ପ୍ରଥମଥର ବିଶ୍ୱକପରେ ଭାରତଠାରୁ ହାରିଲା ନୁ୍ୟଜିଲାଣ୍ଡ

209

ଧର୍ମଶାଳା, ୨୨ା୧୦ :ଧର୍ମଶାଳାରେ ଅନୁଷ୍ଠିତ ଆଇସିସିବିଶ୍ୱକପର ଏକ ମ୍ୟାଚରେନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଦେଇଛି ଭାରତ । ୨୦୦୩ ପରେ
ପ୍ରଥମଥର ପାଇଁ ବିଶ୍ୱକପରେଭାରତଠାରୁ ପରାଜୟ ବରଣ କରିଛିନ୍ୟୁଜିଲାଣ୍ଡ । ଏହି ବିଜୟ ସହ ପଏଣ୍ଟଟେବୁଲର ଶୀର୍ଷରେ ପହଞ୍ଚିଯାଇଛିଭାରତ । ବିଜୟ ପାଇଁ ନ୍ୟୁଜିଲାଣ୍ଡଭାରତ ଆଗରେ ୨୭୪ ରନରବିଜୟ ଲକ୍ଷ୍ୟ ରଖିଥିଲା । ଭାରତପକ୍ଷରୁ ରୋହିତ ଶର୍ମା ( ୪୬ ରନ)ଓ ଶୁଭମନ ଗିଲ (୨୬ରନ) ଭଲଆରମ୍ଭ କରିଥିଲେ । କିନ୍ତୁମଧ୍ୟକ୍ରମରେ ବେଶ କେତୋଟିୱିକେଟ ହରାଇବା ପରେ ଟିମଇଣ୍ଡିଆ ·ପକୁ ଆସିଯାଇଥିଲା । କିନ୍ତୁବିରାଟ କୋହଲି ପୁଣି ଥରେ ଟିମଇଣ୍ଡିଆ ପାଇଁ ସଂକଟ ମୋଚକସାଜିଥିଲେ । ସେ ୯୫ ରନ କରିଭାରତୀୟ ବିଜୟରେ ମୁଖ୍ୟ ଭୂମିକାଗ୍ରହଣ କରିଥିଲେ । ଶ୍ରେୟସ ଆୟର୩୩ ରନ କରିଥିବାବେଳେକେଏଲ ରାହୁଲ ୨୭ରନକରିଥିଲେ । ରବୀନ୍ଦ୍ର ଜାଦେଜା (୩୫ରନ) ଚୌକା ମାରି ଦଳ ପାଇଁ ବିଜୟଆଣିଦେଇଥିଲେ । ଏହି ମ୍ୟାଚରେଭାରତ ଟସ ଜିତି ପ୍ରଥମେ ବୋଲିଂକରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଆରମ୍ଭରୁ୨ଟି ୱିକେଟ ହରାଇ ସଂକଟରସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର୧୯ ରନହୋଇଥିବାବେଳେ ଦଳଦୁଇ ଓପନର ଦେୱନ କନୱେ ଓ ୱିଲୟଙ୍ଗଙ୍କ ୱିକେଟ ହରାଇଥିଲା । କିନ୍ତୁଭାରତୀୟ ବଂଶୋଦ୍ଭବ ରାଚିନରବୀନ୍ଦ୍ର ଓ ଡାରିଲ ମିଚେଲ ଲଢୁଆବ୍ୟାଟିଂ କରି ଦଳକୁ ସଂକଟରୁ ଉଦ୍ଧାରକରିବା ସହ ସ୍କୋରକୁ ଦ୍ରୁତ ଗତିରେଆଗେଇ ନେଇଥିଲେ । ମିଚେଲବିସ୍ଫୋରକ ବ୍ୟାଟିଂ କରି ୧୩୦ରନ କରିଥିଲେ ଓ ଶେଷ ଓଭରରେମହମ୍ମଦ ସମିଙ୍କ ବଲରେ ଆଉଟହୋଇଥିଲେ । ସେହିପରି ରବୀନ୍ଦ୍ର୭୫ ରନ କରିଥିଲେ । ତେବେଭାରତୀୟ ବୋଲରମାନେ ଭଲପ୍ରତ୍ୟାବର୍ତ୍ତନ କରି ନ୍ୟୁଜିଲାଣ୍ଡରମଧ୍ୟକ୍ରମ ଓ ନିମ୍ନକ୍ରମକୁ ସହଳଆଉଟ କରିବାରେ ସଫଳହୋଇଥିଲେ । ଫଳରେ ନ୍ୟୁଜିଲାଣ୍ଡର
ସ୍କୋର ୩୦୦ ଟପିପାରିନଥିଲା ଓ ୨୭୩ ରନରେସୀମିତରହିଯାଇଥିଲା ।

Leave A Reply

Your email address will not be published.