ମୁମ୍ବାଇ, ୧୫ା୧୦: ମୁହଁରୁ ଝରୁଛିରକ୍ତ । ଦେହରେ ଖାକି ପୋଷାକ ।ହାତରେ ବନ୍ଧୁକ । ଲେଡି ସିଙ୍ଘମଲୁକରେ ଦମ୍ ଦେଖାଇଛନ୍ତି ଦୀପିକାପାଦୁକୋନ୍ । ଅକ୍ସନ ଅବତାରରେନଜର ଆସିଛନ୍ତି ଏହି ଅଭିନେତ୍ରୀ ।ତାଙ୍କର ଏହି ଲୁକ୍ ଫ୍ୟାନମାନଙ୍କ ହୋସ୍ଉଡାଇ ଦେଇଛି । ନବରାତ୍ରୀଅବସରରେ ଫ୍ୟାନମାନଙ୍କୁ ଭେଟିଦେଇଛନ୍ତି ଅଭିନେତ୍ରୀ ଦୀପିକାପାଦୁକୋନ୍ । ରିଲିଜ ହୋଇଛି ‘ସିଙ୍ଘମଅଗେନ୍’ର ଫାଷ୍ଟ ଲୁକ୍ । ରୋହିତଶେଟ୍ଟୀଙ୍କ ନିଦେ୍ର୍ଦଶିତ ଏହି ଫିଲ୍ମରେଦୀପିକା ପାଦୁକୋନଙ୍କ ଶକ୍ତି ଶେଟ୍ଟୀ
ଭୂମିକାରେ ଦେଖିବାକୁ ମିଳିବ ।ଏନେଇ ଦୀପିକା ନିଜ ଇନ୍ଷ୍ଟାଗ୍ରାମହ୍ୟାଣ୍ଡେଲରେ ଫିଲ୍ମର ଦୁଇଟି ପୋଷ୍ଟରସେଆର କରି ସୂଚନା ଦେଇଛନ୍ତି ।ଫଟୋରେ ଦୀପିକା ପୁଲିସପୋଷାକରେ ନଜର ଆସିଛନ୍ତି ।କେବଳ ସେତିକି ନୁହେଁ ଗୋଟିଏହାତରେ ବନ୍ଧୁକ ଓ ଆଉ ଗୋଟିଏହାତରେ କ୍ରିମିନାଲକୁ ଧରି ଦେଇଛନ୍ତିକିଲର୍ ପୋଜ୍ । ଏହି ପୋଷ୍ଟରକୁନିଦେ୍ର୍ଦଶକ ରୋହିତ ଶେଟ୍ଟୀ ମଧ୍ୟସେଆର କରି ନାରୀର ଅନ୍ୟ ଏକରୂପ ଦୁର୍ଗା ହୋଇପାରେ ବୋଲିଲେଖିଛନ୍ତି । ସିଙ୍ଘମ ଅଗେନରେଦୀପିକାଙ୍କ ଏହି ନୂଆ ଲୁକ୍ ସୋଶାଲମିଡିଆରେ ଭାଇରାଲ ହେବାରେଲାଗିଛି । ଦୀପିକାଙ୍କ ଏହି ପୁଲିସଅବତାରକୁ ଫ୍ୟାମମାନେ ବେଶ୍ପସନ୍ଦ କରିଛନ୍ତି । ନିଦେ୍ର୍ଦଶକ ରୋହିତଶେଟ୍ଟୀଙ୍କ କପ୍ ୟୁନିର୍ଭସର ଏହାହେଉଛି ପଞ୍ଚମ ଫିଲ୍ମ, ଯାହାର ଶୁଟିଂଆରମ୍ଭ ହୋଇସାରିଛି । ସେପଟେ ଏହି ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିବା ପରେ ଦୀପିକାଙ୍କ ସ୍ୱାମୀ ରଣବୀରସିଂହଙ୍କ କମେଣ୍ଟ କରି ନିଆଁ ଲଗାଇଦେବେ ବୋଲି କହିଛନ୍ତି । ସେହିପରିଆଲିଆ ଭଟ୍ଟ, ଜାହ୍ନବୀ କପୁର, ସମିତାଶେଟ୍ଟୀ ସମେତ ଅନେକ ବଲିଉଡକଳାକାର ମଧ୍ୟ ଦୀପିକାଙ୍କ ଏହି
ପୋଷ୍ଟରରେ କମେଣ୍ଟ କରି ତାଙ୍କ ଲୁକକୁ ପ୍ରଶଂସା କରିଛନ୍ତି । ସୂଚନାମୁତାବକ, ଫିଲ୍ମ “ସିଙ୍ଘମ ଅଗେନ୍’ଆସନ୍ତା ବର୍ଷ ଅଗଷ୍ଟ ୧୫ ତାରିଖରେ ରିଲିଜ ହେବ । ଏହି ଫିଲ୍ମର ଲିଡ୍ରୋ ଲରେ ଅଜୟ ଦେବଗନ ଅଛନ୍ତି ।ତାଙ୍କ ଅପୋଜିଟରେ ଦୀପିକାପାଦୁକୋନ୍ଙ୍କୁ ପ୍ରଥମ କରିଦେଖିବାକୁ ମିଳିବ । ସେହିପରିରଣବୀର ସିଂହ, କରୀନା କପୁର,ଅକ୍ଷୟ କୁମାର ଓ ବିକ୍କି କୌଶଲ ମଧ୍ୟଏଥିରେ ନଜର ଆସିପାରନ୍ତି ।୨୦୧୧ରେ ରିଲିଜ ହୋଇଥିବା ଫିଲ୍ମ”ସିଙ୍ଘମ’ର ଏହା ତୃତୀୟ ପାର୍ଟ ।
Sign in
Sign in
Recover your password.
A password will be e-mailed to you.
Next Post