ବିରାଜିଲେ ମା’ : ଝଲସୁଛି ମଣ୍ଡପ

152

ଭୁବନେଶ୍ୱର,୨୧ା୧୦(ଡିକେ ନୁ୍ୟଜ): ଦୁର୍ଗାପୂଜାକୁ ନେଇ ପଲ୍ଲୀଠୁ ସହରଚଳଚଞ୍ଚଳ । ମଣ୍ଡପରେ ଲାଗିଲାଣି ଗହଳି । ମା’ଙ୍କ ଧରାବତରଣ ନେଇଉତ୍ସବମୁଖର ପୂରପଲ୍ଲୀ । ଶକ୍ତିପୀଠରେ ଆଜି ଅଷ୍ଟମୀ ପୂଜା କରାଯାଉଥିବାବେଳେ ମଣ୍ଡପରେ ଆଜି ସପ୍ତମୀ ପୂଜା କରାଯାଇଥିଲା । ଚଣ୍ଡିପାଠଗୁଞ୍ଜରଣରେ ପ୍ରକମ୍ପିତ ହେଇଥିଲା ପରିବେଶ । ଭୋରରୁ ନଦୀରୁ ପବିତ୍ରଜଳ ଅଣାଯାଇ ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କରମହାସ୍ନାନ ପରେ ଚକ୍ଷୁଦାନ କରାଯାଇଥିଲା । ପରେ ନୀତିକାନ୍ତିଅନୁଯାୟୀ କରାଯାଇଥିଲା ସପ୍ତମୀ ପୂଜା । ସେପଟେଶକ୍ତିପୀଠରେ ଶୋଡ଼ଷ ଉପ·ରରେ ·ଲିଛି ମାଆଙ୍କଆରାଧନା । ଜଗତସିଂହପୁରର ମାଆ ଶାରଳା ଓ ସମ୍ବଲପୁରରଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠରେ ଅଷ୍ଟମୀପୂଜା ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀମା’ ବିମଳାଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଅଷ୍ଟମୀପୂଜାରେ ମାଆ କାକୁଡି ଖାଇଙ୍କ ନିକଟରେ କାକୁଡି ବଳିଦିଆଯାଇଥିଲା । ମା’ ଦୁର୍ଗାଙ୍କ ପୂଜା ପାଇଁ ବଡ଼ ବଡ ତୋରଣସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛିରାଜଧାନୀ ଭୁବନେଶ୍ୱର ଓ କଟକ । ଆକର୍ଷଣୀୟସାଜସଜ୍ଜାରେ ଝଲସୁଛି ·ରିଆଡ଼ । ମାଆଙ୍କ ଆରାଧନା ଓଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି ।

Leave A Reply

Your email address will not be published.