ଧର୍ମଶାଳାରୁ ଅପହୃତ ଯୁବତୀଙ୍କ କଟକରୁ ମିଳିଲା ପତା, ଅପହରଣକାରୀ ଅଟକ

156

ଧର୍ମଶାଳା: ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳରୁ ଅପହୃତ ଯୁବତୀଙ୍କ ମିଳିଲା ପତା । ଅପହୃତା ଯୁବତୀଙ୍କୁ କଟକରୁ ଉଦ୍ଧାର କରାଯାଇ ଧର୍ମଶାଳା ନିଆଯାଇଛି । ସେହିପରି ମୁଖ୍ୟ ଅଭିଯୁକ୍ତ ସେକ୍ ଅବଦୁଲ ସେହମତ ଖାଁକୁ ପୋଲିସ ଗିରଫ କରିଛି । ଆଜି ପୋଲିସ ପକ୍ଷରୁ ଯୁବତୀଙ୍କ ବୟାନ ରେକର୍ଡ଼ ଏବଂ ଡ଼ାକ୍ତରୀ ମଇନା କରାଯିବ । ଜିଲ୍ଲା ପୋଲିସ ପକ୍ଷରୁ ଜଣେ ମହିଳା ପୋଲିସ ଇନସିପେକ୍ଟର ଏହି ମାମଲାର ତଦନ୍ତ କରିବେ । ଯୁବକ ଜଣଙ୍କ ଏବେ ପୋଲିସ ହେପାଜତରେ ଅଛନ୍ତି ।

ଗତକାଲି ଛାତ୍ରୀଙ୍କ ଆକୁଳ ନିବେଦନ ସମ୍ବଳିତ ଅଡିଓ ଭାଇରାଲ ହେବା ପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଦାବିରେ ଏକାଧିକ ସଂଗଠନ ପକ୍ଷରୁ ଆନ୍ଦୋଳନ ଡାକରା ଦିଆ ଯାଇଥିଲା, ଯାହା ପୁଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା। ବିଭିନ୍ନ ସୂଚନାକୁ ଆଧାର କରି ପୁଲିସ୍ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରି ଉଭୟଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଥିଲା। ପରେ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଘଟଣା ସଂପର୍କରେ ସବିଶେଷ ସୂଚନା ଦେବ ବୋଲି ଜଣାପଡ଼ିଛି।

ଗତ ୫ ତାରିଖରେ ମାଇଗ୍ରେସନ୍ ସାର୍ଟିଫିକେଟ୍ ଆବେଦନ ପାଇଁ ଯୁବତୀ ଜଣକ ୟୁଏନ୍ କଲେଜକୁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେଉଥିବା ଦେଖି ପରିବାର ଲୋକ ଫୋନ୍ କରିବାରୁ ଫୋନ୍ ସୁଇଚ୍ ଅଫ୍ ଆସିଥିଲା । ସମ୍ପର୍କୀୟଙ୍କୁ ପଚରାଉଚୁରା କରିବା ପରେ ବି କିଛି ପତା ମିଳିନଥିଲା । ଶେଖ ଅବ୍ଦୁଲ ଖାନ୍ ନାମକ ଜଣେ ଯୁବକ ପୂର୍ବରୁ ଧର୍ମ ପରିବର୍ତନ କରି ବିବାହ କରିବାକୁ ପ୍ରଲୋଭନ ଦେଖାଇଥିବାରୁ ସନ୍ଦେହ ବଢ଼ିଥିଲା । ଅପରାଧିକ ଷଡଯନ୍ତ୍ର ଓ ଧମକ ଅଭିଯୋଗରେ ଅଭିଯୁକ୍ତ ଯୁବକ ଶେଖ୍ ଅବଦୁଲ୍ ଖାନଙ୍କୁ ବାପାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ । ଯାଜପୁର ପୋଲିସର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ।ଅନ୍ୟପଟେ ଯୁବତୀଙ୍କ ଅପହରଣରେ ଅପରାଧିକ ଷଡ଼ଯନ୍ତ୍ର କରିଥିବା ଏବଂ ଅପହୃତାଙ୍କ ପିତାମାତାଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ଗତକାଲି ମୁଖ୍ୟ ଅଭିଯୁକ୍ତ ବବିର ପିତା ଅବଦୁଲ ହମିଦ ଖାଁଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟଚାଲାଣ କରିଛି। ଜେଏମଏଫସି ଜାମିନ ଆବେଦନର ଶୁଣାଣି କରି ଅଭିଯୁକ୍ତଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି।

Leave A Reply

Your email address will not be published.