ପାରାଦୀପ, ଛାତ୍ରଛାତ୍ରୀମାନଙ୍କୁ ପ୍ରଭାବି ଶିକ୍ଷାଦାନ ଯୋଗାଇଦେବା ଉଦ୍ଦେଶ୍ୟରେ ଆର୍ସେଲର ମିଣ୍ଟଲ ନିନ୍ ଷ୍ଟିଲ୍ ଇଣ୍ଡିଆ(ଏଏମ/ଏନ୍ଏସ୍ ଇଣ୍ଡିଆ) ନୁଆଗଡ଼ପଞ୍ଚାୟତର ହାଣ୍ଡିଆ ସ୍ଥିତ ବିଜୟଚନ୍ଦ୍ରୁର ପ୍ରାଥମିକ ବିଦ୍ୟାଳୟରେ ଏକ କମ୍ପ୍ୟୁଟର ଲ୍ୟାବ୍ ସ୍ଥାପନ କରିଛି। ଯାହା ଛାତ୍ରମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ଏଏମ/ଏନଏସ ଇଣ୍ଡିଆ ଏହାର ସିଏସ୍ଆର୍ ପଦକ୍ଷେପ ଅନୁଯାୟୀ “ପଢେ଼ଗା ଭାରତ’ ଅଭିଯାନ ଅନ୍ତର୍ଗତ ବିଦ୍ୟାଳୟରେ ତିନୋଟି କମ୍ପ୍ୟୁଟର ସିଷ୍ଟମ୍, ଟେବୁଲ୍ ଏବଂ ଚେୟାର ଏହି ବିଦ୍ୟାଳୟକୁ ପ୍ରଦାନ କରିଛି ଏବଂ ଛାତ୍ରଛାତ୍ରୀମାନଙ୍କୁ ମୌଳିକ କମ୍ପ୍ୟୁଟର ତାଲିମ ଦେବା ପାଇଁ ଜଣେ ପ୍ରଶିକ୍ଷକଙ୍କୁନିୟୋଜିତ କରିଛି କମ୍ପାନୀ। ଏହି ସୁବିଧା ବର୍ତ୍ତମାନର ବ୍ୟାଚର ୧୫୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ଉପକୃତ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉପକୃତ କରିବ। ଏହି କମ୍ପ୍ୟୁଟର ଲ୍ୟାବ ସୁବିଧାକୁ ବିଜୟଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ ତଥା ଅନ୍ୟାନ୍ୟ ବିଶିଷ୍ଟ ସ୍ଥାନୀୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏଏମ/ଏନଏସ ଇଣ୍ଡିଆ ସିଏସଆରମୁଖ୍ୟ ଡ. ବିକାଶ ଯାଦଭେନ୍ଦୁ ମଙ୍ଗଳବାର ଉଦଘାଟନ କରିଥିଲେ।
Sign in
Sign in
Recover your password.
A password will be e-mailed to you.