ସ୍ୱଦେଶୀ ସାମଗୀ୍ର କଣି ନ୍ତ ୁ ଦେଶବାସୀ

149

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ କିବାତର ୧୦୬ ତମ ଏପିସୋଡରବିବାର ପ୍ରସାରିତ ହୋଇଥିଲା ।
ସକାଳ ୧୧ ଟାରେ ପ୍ରଧାନମନ୍ତ୍ରୀଦେଶକୁ ସମ୍ବୋଧିତ କରିଥିଲେ । ମନକି ବାତ ଅଲ ଇଣ୍ଡିଆ ରେଡିଓରେ ସିଧାପ୍ରସାରଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ
କହିଛନ୍ତି ଭାରତରେ ଆଦିବାସୀଯୋଦ୍ଧାମାନଙ୍କର ସମୃଦ୍ଧ ଇତିହାସରହିଛି । ଦେଶ ନିଜର ଆଦିବାସୀସମାଜ ପାଇଁ କୃତଜ୍ଞ, ଯିଏ ସର୍ବଦା
ଦେଶର ଆତ୍ମ ସମ୍ମାନ ଏବଂ ଉନ୍ନତିକୁପ୍ରାଧାନ୍ୟ ଦେଇଆସୁଛି । ସେଥିରେତିଲକା ମାଝିଂ ଅନ୍ୟାୟ ବିରୋଧରେସ୍ୱର ଉତ୍ତୋଳନ କରିଥିଲେ । ସିଦ୍ଧୁ କାହ୍ନୁ
ସମାନତାର ସ୍ୱର ଉଠାଇଲେ । ଆମେତନ୍ତା ଭିଲ ପାଇଁ ଗର୍ବିତ ଏବଂ ଶହୀଦବୀର ନାରାୟଣ ସିଂଙ୍କୁ ସମ୍ମାନରସହିତ ମନେ ରଖିଛୁ । ବୀର ରାମଜୀ
ଗୋଣ୍ଡ, ଭୀର ଗୁଣ୍ଡାଧୁର କିମ୍ବା ଭୀମାନାୟକ ହୁଅନ୍ତୁ, ଆମେ ସେମାନଙ୍କସାହସ ଦ୍ୱାରା ଅନୁପ୍ରାଣିତ ଅଟୁ ।ଆଲୁରି ସୀତାରାମ ରାଜୁ ଆଦିବାସୀ
ମାନଙ୍କ ମଧ୍ୟରେ ଜାଗ୍ରତ କରିଥିବାଆଲୋକକୁ ଦେଶ ତଥାପି ମନେରଖିଛି । ଉତ୍ତର ପୂର୍ବରେ କିଆଙ୍ଗନୋବାଙ୍ଗ ଏବଂ ରାନୀ ଗାଇଡିନ
ଲିଉଙ୍କ ପରି ସ୍ୱାଧୀନତା ସଂଗ୍ରାମୀତଥା ରାଜମୋହିନୀ ଦେବୀ ଏବଂରାନୀ କମଳାପାତି ଭଳି ବୀରାଙ୍ଗନାଅଛନ୍ତି । ଦେଶବାସୀ ସ୍ୱଦେଶୀ
ସାମଗ୍ରୀ କିଣନ୍ତୁ । କାରଣ ଏଥିରେଦେଶର କାରିଗରଙ୍କ ଶ୍ରମ ସ୍ୱେଦବିନ୍ଦୁରହିଛି । ଏହା ଦ୍ୱାରା ଦେଶର ଆର୍ଥିକବିକାଶ ସମ୍ଭବ ହୋଇପାରିବ ।

Leave A Reply

Your email address will not be published.