କେନ୍ଦୁଝର,: ସୋମବାର ଦିନ ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଏସ୍ପି ନୀତିନ କୁଶଲକରଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥ ଦରବାର ହଲଠାରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ୍ ୨୫୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୮୩ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା । ସମୁଦାୟ ଅଭିଯୋଗ ମଧ୍ୟରୁ ୩୭ଟି ଅଭିଯୋଗ ଗୋଷ୍ଠୀ ସମସ୍ୟା/ଗ୍ରାମ୍ୟ ସମସ୍ୟାମୂଳକ ହୋଇଥିବା ବେଳେ ୨୨୧ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଉପରେ ପର୍ଯ୍ୟବେସିତ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଡିଏଫ୍ଓ କେନ୍ଦୁଝର ଧନରାଜ ଏଚ୍ଡି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆ•ର୍ଯ୍ୟ, ପିଏ ଆଇଟିଡିଏ କେନ୍ଦୁଝର ତପନ କୁମାର ନାଏକ, କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି) ଡାଃ ଦେବେନ ଦାସ, ଡେପୁଟି କଲେକ୍ଟର (ଆପତକାଳୀନ) ସୁରଞ୍ଜିକା ବେହେରା, ଡେପୁଟି କଲେକ୍ଟର କିରଣ କୁମାର ନାଏକ, କେନ୍ଦୁଝର ସଦର ବିଡିଓ ତିଳୋତମା ପୃଷ୍ଟି ଏବଂ କେନ୍ଦୁଝର ତହସିଲଦାର ଇଷାନୀ ପଣ୍ଡା, କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଡାଃ ମଧୁସ୍ମିତା ସାମନ୍ତରାୟ ଏବଂ ଟାଉନଥାନା ନିରୀକ୍ଷକ ସୁନିଲ କୁମାର କରଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇଁ ୨୮ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା । ସୂଚନାଯୋଗ୍ୟ ଯେ ୦୮ଜଣ ହିତାଧିକାରୀଙ୍କୁ ମୋଟରାଇଜ୍ ହୁଇଲ ଚେୟାର, ଏବଂ ୧ ଜଣ ହିତାଧିକାରୀଙ୍କୁ ଟ୍ରାଇସାଇକେଲ୍, ୧ ଜଣ ହିତାଧିକାରୀଙ୍କୁ ହୁଇଲ ଚେୟାର, ୨ ଜଣ ହିତାଧିକାରୀଙ୍କୁ ୱାକର ଏବଂ ୨ ଜଣ ହିତାଧିକାରୀଙ୍କୁ ଟ୍ରାଇପଡ୍ କେନ୍ ପ୍ରଦାନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.