ଅଙ୍କିତା ଲୋଖଣ୍ଡେ ବିରୋଧରେ ମାନହାନି ମାମଲା ରୁଜୁ

92

ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବିରୋଧରେ ମାନହାନି ମାମଲା ରୁଜୁ । ସୋସିଆଲ ମିଡି଼ଆରେ ଅପମାନଜନକ ପୋଷ୍ଟ କାରଣରୁ ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟରେ ଅଙ୍କିତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି ଅଭିନେତ୍ରୀ ରୋଜାଲିନ ଖାନ ୟଯାହାକୁ ନେଇ ସୋସିଆଲ ମିଡି଼ଆରେ ଝଡ଼ ସୃଷ୍ଟି କରିଛି । ରୋଜାଲିନ ଖାନ ଏହି ମାମଲାକୁ ନେଇ ଦୈନିକ ଭାସ୍କରକୁ କହିଛନ୍ତି ଯେ, ଅଙ୍କିତା ଲୋଖଣ୍ଡେ ତାଙ୍କୁ ସୋସିଆଲ ମିଡ଼ିଆରେ ଅପମାନ କରିଛନ୍ତି । ରୋଜାଲିନ କହିଛନ୍ତି ଯେ, ମୁଁ ଏକ ୟୁଟ୍ୟୁବ ଚ୍ୟାନେଲକୁ ଇଣ୍ଟରବ୍ୟୁ ଦେଇଥିଲି । ଯେଉଁଥିରେ ମୁଁ ହିନା ଖାନ୍‌ଙ୍କ ସମ୍ବନ୍ଧରେ କିଛି ପ୍ରଶ୍ନ କରିଥିଲି । ଏହାକୁ ନେଇ ଅଙ୍କିତା ଲୋଖଣ୍ଡେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରି ମୋ ଭାବନାକୁ ଛୋଟ ବୋଲି କହିଥିଲେ । ଯାହା ପୂରା ମୋ ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରୋଜାଲିନ କହିଛନ୍ତି ଯେ, ସେ ମୋର ଅଙ୍କିତାଙ୍କ ସହିତ କେବେବି ବ୍ୟକ୍ତିଗତ ଭାବେ ଦେଖା ହୋଇନି । ରୋଜାଲିନ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଘଟଣା ତାଙ୍କୁ ମାନସିକ ଏବଂ ଭାବପ୍ରବଣ ଭାବରେ ଆଘାତ ଦେଇଛି । ସେ କହିଥିଲେ, ମୁଁ ହିନାଙ୍କୁ କିଛି ପ୍ରଶ୍ନ ପଚାରିଥିଲି ଯେ କର୍କଟ ଚିକିତ୍ସା ପରେ ସ୍କୁବା ଡାଇଭିଂ କରାଯାଇପାରିବ କି? ମୁଁ କେବଳ ମୋର ଚିନ୍ତାକୁ ଦୃଷ୍ଟିରେ ରଖି ଏହି ପ୍ରଶ୍ନ ଉଠାଇଥିଲି, କିନ୍ତୁ ହିନା କିମ୍ବା ତାଙ୍କ ସମର୍ଥକମାନେ ଏହାକୁ ଭୁଲ ଉପାୟରେ ନେଉଛନ୍ତି । କଥାଟି ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଅଙ୍କିତା ଲୋଖଣ୍ଡେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ରୋଜଲିନଙ୍କ ଭିଡିଓ ସେୟାର କରି ଲେଖିଥିଲେ, ‘କେହି ଏତେ ତଳକୁ କିପରି ଯାଇପାରେ? ଏହା ବହୁତ ଘୃଣ୍ୟ ।\’ ସେ ପୋଷ୍ଟରେ ଏହା ମଧ୍ୟ ଦାବି କରିଛନ୍ତି ଯେ ରୋଜଲିନ୍ ହିନା ଖାନଙ୍କ ଅବସ୍ଥା ସମ୍ପର୍କରେ ମିଥ୍ୟା ବୟାନ ଦେଇଛନ୍ତି । ଅଙ୍କିତାଙ୍କ ଏହି ପୋଷ୍ଟ ବିବାଦକୁ ଆହୁରି ବଢ଼ାଇ ଦେଇଥିଲା ।

Leave A Reply

Your email address will not be published.