ଆଜିର ଭାରତ ପୂଜ୍ୟ ଶହୀଦ ଓ ସଂଗ୍ରାମୀଙ୍କ ଅବଦାନ : ମୁଖ୍ୟମନ୍ତ୍ରୀ

144

ଭୁବନେଶ୍ୱର,୨୭ା୧୦(ଡିକେ ନୁ୍ୟଜ): ଘଣ୍ଟ,ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦରପ୍ରକମ୍ପନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ ଶୁକ୍ରବାର ରାଜ୍ୟସ୍ତରୀୟ ‘ମେରିମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅବସରରେ‘ମାଟି କଳସ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି ।
ଦେଶ ତଥା ରାଜ୍ୟର ସବୁ ପଞ୍ଚାୟତରୁ ସଂଗୃହିତପବିତ୍ର ମାଟିରେ ନୂଆଦିଲ୍ଲୀରେ ଏକ ଅମୃତବାଟିକା ପ୍ରତିଷ୍ଠା କରାଯିବ । ଆସନ୍ତା କାଲିଠାରୁ
ନୂଆଦିଲ୍ଲୀ ଅଭିମୁଖେ ଏହି ମାଟି କଳସ ଯାତ୍ରାଆରମ୍ଭ ହେବ । ୭୫ତମ ସ୍ୱାଧୀନତା ଦିବସପାଳନର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକ୍ରମ
ଅବସରରେ ଆଜି ଲୋକସେବା ଭବନକନ୍ଭେନ୍ସନ୍ ସେଣ୍ଟରରେ ‘ମେରି ମାଟିମେରା ଦେଶ’ର ରାଜ୍ୟସ୍ତରୀୟ ସମାପନ
ଦିବସ ପାଳନ କରାଯାଇଥିଲା ।ଏହିଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀକହିଛନ୍ତି ଯେ ଆଜିର ଭାରତ ଆମର ପୂଜ୍ୟ
ଶହୀଦ ଓ ସଂଗ୍ରାମୀମାନଙ୍କ ଅବଦାନ ।ସେମାନେ ଆମ ମାନସପଟ୍ଟରେ ଚିରଦିନ ପାଇଁଅମର ହୋଇ ରହିବେ । ଦେଶର ଅଗଣିତ
ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେଯେ ଓଡିଶା ହେଉଛି ପୁଣ୍ୟ ଭୂମି । ଏ ମାଟିରେ
ଦେଶର ସ୍ୱାଧୀନତା ତଥା ମାତୃଭୂମିର ଗୌରବପାଇଁ ଅନେକ ବୀର ଶହୀଦ ହୋଇଛନ୍ତି । ସେହିବୀର ମାଟିର ସମ୍ମାନାର୍ଥେ ଆୟୋଜିତ ଏହି ମାଟି
କଳସ ଯାତ୍ରା ଆମ ସମସ୍ତଙ୍କୁ ଦେଶର ଏକତାଓ ଅଖଣ୍ଡତା ପାଇଁ କାମ କରିବାକୁ ପ୍ରେରଣାଯୋଗାଇବ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏପରି ଏକମହତର କାର୍ଯ୍ୟକ୍ରମର ପରିକଳ୍ପନା ପାଇଁଧନ୍ୟବାଦ ଦେବା ସହ ଏହି ସମସ୍ତ ପୁଣ୍ୟ
ମାଟିର ସମାହାରରେ ନୂଆଦିଲ୍ଲୀରେ ନିର୍ମିତଅମୃତ ବାଟିକା ଆଗାମୀ ଦିନରେ ପ୍ରତ୍ୟେକଭାରତୀୟଙ୍କ ପାଇଁ ତୀର୍ଥ ସ୍ଥଳରେ ପରିଗଣିତ
ହେବ ବୋଲି କହିଥିଲେ । ଏହି ଅମୃତ ବାଟିକାପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମକୁଜାଗ୍ରତ କରିବା ସହ ଆଗାମୀ ପୀଢିକୁ
ସଂଗ୍ରାମୀମାନଙ୍କର ତ୍ୟାଗ ଓ ବଳୀଦାନରମୂଲ୍ୟବୋଧ ସମ୍ପର୍କରେ ଅବଗତ କରାଇବବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ
କହିଲେ ଯେ ଏହି କାର୍ଯ୍ୟକ୍ରମ ଆମ ସ୍ୱାଧୀନତାସଂଗ୍ରାମର ଇତିହାସକୁ ଆହୁରି ଉଜ୍ଜ୍ୱଳ କରିବଏବଂ ଏକ ନୂଆ ଓଡିଶା ତଥା ନୂଆ ଭାରତ
ଗଠନ ପାଇଁ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ।କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପଞ୍ଚାୟତିରାଜ, ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ
ପ୍ରଦୀପ ଅମାତ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କଦିଗ୍ଦର୍ଶନରେ ରାଜ୍ୟ ସରକାର ବୀରସଂଗ୍ରାମୀମାନଙ୍କ ପ୍ରତି ସମ୍ମାନ ଜଣାଇ ଅନେକ
କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହିକାର୍ଯ୍ୟକ୍ରମରେ ରାଜ୍ୟର ସବୁ ପଞ୍ଚାୟତରେଜନସାଧାରଣ ସାମିଲ ହୋଇ ବୀର
ସଂଗ୍ରାମୀମାନଙ୍କ ଅବଦାନକୁ ସ୍ମରଣ କରିସମ୍ମାନ ଜଣାଇଛନ୍ତି । ଓଡିଆ ଭାଷା, ସାହିତ୍ୟ ଓସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର
କହିଲେ ଯେ ଏହି କାର୍ଯ୍ୟକ୍ରମ ଆମ ସମସ୍ତଙ୍କୁଏକ ମନ ଏକ ପ୍ରାଣ ହୋଇ ରାଜ୍ୟ ଓ ଦେଶପାଇଁ କାମ କରିବାକୁ ପ୍ରେରଣା
ଯୋଗାଇବ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନେ୍ଦଉକôଳ ଜନନୀ ପରିବେଷଣ କରାଯାଇଥିବାବେଳେ କାର୍ଯ୍ୟକ୍ରମ ଶେଷରେ ଜାତୀୟ ସଙ୍ଗୀତ
ପରିବେଷଣ କରାଯାଇଥିଲା ଏବଂ ଜାତିର ପିତାମହାତ୍ମା ଗାନ୍ଧୀଙ୍କ ଉପରେ କ୍ଷୁଦ୍ର ଚଳଚ୍ଚିତ୍ରପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମରେ ୫ଟି ତଥା
ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ,ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଓଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ
ଆଲୋକପାତ କରିଥିଲେ । ପଞ୍ଚାୟତିରାଜ ସ୍ୱତନ୍ତ୍ରପ୍ରକଳ୍ପ ନିଦେ୍ର୍ଦଶକ ଜ୍ୟୋତି ରଞ୍ଜନ ଦାଶଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.