କଡ଼ାକଡ଼ି ହେବ ପଲିଥିନ୍ ଚଢଉ: ଟାର୍ଗେଟ୍ରେ ହୋଲ୍ସେଲ୍ ବେପାରୀ

135

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ପଲିଥିନ୍ ଚଢଉକୁ ନେଇପୁଣି ଥରେ ବିଏମସିର ନିଦ ଭାଙ୍ଗିଛି । ଶନିବାରକମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେବସିଥିବା ଏକ ସମୀକ୍ଷା ବେଠକରେ ଭୁବନେଶ୍ୱରକୁପଲିଥିନ୍ ମୁକ୍ତ କରିବାକୁ ଅଧିକାରୀମାନେ ପୁଣି ଥରେଶପଥ ନେଇଛନ୍ତି । ଚଢଉ ଜୋର୍ଦାର କରିବାକୁସମସ୍ତଙ୍କୁ ତାଗିଦ୍ କରାଯାଇଛି । କେଉଁଠୁ ନିଷିଦ୍ଧପଲିଥିନ୍ ଆସୁଛି, ସେହି ମୂଳ ଖୋଜିବାକୁଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ନିଷିଦ୍ଧପଲିଥିନ୍ ତାଲିକାରେ ପଲିଥିନ୍ କ୍ୟାରିବ୍ୟାଗ୍, ପ୍ଲାଷ୍ଟିକ୍
·ମଚ, ବେଲୁନ୍ ପାଇଁ ବ୍ୟବହାର ହେଉଥିବା ଷ୍ଟିକ୍,ଆଇସ୍କ୍ରିମ୍ ଷ୍ଟିକ୍, କେକ୍ କାଟିବା ପାଇଁ ବ୍ୟବହାରହେଉଥିବା ପ୍ଲାଷ୍ଟିକ୍ ଛୁରି, ମିଠା ପ୍ୟାକ୍ କରିବାକୁବ୍ୟବହାର ହେଉଥିବା ପଲିଥିନ୍, ଥର୍ମକୁଲ୍, ସିଗାରେଟ୍ପ୍ୟାକେଟ୍, ପିଭିସି ପାଇପ୍, ପ୍ଲାଷ୍ଟିକ୍ ଗ୍ଲାସ୍ ଓ କପ୍,ଡେକୋରେସନ ପାଇଁ ବ୍ୟବହୃତ ରଙ୍ଗବେରଙ୍ଗରପଲିଥିନ୍, ଷ୍ଟ୍ର, ଟ୍ରେ, ପ୍ଲେଟ୍ ପ୍ରଭୃତି ରହିଛି । କୌଣସିବ୍ୟବସାୟୀ ଏହାକୁ ବ୍ୟବହାର କରୁଥିବା ଦେଖାଗଲେକାର୍ଯ୍ୟାନୁଷ୍ଠାନ ହେବ । ଗ୍ରାହକମାନେ ମଧ୍ୟ ଫସିବେ ।ଏଥର ଆଉ କ୍ଷମା ନାହିଁ ବୋଲି କୁହାଯାଇଛି । ୨୦୨୨ଜୁଲାଇ ୧ ତାରିଖରେ ବିଏମସି କମିସନର ଶ୍ରୀକୁଲାଙ୍ଗେ ଏକ ଭିଡିଓ ବାର୍ତ୍ତା ଯୋଗେ ଏକକ ବ୍ୟବହାରଯୋଗ୍ୟ ପଲିଥିନ୍ ନିଷିଦ୍ଧ ହେଲା ବୋଲି ଘୋଷଣାକରିଥିଲେ । ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଲକ୍ଷ୍ୟନେଇ କିଛି ଦିନ ପାଇଁ ଟିମ୍ ଘୂରି ବୁଲିଲା । ବାଛି ବାଛିକେତେକ ଦୋକାନରେ ଚଢଉ କରିବା ସହଜରିମାନା ବି କଲା । ହେଲେ କିଛି ଦିନ ପରେ ସବୁଫୁସ୍କି ଗଲା । ୨୦୨୩ ଏପ୍ରିଲ୍ ୧୫ ତାରିଖରେହାଟଗୁଡ଼ିକୁ ନିଷିଦ୍ଧ ପଲିଥିନ୍ ବ୍ୟବହାରମୁକ୍ତ କରିବାକୁବିଏମସି ଘୋଷଣା କଲା । କୋଚିଲେଇ ହାଟରୁ ଏହିଅଭିଯାନର ଶୁଭାରମ୍ଭ କଲେ ମେୟର ସୁଲୋଚନାଦାସ । ହାଟ ବ୍ୟବସାୟୀ ସଂଘ ସହ ଆଲୋଚନା କରି୧୫ ଦିନ ଗ୍ରାହକମାନଙ୍କୁ ସଚେତନ କରିବାକୁସମୟ ଦିଆଗଲା । ତାହା ବି କିଛି ଦିନ ପରେ ଫୁସ୍କିଗଲା । କୌଣସି ହାଟ ପଲିଥିନ୍ ମୁକ୍ତ ହୋଇପାରିଲାନାହିଁ । ଉଲ୍ଲେଖଯୋଗ୍ୟ ଯେ ୨୦୨୨ ଅକ୍ଟୋବରରୁ୨୦୨୩ ମାର୍ଚ୍ଚ ମଧ୍ୟରେ ୩.୫ ମେଟ୍ରିକ ଟନର ନିଷିଦ୍ଧପଲିଥିନରୁ ପ୍ରସ୍ତୁତ ସାମଗ୍ରୀ ଜବତ ହେବା ସହ ୩ ଲକ୍ଷ୮୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା ।ଏପ୍ରିଲ୍ ୨ ତାରିଖରେ ୟୁନିଟ୍-୧ ହାଟରୁ ୨ ଟ୍ରକ୍ ପଲିଥିନ୍ଜବତ ହୋଇଥିଲା । ଏପ୍ରିଲ୍ ୮ ତାରିଖରେ ଡମଣାମାର୍କେଟ୍ ଅଞ୍ଚଳର ଏକ ଗୋଦାମ ଘରୁ ୧.୫ ଟନ୍ଓଜନର ନିଷିଦ୍ଧ ପଲିଥିନ୍ ପ୍ରସ୍ତୁତ ସାମଗ୍ରୀ ଜବତହୋଇଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ଥମି ଯାଇଥିଲା ।

Leave A Reply

Your email address will not be published.