ପେଟ୍ରୋଲ ପମ୍ପରେ ଯୋଗାଣ ବିଭାଗର ଅଚାନକ ଚଢ଼ାଉ

Supply department conducts surprise raid on petrol pumps

62

ଭୁବନେଶ୍ୱର : ଜିଲ୍ଲା ଯୋଗାଣ ବିଭାଗର ସ୍କ୍ୱାର୍ଡ ଭୁବନେଶ୍ୱର ନୂଆଗାଁଠାରେ ଥିବା ଲିଙ୍ଗରାଜ ପେଟ୍ରୋଲ ପମ୍ପ ଉପରେ ଆଜି ଚଢ଼ାଉ କରିଛନ୍ତି । ଚଢ଼ାଉ ସମୟରେ ଅଧିକାରୀମାନେ ଡିଜେଲର ମାନରେ କିଛି ତ୍ରୁଟି ପରିଲକ୍ଷିତ ହେବାରୁ ଏହାର ନମୁନା ସଂଗ୍ରହ କରାଯାଇ ଫୋରେନ୍‌ସିକ୍‌ ଲାବୋରେଟୋରୀକୁ ପଠାଇଛନ୍ତି । ପମ୍ପରେ ଅନିୟମିତତା ଯଥା-ନିଆଁ ଲିଭା ଯନ୍ତ୍ର ନବୀକରଣ ନହେବା, ସ୍ୟାଣ୍ଡ ବକେଟ୍‌ରେ ବାଲି ନ ରହିବା, ଶୌଚାଳୟ କାର୍ଯ୍ୟକ୍ଷମ ନଥିବା ଓ ଆନୁସଙ୍ଗିକ ବ୍ୟବସ୍ଥା ଆଦିରେ ତ୍ରୁଟି ପରିଲକ୍ଷିତ ହେବାରୁ ପମ୍ପର ମାଲିକ ଶ୍ରୀ ବିଚିତ୍ର ଭୋଳଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏ ସମ୍ବନ୍ଧୀୟ ତଥ୍ୟ ଜିଲ୍ଲା ଉପରିସ୍ଥ ଅଧିକାରୀ ତଥା ଅଏଲ୍ ମାର୍କେଟିଂ କମ୍ପାନୀର ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇବେ ବୋଲି ଯୋଗାଣ ବିଭାଗର ଅଧିକାରୀମାନେ ପ୍ରକାଶ କରିଥିଲେ । ବିଭିନ୍ନ ସ୍ଥାନରୁ ଆସୁଥିବା ଅଭିଯୋଗକୁ ଭିତ୍ତି କରି ମାପ, ଓଜନ ତଥା ମାନରେ ଆସୁଥିବା ତ୍ରୁଟି ସୁଧାରିବା ନିମନ୍ତେ ଜିଲ୍ଲା ଯୋଗାଣ ବିଭାଗ ଆଗାମୀ ଦିନରେ ଏହିଭଳି ଚଢ଼ାଉ ଜାରି ରଖିବ । ଏହି ଚଢ଼ାଉରେ ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର, ବିଏମ୍‌ସି ଅତିରିକ୍ତ ଯୋଗାଣ ଅଧିକାରୀ ରୋହିତ କୁମାର ଦାସ, ଭୁବନେଶ୍ୱର ଉପଖଣ୍ଡର ସହାୟକ ଯୋଗାଣ ଅଧିକାରୀ ସୁନିତା ବେହେରା, ଭୁବନେଶ୍ୱର ବ୍ଲକ୍‌ର ଯୋଗାଣ ନିରୀକ୍ଷକ ସୌମେନ୍ଦ୍ର ମହାନ୍ତି ଏବଂ ବିଏମ୍‌ସିର ଯୋଗାଣ ନିରୀକ୍ଷକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.