କୋରାପୁଟ : ସ୍କୁଲ ଗେମସ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ୬୮ତମ ଜାତୀୟ ଫୁଟବଲ ପ୍ରତିଯୋଗିତା ମଣିପୁରର ଇମ୍ଫାଲ ଠାରେ ଚଳିତ ମାସ ୧୫ରୁ ୨୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ,ଓଡ଼ିଶାଙ୍କ ଦ୍ୱାରା ଚୟନ ହୋଇ ୧୮ଜଣ ପ୍ରତିଯୋଗି ଭlଗନେବା ସ୍ଥିରୀକୃତ ହୋଇଛି l ଏହି ଜାତୀୟ ପ୍ରତିଯୋଗିତାରେ ସରସ୍ବତୀ ବିଦ୍ୟା ମନ୍ଦିର,ଦାମନଯୋଡ଼ିର ଦୁଇ ଜଣ ଛାତ୍ର +୨ ଦ୍ୱିତୀୟ ବର୍ଷ କଳା ଛାତ୍ର ଦିପୁ ଖିଲୋ ଓ ରାଜେନ୍ଦ୍ର ପାଙ୍ଗି ଓଡ଼ିଶା ଦଳ ପକ୍ଷରୁ ମନୋନୀତ ହୋଇ ଇମ୍ଫାଲ ଯାତ୍ରା କରିଛନ୍ତି। ଦିପୁ ଖିଲୋ ପୂର୍ବ ବର୍ଷ ମଧ୍ୟ କାଶ୍ମୀରର ଲଦାଖରେ ଅନୁଷ୍ଠିତ ଜାତୀୟ ଫୁଟବଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ +୨ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ସରସ୍ଵତୀ ବିଦ୍ୟା ମନ୍ଦିର ରନର୍ଶ ଅଫ ହୋଇଥିଲା।ସେହିପରି ପ୍ରତିଯୋଗିତାର ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ଏହି ଦୁଇ ପ୍ରତିଯୋଗୀ ଜାତୀୟ କ୍ରୀଡ଼ା ପାଇଁ ମନୋନୀତ ହୋଇଛନ୍ତି।ଏହି ସଫଳତା ପାଇଁ ବିଦ୍ୟା ମନ୍ଦିରର ପରିଚାଳନା ସମିତି ସଭ୍ୟ,ସମ୍ପାଦକ ଡ଼ଃ ଚିତ୍ତରଞ୍ଜନ ମିଶ୍ର,ବିଦ୍ୟାମନ୍ଦିର ଅଧ୍ୟକ୍ଷ ଡ଼ଃ ଶୁଭ୍ରାଂଶୁ ଶେଖର ବାହିନୀପତି,କୋଚ ତଥା ଶାରୀରିକ ଶିକ୍ଷା ଶିକ୍ଷକ ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ,ଡ଼ଃ ନିରୋଦ କୁମାର ପ୍ରଧାନ,ସୁଲଳନା ପ୍ରିୟଦର୍ଶନୀ ପଣ୍ଡା ଓ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଦିପୁ ଓ ରାଜେନ୍ଦ୍ରଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। 
Sign in
Sign in
Recover your password.
A password will be e-mailed to you.