ଭଦ୍ରକ ବ୍ଲକ ରେ ମିଳିତ ଜନଶୁଣାଣୀ ଅଂନୁଷ୍ଠିତ

Massacre committed in Bhadrak block

56

ଭଦ୍ରକ : ଭଦ୍ରକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସଦଭାବନା ସଭା ଗୃହ ଠାରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ (ରାଜସ୍ବ) ସହିତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦତ୍ତ ,ମୂଖ୍ୟ ଚିକିତ୍ସା ଅଧିକାରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଉପ ଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରଭର୍ତ୍ତି, ଡେପୁଟି କଲେକ୍ଟର ଶ୍ରୀ କାର୍ତ୍ତିକ ନାଥ ମଣ୍ଡଳ,ଶ୍ରୀ ଜ୍ଞାନ ରଂଜନ ସାହୁ , ଗୋଷ୍ଟି ଉନ୍ନୟନ ଅଧିକାରୀ ରଶ୍ମି ରଂଜନ ମଲ୍ଲିକ, ସଂଗ୍ରାମ ଖୁଣ୍ଟିଆ ତହସିଲଦାର, ଭଦ୍ରକ ଓ ଅନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ। ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରକୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଆଜିର ଜନଶୁଣାଣୀ ଶିବିରରେ ମୋଟ ୧୬୭ ଆବେଦନ ପତ୍ର ଦାଖଲ ହୋଇଥିଲା। ସେଥିରୁ ୧୪୦ ଟି ବ୍ୟକ୍ତିଗତ ଥିଲାବେଳେ , ୨୨ଟି ସାମୁହିକ ଥିଲା। ୪୫ ଟି ସମାଧାନ ସଙ୍ଗେ ସଙ୍ଗେ ହୋଇଥିଲା।ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ୧ ଜଣଙ୍କୁ ୫୦୦୦ ଟଙ୍କା ଓ ରେଡକ୍ରସ ରୁ ୪ ଜଣଙ୍କୁ ୧୪୦୦୦ ଟଙ୍କା ମୋଟ ୧୯୦୦୦ଟଙ୍କା ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.