ବ୍ରହ୍ମପୁର, : ରାଜଧାନୀ ଭୁବନେଶ୍ୱରରେ ମହିଳା ସାମ୍ବାଦିକାଙ୍କୁ ଓଡ଼ିଆ ସିନେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟରତ ଇଟିଭି ଭାରତ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଓଡ଼ିଆ ସିନେ ପ୍ରଯୋଜକ ଟିଟୁ ନାୟକ ଶୁକ୍ରବାର ଚଳଚ୍ଚିତ୍ର ରିଲିଜ ସମୟରେ ଖବର ସଂଗ୍ରହ କରିବାକୁ ଅପେକ୍ଷା କରିଥିବା ସମୟରେ ସଞ୍ଜୟ ହଠାତ ଆସି ପଛପଟୁ ମାଡ଼ ମାରିବା ଏବଂ ଏଥିରେ ମହିଳା ସାମ୍ବାଦିକାଙ୍କ ଖବର ସଂଗ୍ରହ ପାଇଁ ହାତରେ ଧରିଥିବା ମୋବାଇଲ ଏବଂ ମାଇକ ଖସିପଡିଥିଲେ ମଧ୍ୟ କୌଣସି ମାନବିକତା ନ ଦେଖାଇବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏହି ଅବସରରେ ସାମ୍ବାଦିକମାନେ ବ୍ରହ୍ମପୁର ଆର୍ଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସିନେମା ହଲ ପରିସରରେ ଜଣେ ମହିଳା ସାମ୍ବାଦିକାଙ୍କୁ ଦୁବ୍ୟବହାର ଓ ମାଡ଼ ମାରିବା ଘଟଣାରେ ପୋଲିସ ପକ୍ଷରୁ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରାଯାଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମନୋଜ କାନ୍ତ ଦାସ, ଶକ୍ତିଧର ରାଜଗୁରୁ, ଅଶୋକ ବ୍ରହ୍ମା, ସୁଦୀପ ସାହୁ, ପିତାମ୍ବର ନାହାକ, ପ୍ରଶାନ୍ତ ଦାସ, ସୁରଜିତ ପଣ୍ଡା, ସମୀର କୁମାର ଆ•ର୍ଯ୍ୟ, ବିଶ୍ୱନାଥ ମାରଣା, ରଶ୍ମିତା ପାଣିଗ୍ରାହୀ, ନାରାୟଣ ମହାକୁଡ, ସ୍ୱାଧୀନ କୁମାର ସାହୁ, ସତ୍ୟ ଚେତନ ପରିଡ଼ା, କାଳୀ ପ୍ରସାଦ ରଥ, ମନୋଜ ପଣ୍ଡା, ରାଜେଶ ସାହୁ, ଆଲୋକ ସାହୁ, ବିକ୍ରମ ଜେନା, ମୃତ୍ୟୁଞ୍ଜୟ ସାହୁ, ବାବୁଲା ପାଣିଗ୍ରାହୀ, ସନ୍ୟାସୀ ଗୌଡ଼, ଲଡୁ କିଶୋର ପାତ୍ର, ଏ ରାଜା ରାଓ, ଲିକୁ ଡାକୁଆ, ମାନସ ବିଷୋୟୀ, ଦିନେଶ ପଟ୍ଟନାୟକ, ପିଣ୍ଟୁ ବେହେରା, ନୀଳାଚଳ ସାହୁ, ଦିଗାମ୍ବର ମହାରଣା, ଶିବ ନାରାୟଣ ପଣ୍ଡା, ରୂପକ ମହାନ୍ତି, ଦୟାନନ୍ଦ ସାହୁ, ଝିଲ୍ଲି ସାହୁ, ବନିତା ବେହେରା, ଅମର ଦାସ, କୁନାଲ ରଣା, ନିର୍ମଳ ସାହୁ, ଶ୍ରୀକାନ୍ତ ବେହେରା, ବିକେ ବିଷାରଦ, କୁନା ମିଶ୍ର, ଶୁଭେନ୍ଦୁ ସାହୁ, ଅମିୟ ସାହୁ, ବାଲାଜୀ ସାହୁ, ଗୌରୀ ଶଙ୍କର ମିଶ୍ର ଉମା ଶଙ୍କର ମିଶ୍ର, କପିଲ ପାଢ଼ୀଙ୍କ ସମେତ ବ୍ରହ୍ମପୁର ସହରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି, ଫୋଟ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.