ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଚିନିର ଦାମ୍ ୨୮ ପ୍ରତିଶତ ପ୍ରତି ପାଉଣ୍ଡ ବୃଦ୍ଧି ପାଇଁ ୧୨ ବର୍ଷରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଭାରତ ଚିନି ରପ୍ତାନୀରେ ପ୍ରତିବନ୍ଧକ ଲଗାଇବା ପରେ ଏବଂ ବ୍ରାଜିଲରେ ଯୋଗାଣ ପାଇଁ ସମସ୍ୟା କାରଣରୁ ବିଶ୍ୱ ବଜାରକୁ କମ୍ ଚିନି ଯୋଗାଣ ହେଉଥିବା ରିପୋର୍ଟ ହେଉଛି ।ଭାରତ ଚିନିର ଦାମ୍ ବୃଦ୍ଧି ପାଇବା ପରେ ରପ୍ତାନି ଉପରେ କଡା ଲଗାଇଥିଲେ ସରକାର । ଭାରତରେ ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ସମୟରେ ଚିନିର ଦାମ୍ ନିୟନ୍ତ୍ରଣରେ ରଖିବା ପାଇଁ ଏହି ନିଷ୍ପତି ନିଅ ।ଯାଇଥିଲା । ଚିନି ଉତ୍ପାଦନକାରୀ ଦେଶ ଭାବରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଏବଂ ରପ୍ତାନିରେ ହ୍ରାସ ବିଶ୍ୱ ବଜାର ଉପରେ ପ୍ରଭାବ ପକାଇଥାଏ । ସେପ୍ଟେମ୍ବର ୨୦ ରେ ଶେଷ ହୋଇଥିବା ୨୦୨୨- ୨୦୨୩ ଋତୁରେ ଭାରତ ମିଲଗୁଡିକୁ ମାତ୍ର ୬.୨ ନିୟୁତ ଟନ୍ ଚିନି ରପ୍ତାନି କରିବାକୁ ଅନୁମତି ଦେଇଥିଲା ।ଚଳିତ ବର୍ଷ ୨୦୧୮ ଠାରୁ ଦେଶରେ ଦୁର୍ବଳ ମୌସୁମୀ ଦେଖାଯାଇଛି ଏବଂ ଚଳିତ ଋତୁରେ ଅ ।ଖୁ ଉତ୍ପାଦନରେ ହ୍ରାସ ହେବାର ସମ୍ଭାବନା ରହିଛି, ଯେଉଁ କାରଣରୁ ମୂଲ୍ୟ ବୃଦ୍ଧି ମୁଦ୍ରାସ୍ଫୀତି ଉପରେ ପଡିପାରେ । ବାଣିଜ୍ୟ ଅ ।କଳନ ଅନୁଯାୟୀ, ଦ୍ୱିତୀୟତ୍ରୈମାସିରେ ଭାରତରେ ଚିନି ମୂଲ୍ୟ ୫-୮ ପ୍ରତିଶତ ବୃଦ୍ଧି ପାଇଛି । ଇଣ୍ଡିଅ ।ନ୍ ସୁଗାର ମିଲ୍ସ ଅ ।ସୋସିଏସନ୍ (ଅ ।ଇଏସ୍ଏମ୍ଏ) ଅନୁଯାୟୀ, ୨୦୨୩-୨୪ ମାର୍କେଟିଂ ବର୍ଷରେ ଭାରତର ଚିନି ଉତ୍ପାଦନ ୮% ହ୍ରାସ ହୋଇ ୩୩.୭ ନିୟୁତ ମେଟ୍ରିକ୍ ଟନ୍ରେ ପହଞ୍ଚି ପାରେ । ଏହା ମଧ୍ୟ ମନେ ରଖିବା ଜରୁରୀ ଯେ ଇଥାନଲ ତିଅ ।ରିରେ କିଛି ଚିନି ବ୍ୟବହୃତ ହୁଏ । ଗତ ମାର୍କେଟିଂ ବର୍ଷରେ ଇଥାନଲ ଉତ୍ପାଦନ ପାଇଁ ଚିନି ମିଲଗୁଡିକ ୪.୧ ନିୟୁତ ଟନ୍ ଚିନି ବ୍ୟବହାର କରିଥିଲା ଏବଂ ଚଳିତ ବର୍ଷ ମଧ୍ୟ ସମାନ ପରିମାଣ ବଣ୍ଟନ କରାଯାଇପାରେ । ଏହା ବ୍ୟବସାୟ ଜଗତରେ ଏକ ଭୟ ସୃଷ୍ଟି କରିଛି ଯେ ଘରୋଇ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଚଳିତ ଋତୁରେ ଚିନି ରପ୍ତାନି ବନ୍ଦ କରି ପାରନ୍ତି ।
Sign in
Sign in
Recover your password.
A password will be e-mailed to you.