ରିଜର୍ଭ ବ୍ୟାଙ୍କରେ ଫେରାଇ ହେବ ୨୦୦୦ ଟଙ୍କିଆ ନୋଟ୍

146

ମୁମ୍ବାଇ,(ଡିକେ ନୁ୍ୟଜ୍): ଦୁଇ ହଜାରଟଙ୍କିଆ ନୋଟ୍ ଫେରାଇବା ଓବଦଳାଇବା ଲାଗି ଭାରତୀୟ ରିଜର୍ଭବ୍ୟାଙ୍କ ଦେଇଥିବା ମହଲତ ଶେଷହୋଇଛି । ସଦ୍ୟତମ ସୂଚନାଅନୁସାରେ ପ୍ରାୟ ୧୨ ହଜାରକୋଟି ଟଙ୍କାର ୨୦୦୦ ଟଙ୍କିଆଫେରିନାହିଁ । ତେବେ ଯେଉଁମାନଙ୍କପାଖରେ ସେହି ନୋଟ୍ ରହିଛିସେମାନେ ନିରାଶ ହେବାର କୌଣସିକାରଣ ନାହିଁ । କୌଣସି ଅସୁବିଧାବସତଃ ଯେଉଁମାନେ ନୋଟ୍ଫେରାଇପାରିନାହାନ୍ତି ସେମାନେଦେଶର ବିଭିନ୍ନ ସ୍ଥାନରେ ଥିବା ରିଜର୍ଭବ୍ୟାଙ୍କର ୧୯ଟି ଇସୁ୍ୟ ଅଫିସ୍ରେତାହାକୁ ଦାଖଲ କରିପାରିବେ ।ଯେହେତୁ ୨୦୦୦ ଟଙ୍କିଆ ଲିଗାଲଟେଣ୍ଡର ହୋଇରହିଛି, ତେଣୁସେଗୁଡ଼ିକୁ ଫେରସ୍ତ କରାଯାଇପାରିବ । ରିଜର୍ଭ ବ୍ୟାଙ୍କର ଇସୁ୍ୟଅଫିସ୍ଗୁଡ଼ିକ ଭୁବନେଶ୍ୱର,ଥିରୁବନନ୍ତପୂରମ, ଅହମ୍ମଦାବାଦ,ବେଙ୍ଗାଲୁରୁ, ବେଲାପୁର, ଭୋପାଳ,ଚଣ୍ଡିଗଡ଼, ଚେନ୍ନାଇ, ଗୌହାଟି,ହାଇଦ୍ରାବାଦ, ଜୟପୁର, ଜମ୍ମୁ,କାନପୁର, କୋଲକାତା, ଲକ୍ଷ୍ନୌ,ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ ଓପାଟ୍ନାରେ ରହିଛି । ଲୋକମାନେଏକସଙ୍ଗେ ୧୦ ଖଣ୍ଡ ୨୦୦୦ଟଙ୍କିଆ ନୋଟ୍ ଇସୁ୍ୟ ଅଫିସ୍ରେବଦଳାଇ ସମାନ ପରିମାଣର ଅନ୍ୟନୋଟ୍ ଆଣିପାରିବେ । ତେବେ ଜମାକରିବାର କୌଣସି ସୀମା ନିର୍ଦ୍ଧାରଣକରାଯାଇନାହିଁ । ଦୁଇ ହଜାର ଟଙ୍କିଆବଦଳାଇବା ସମ୍ପର୍କରେ ରିଜର୍ଭ ବ୍ୟାଙ୍କପକ୍ଷରୁ ଅନ୍ୟ କୌଣସି ସୂଚନା ମଧ୍ୟଦ ି ଅ । ଯ । ଇ ନ । ହ ିଁ । ୨ ୦ ୧ ୬ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ବିମୁଦ୍ରୀକରଣ ଘୋଷଣା କରିପୁରୁଣା ୫୦୦ ଓ ୧୦୦୦ ଟଙ୍କିଆନୋଟ୍ ଅଚଳ କରିବା ପରେବଜାରରେ ଥିବା ପ୍ରାୟ ୮୭ ପ୍ରତିଶତନୋଟ୍ ଅଦରକାରୀ କାଗଜରେପରିଣତ ହୋଇଥିଲା । ସେହି ବୃହତ
ଶୂନ୍ୟ ସ୍ଥାନକୁ ଶୀଘ୍ର ପୂରଣ କରିବାଲାଗି ୨୦୦୦ ଟଙ୍କିଆ ନୋଟ୍ପ୍ରଚଳନ କରାଯାଇଥିଲା । ତେବେନୋଟ୍ର କାର୍ଯ୍ୟକାଳ ଶେଷହୋଇଯାଇଥିବା ଦର୍ଶାଇ ଚଳିତ ବର୍ଷମେ’ ୧୯ରେ ଭାରତୀୟ ରିଜର୍ଭବ୍ୟାଙ୍କ ନୋଟ୍ ଗୁଡ଼ିକୁ ପ୍ରତ୍ୟାହାରକରିବା ଘୋଷଣା କରିଥିଲେ ।ସେଥିପାଇଁ ପ୍ରଥମ ପର୍ଯ୍ୟାୟରେଲୋକମାନଙ୍କୁ ମେ’ ୨୩ରୁସେପ୍ଟେମ୍ବର ୩୦ ତାରିଖପର୍ଯ୍ୟନ୍ତ ସମୟ ଦିଆଯାଇଥିଲା ।ଏହାପରେ ସମୟ ସୀମାକୁଦ୍ୱିତୀୟ ଥର ପାଇଁ ଅକ୍ଟୋବର ୭ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

Leave A Reply

Your email address will not be published.