କୁସ୍ତି ସଂଘର ପରିଚାଳନା ପାଇଁ ଗଠନ ହେଲା କମିଟି

A committee was formed to manage the wrestling association

202

ନୂଆଦିଲ୍ଲୀ: ଅଲିମ୍ପିକ୍‌ ଆସୋସିଏସନର ବଡ଼ ନିଷ୍ପତ୍ତି। ଭାରତୀୟ କୁସ୍ତି ସଂଘର ପରିଚାଳନା ପାଇଁ, ଅଲିମ୍ପିକ୍‌ ଆସୋସିଏସନ ଏକ ଆଡହକ୍‌ କମିଟି ଗଠନ କରିଛନ୍ତି। ଏହି କମିଟି ଭାରତୀୟ କୁସ୍ତି ସଂଘକୁ ନିଲମ୍ବିତ କରାଯିବା ପରେ ଗଠନ କରାଯାଇଛି। ସୂଚନାଥାଉକି, ଜରୁରୀ ପ୍ରକ୍ରିୟା ବିନା ପ୍ରତିଯୋଗିତା କରିବାକୁ ନିଷ୍ପତ୍ତି ପାଇଁ କୁସ୍ତି ସଂଘକୁ ରଦ୍ଦ କରିଥିଲା କ୍ରୀଡ଼ା ମନ୍ତ୍ରାଳୟ। ତେବେ କୁସ୍ତି ସଂଘ ପାଇଁ ଗଠିତ ଆଡ ହକ କମିଟିର ଅଧ୍ୟକ୍ଷତା ଭୂପିନ୍ଦର ସିଂହ ବାଜବା କରିବେ। ଆହୁରି ମଧ୍ୟ କମିଟିରେ ଏମ ଏମ ସୈମୈୟା ଏବଂ ମଞ୍ଜୁଷା କନୱର ସଦସ୍ୟ ଭାବରେ ରହିଛନ୍ତି। ଭୂପିନ୍ଦର ସିଂହ ବାଜୱା ବୁଶୁ ଆସୋସିଏସନ ଅଫ୍‌ ଇଣ୍ଡିଆର ସଭାପତି ରହିସାରିଛନ୍ତି। ସୂଚନାଥାଉକି, କୁସ୍ତି ସଂଘ ନିର୍ବାଚନରେ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସଞ୍ଜୟ ସିଂହ ବିଜୟୀ ହୋଇଥିଲେ। ଯେଉଁଥିରେ ପୁଣି ଅସନ୍ତୋଷ ଜାହିର କରିଥିଲେ ଆନ୍ଦୋଳନକାରୀ କୁସ୍ତିଯୋଦ୍ଧା। ବଜରଙ୍ଗ ପୁନିଆ ନିଜ ଖେଳ ରତ୍ନ ପୁରସ୍କାର ଫେରାଇବା ପାଇଁ ପିଏମ ଆବାସ ପର୍ଯ୍ୟନ୍ତ ଯାଇଥିଲେ। ଅବଶ୍ୟ ତାଙ୍କୁ ସୁରକ୍ଷାକର୍ମୀ ଅଟକାଇଥିଲେ। ଏହାପରେ ସେ ସେଠାରେ ହିଁ ଫୁଥପାଥରେ ପଦ୍ମଶ୍ରୀ ସମ୍ମାନ ରଖି ଚାଲି ଆସିଥିଲେ। ଏହା ପୂର୍ବରୁ ସାକ୍ଷୀ ମଲି କୁସ୍ତି ଛାଡ଼ିବା ପାଇଁ ଘୋଷଣା କରିଥିଲେ ଏବଂ ପରେ ମଙ୍ଗଳବାର ବିନେଶ ଫୋଗାଟ ପିଏମ ମୋଦୀଙ୍କୁ ଚିଠି ଲେଖି ନିଜର ସମ୍ମାନ ଫେରାଇବା ଘୋଷଣା କରିଥିଲେ।

Leave A Reply

Your email address will not be published.