ପୁରୀ,: ପିପିଲି ବ୍ଲକ ଅଧିନସ୍ଥ ସରସ୍ୱତୀପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ଆନୁକୂଲ୍ୟେରେ ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଡାକ ବିଭାଗର ବରିଷ୍ଠ ଅଧିକାରୀ ରତନ ଜେନା ସଭାପତିତ୍ୱ କରି ଶିବିରର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଏଥିସହ ଶ୍ରୀ ଜେନା
ଲୋକମାନେ କଷ୍ଟ ଉପାର୍ଜିତ ଅର୍ଥକୁ ଡାକଘରେ ଓ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କରେ କିପରି ସଠିକ ଭାବେ ସଞ୍ଚୟ କରି ଲାଭବାନ ହୋଇ ପାରିବେ ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଜିଲ୍ଲାର ଆର୍ଥିକ ସେବା ଓ ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିଭୂତି ଭୂଷଣ ନାୟକ ଅର୍ଥ ନେଣ ଦେଣ ସମୟରେ ହେଉଥିବା ଡିଜିଟାଲ ସାଇବର ଠକେଇ, ସରକାରଙ୍କ ବିଭନ୍ନ ଆର୍ଥିକ ଯୋଜନା ଓ ତାହାର ସଫଳ ରୂପାୟନ ସଂପର୍କରେ ଆଲୋକପାତ କରିଥିଲେ । ସିନିୟର ମ୍ୟାନେଜର ପ୍ରୀତିଶ କୁମାର ସ୍ୱାଇଁ ବିଭିନ୍ନ ଡାକ ଘର ବୀମା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଡାକଘରେ ସଞ୍ଚୟ ସହ ଦେୟ ମୁକ୍ତ କୂପନ ସଂଗ୍ରହ କରିବା ପାଇଁ ସଞ୍ଚୟ କର୍ତ୍ତାମାନଙ୍କୁ ଅନୁରୋଧ କରାଯାଇଥିଲା । ଏହା ଫଳରେ ସରକାରଙ୍କ ପକ୍ଷରୁ ସେମାନେ ଲଟେରୀ ମାଧ୍ୟମରେ ଥିବା ଆର୍ଥିକ ସୁବିଧା ପାଇବାର ସୁଯୋଗ ଲାଭ କରି ପାରିବେ ବୋଲି କୁହାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ପ୍ରତିନିଧି, ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ସାଧାରଣ ଲୋକମାନେ ଯୋଗ ଦେଇଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଭଳି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଲୋକମାନଙ୍କୁ ଡିଜିଟାଲ ମାଧ୍ୟମରେ ଆର୍ଥିକ କାରବାର ସମ୍ପର୍କରେ ସଚେତନ କରାଯିବା ସହ ଡାକ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଉଛି ବୋଲି ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post