ସମ୍ବଲପୁରୀ ଲୁକରେ ଓଡ଼ିଶା ଫୁଟବଲ କ୍ଲବ୍‌ ମହିଳା ଦଳ

Odisha Football Club Women's Team in Sambaluri Look

167

ଭୁବନେଶ୍ୱର,୧୭ା୧୨ : ଫୁଟବଲ ଜର୍ସି ସହ ହସ୍ତତନ୍ତର ନିଆରା ସଂଯୋଗ। ଶୁଣିବାକୁ ଟ୍ରେଣ୍ଡି, ଆଉ ଟିକେ ନୂଆ ବି ଲାଗୁଥିବ। ଫୁଟବଲ ଓ ହସ୍ତତନ୍ତ କିଭଳି ସଂଯୋଗ ହୋଇପାରିଛନ୍ତି ତାହାକୁ ନେଇ ମନରେ ପ୍ରଶ୍ନ ବି ଆସୁଥିବ। ଏପରି ଏକ ପରିକଳ୍ପନା କରାଯାଇ ଓଡ଼ିଶା ଫୁଟବଲ୍‌ କ୍ଲବ ମହିଳା ଦଳ (ଓଏଫସି)କୁ ଏକ ଭିନ୍ନ ଲୁକ୍‌ ଦିଆଯାଇଛି। କ୍ଲବର ସଦସ୍ୟାମାନେ ହସ୍ତତନ୍ତର ପୋଷାକ ଓ ଜର୍ସି ପିନ୍ଧିଛନ୍ତି। ମନରେ ଏକ ଅନନ୍ୟ ଅନୁଭବ ଭେଟିଦେବାକୁ ସେମାନଙ୍କୁ ପ୍ରଥମଥର ପାଇଁ ନୂଆ ରୂପରେ ସଜାଇଛନ୍ତି ଡିଜାଇନର ସବ୍ୟସାଚୀ ଶତପଥୀ। ଜର୍ସି, ପୁଣି ତା’ସହ ହସ୍ତତନ୍ତର ପୋଷାକ। ୨ ପ୍ରକାରର ଡ୍ରେସ୍‌ ସେମାନଙ୍କୁ ନୂଆ ଲୁକ୍‌ ଆଣି ଦେଉଥିଲା। କିଏ ଉପରେ ଜର୍ସି ସହ ହସ୍ତତନ୍ତର ପ୍ୟାଣ୍ଟ , ତ ପୁଣି କିଏ ହସ୍ତତନ୍ତର ସ୍ରଗ ପିନ୍ଧିଥିଲେ। ସବୁଦିନ ଜର୍ସିରେ ଦେଖିବାକୁ ମିଳୁଥିବା ଝିଅମାନଙ୍କୁ ହସ୍ତତନ୍ତ ପୋଷାକ ସହ ଦେଖିବାକୁ ସତରେ ଖୁବ୍‌ ସୁନ୍ଦର ଲାଗୁଥିଲା। ସବ୍ୟସାଚୀଙ୍କ ଏହି ଶୁଟ୍‌ ଗତ ୯ ତାରିଖରେ ହୋଇଥିଲା। ସେ ଏହାକୁ ସୋସିଆଲ ମିଡିଆ ପେଜରେ ଅପ୍ଲୋଡ୍‌ କରିଥିଲେ। ତାଙ୍କ ପୋଷ୍ଟ ଦେଖିବା ପରେ କିଏ ସାନିଟାରି ନାପକିନ୍‌ ତ ଆଉ କିଏ ଫ୍ରିରେ ସ୍ୱାସ୍ଥ୍ୟ ଚିକିତ୍ସା, ପୁଣି ସକ୍ସ ଦେବାକୁ କମେଣ୍ଟରେ ଲେଖିଥିଲେ। କହିଛନ୍ତି, ପୁରୁଷ ଦଳକୁ ପ୍ରାୟ ସମୟରେ ପ୍ରାଧାନ୍ୟ ମିଳିଥାଏ। ମହିଳା ଫୁଟବଲ୍‌ ଖେଳାଳିଙ୍କ ପାଇଁ ଏଭଳି କିଛି ହେବା ଦ୍ୱାରା ସେମାନେ ସବୁବେଳେ ନଜରରେ ରହିପାରିବେ। ଟିମର ମ୍ୟାନେଜର ମୋତେ ଏ ନେଇ ଯୋଗାଯୋଗ କରିଥିଲେ। ଜଣେ ଡିଜାଇନର ହିସାବରେ ଆମ ଓଡ଼ିଶା ଯେଉଁସବୁ ପାଇଁ ପ୍ରସିଦ୍ଧ, ଯେମିତିକି ହସ୍ତତନ୍ତ, ମନ୍ଦିର, ପର୍ଯ୍ୟଟନ ସେ ସବୁକୁ ନେଇ କିଭଳି ଏକ ନୂଆ ରୂପରେ ପ୍ରଦର୍ଶିତ କରାଯାଇପାରିବ ତାହା ମୁଁ ଯୋଜନା କଲି। ତା’ ପରେ ଭାବିଲି ଫୁଟବଲ ଟିମକୁ କିଭଳି ହସ୍ତତନ୍ତରେ ସଜାଇପାରିବି। ହସ୍ତତନ୍ତରେ ମଡର୍ନ ଆଟାୟାର୍‌ ସହ ଫୁଟବଲ୍‌ ଜର୍ସିକୁ ନେଇ ମୁଁ ସଜାଇଲି। ସ୍ରଗ୍‌, ଜ୍ୟାକେଟ, ଟପ୍‌, ପ୍ୟାଣ୍ଟ ପ୍ରସ୍ତୁତ କଲି। ସମ୍ବଲପୁରୀ, ମାଣିଆବନ୍ଧରେ ପ୍ରସ୍ତୁତ ଏହି ଡ୍ରେସଗୁଡ଼ିକୁ ଯିଏ ଯେମିତି •ହିଁଲେ ବ୍ୟବହାର କରିପାରିବେ। ଜଣେ ଯଦି କିଏ ଉପରେ ଟପ୍‌ କରି ପିନ୍ଧିଲା, ଜର୍ସି ତଳେ ରହିଲା। ଏଭଳି ପୋଷାକରେ ଉଭୟ କ୍ରୀଡ଼ା ଓ ରାଜ୍ୟର ହସ୍ତତନ୍ତକୁ ଶୋ କରାଯାଇଛି। ଫିଲ୍ଡରେ ଥିବାବେଳେ ମହିଳା ଖେଳାଳିମାନେ ସାଧାରଣତଃ ଫିୟର୍ସ ଥାଆନ୍ତି। ତେଣୁ ସେମାନଙ୍କୁ ଆମେ ଫିୟର୍ସ ଫେରିଜ ବୋଲି କହିଲୁ। ଏଥିସହ ମୁଁ ଅନ୍ୟମାନଙ୍କୁ ମଧ୍ୟ ଅନୁରୋଧ କରିଛି, ଯେଉଁମାନେ ମହିଳା ସମ୍ପର୍କିତ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି, ସେମାନେ ମଧ୍ୟ ଏମାନଙ୍କୁ ସୁବିଧାରେ ଯୋଗାଇବା ସହ ନିଜର ପ୍ରମୋଟ କରାଇପାରିବେ। ଆଗକୁ ପୁରୁଷ ଦଳର ମଧ୍ୟ ଶୁଟ୍‌ କରିବାର ଯୋଜନା ରହିଛି।

Leave A Reply

Your email address will not be published.