ନୂଆଁ ବର୍ଷର ସ୍ୱାଗତ ଉତ୍ସବ ମଉଜମସ୍ତି ପାଇଁ ନୁହଁ, ବରଂ ଆଗାମୀ ଜୀବନକୁ ସୁସ୍ଥ ଓ ସାବଲୀଳ ଢଙ୍ଗରେ ବଂଚିବା ପାଇଁ ଏହା ଏକ ପ୍ରସ୍ତୁତି ପର୍ବ । ପୁରୁଣା ବର୍ଷ କୁ ବିଦାୟ ଦେଲା ବେଳେ ବିଗତ ଦିନର ଦାୟିତ୍ୱ ସବୁ କିଭଳି ନିର୍ବାହ କରିପାରିଛୁ ତା’ର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ ନୂଆଁବର୍ଷକୁ ସ୍ୱାଗତ କଲା ବେଳେ ଆଗାମୀ ବର୍ଷର କିଭଳି ସଦବିନିଯୋଗ ହୋଇ ପାରିବ ସେନେଇ ନିଷ୍ଠାର ସହ ରୂପରେଖ ନିର୍ଦ୍ଧାରଣ କଲେ ହିଁ ନୂଆଁବର୍ଷରେ ଆମେ ଚାହୁଁଥିବା ନୂତନତ୍ୱକୁ ଲାଭ କରିବାରେ ସଫଳ ହେବା । ମଦମାଂସ,ଅଶ୍ଲିଳ ନାଚଗୀତର ଆଡ଼ମ୍ଭରପୂର୍ଣ୍ଣ ଆସୁରିକ ଢଙ୍ଗରେ ପ୍ରତିଥର ଆମେ ନୂଆଁବର୍ଷ ପାଳନ କରୁଛେ । ତେବେ ଭାରତୀୟ ସଂସ୍କୁତିକୁ ପଦାଘାତ କରି ସମ୍ପୂର୍ଣ୍ଣ ପାଶ୍ଚାତ୍ଯ ପରମ୍ପରା ଅନୁକରଣରେ ନୂଆଁବର୍ଷ ପାଳି ଆମେ କେଉଁ ଯଶ ଅବା ସଫଳତା ଭଲା ଅର୍ଜନ କଲେ । ଯଦିଓ ନୂଆଁବର୍ଷର ଅନେକ ଇଂରାଜୀ ମାସର ଜନକ ରୋମ ସଭ୍ଯତାରେ ଜନ୍ମଲାଭ କରିଥିଲେ ହେଁ, ରୋମ ଦେଶରେ ବିଲାସବ୍ଯସନରେ ନୂଆଁବର୍ଷ ପାଳିବାକୁ ଏକ ଅପରାଧ ବୋଲି ଧରାଯାଏ । ଥାଇଲାଣ୍ତ ଭଳି ଏକ ଛୋଟ ଦେଶକୁ ଦେଖନ୍ତୁ, ସେଠାରେ ଗରୀବ ଗୁରୁବାଙ୍କୁ ଭୋଜନ ଖୁଆଇ ଓ ନୂଆଲୁଗା ବଣ୍ଟନ କରି ନୂଆଁବର୍ଷ ପାଳିତ ହୁଏ । ଅନ୍ଯ କେଉଁଠାର କଥା ଛାଡ଼ନ୍ତୁ ଆମ ପଡ଼ୋଶି ପାକିସ୍ଥାନରେ ନୂଆଁବର୍ଷ ଅବସରରେ ମସଜିଦ୍ ଖୋଲା ରହି ସାରାରାତି ନମାଜର ଧ୍ୱନି ସମସ୍ତଙ୍କୁ ପୁଲକିତ କରେ । ଅପରପକ୍ଷେ ଆମ ଦେଶରେ କାହିଁ କେଉଁକାଳରୁ ଭାବପୂର୍ଣ୍ଣ ସଂସ୍କୁତିଟେ ଥାଇ ସୁଦ୍ଧା ନୂଆଁବର୍ଷ ପାଳନରେ ଆମ ଜନଜୀବନ କେଜାଣି କାହିଁକି ଦିଗହରା ହେଉଛି,ତାହା ହିଁ ପରିତାପର ବିଷୟ । ନୂଆଁବର୍ଷର ପ୍ରକ୍ରୁତ ଉଦ୍ଦେଶ୍ଯ ବିଷୟରେ ଅବଗତ ନ ହେଲେ ଆମେ ଏହାର ନୂତନତାକୁ ଆଦୌ ଅନୁଭବ କରିପାରିବା ନାହିଁ । ଜି.କେ. ଚେଷ୍ଟରଟନ୍ଙ୍କ ମତରେ ନୂଆଁବର୍ଷ କେବଳ ପାରମ୍ପରିକ ଭାବରେ ଆସୁଥିବା ନୂତନ ବର୍ଷ ଟିଏ ନୁହେଁ, ଏହାର ଅନୁଭବ ପାଇଁ ଦରକାର ଆମର ଏକ ନୂତନ ଆତ୍ମା,ଏକ ନୂତନ ପାଦ, ନୂତନ କାନ, ନୂତନ ନାକ,ନୂତନ ଚକ୍ଷୁ ଏବଂ ସର୍ବୋପରି ଏକ ନୂତନ ମେରୁଦଣ୍ତର । ନୂଆଁବର୍ଷର ଉଲ୍ଲାସରେ ମାତ୍ର ଗୋଟିଏ ଦିନ ମଜ୍ଜି ନ ଯାଇ, ଏକ ନୂତନ ମନ, ହ୍ରୁଦୟ ଓ ବଳିଷ୍ଠ ମେରୁଦଣ୍ଡ ନେଇ ଆଗାମୀ ପରିସ୍ଥିତିର ସମ୍ମୁଖିନ ହେବାକୁ ପଡ଼ିବ । ସତକଥା କହିବାକୁ ଗଲେ ଆମ ଦେଶର ପ୍ରାୟ ଲୋକ ଏ ଯାଏଁ ବୁଝି ପାରି ନାହାନ୍ତି ନୂଆଁବର୍ଷ ପାଳନର ଅର୍ନ୍ତନିହିତ ଉଦ୍ଦେଶ୍ୟ । ଜୀବନରେ ଗୋଟିଏ ବର୍ଷର ସମୟ ସୀମା ଯଥେଷ୍ଟ ଗୁରୁତ୍ୱ ବହନ କରେ । ଏହି ଅବଧି ମଧ୍ଯରେ ପ୍ରତ୍ଯେକ ମଣିଷ ଉଭୟ ସକରାତ୍ମକ ଏବଂ ନକରାତ୍ମକ ଫଳାଫଳର ଅନୁଭବ ରଖେ । ତେଣୁ ପୁରୁଣା ବର୍ଷର ଶେଷ ଓ ନୂଆଁବର୍ଷର ଅବ୍ଯବହିତ ସମୟ ହିଁ ଏକ ମହାର୍ଘ୍ଯ ସୁଯୋଗ ସ୍ରୁଷ୍ଟି କରେ ଜୀବନର ସଫଳତା ଓ ବିଫଳତାକୁ ଉଚିତ ସମୀକ୍ଷା କରିବାକୁ ।
Sign in
Sign in
Recover your password.
A password will be e-mailed to you.