡା ଲାଗିଥିଲା … ପରେ ପିଣ୍ଟୁ ସହିତ ତା ପ୍ରେମିକା କଥା ହେଉ ନ ଥିଲେ ! ଯେତେ ଫୋନ୍ କଲେ ମଧ୍ଯ ରିସିଭ କରୁନ ଥିଲେ ! ସେଥି ପାଇଁ ଗ୍ରାମରେ ଥିବା ଅଭର ହେଡ୍ ପାଣି ଟାଙ୍କି ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲା ପିଣ୍ଟୁ.. , ପାଣି ଟାଙ୍କି କଭର ଖୋଲି ଭିତରକୁ ପଶି ଗଲେ, ଦୁଇ ଘଣ୍ଟା ପରେ ସ୍ୱାଶ ରୂଦ୍ଧ ଅବସ୍ଥାରେ ଉଦ୍ଧାର କଲା ଦେଓଗାଁ ଅଗ୍ନିଶମ ବାହିନୀ ! ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭିର୍ତ୍ତି କରା ଯାଇଛି ! ଏଭଲି ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ! ଘଟଣାର ଅଧିକ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ଦେଓଗାଁ ପୋଲିସ….
Sign in
Sign in
Recover your password.
A password will be e-mailed to you.