ଆଦିବାସୀ ମେଳା ୨୦୨୩ ଉଦ୍‌ଯାପିତ

196

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଫେବୃଆରୀ ୨୦ ତାରିଖରୁ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଆଦିବାସୀ ମେଳା ଦୀର୍ଘ ଦଶ ଦିନ ଧରି ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହୋଇଥିଲା । ଆଜି ଏହି ଭବ୍ୟ ଆଦିବାସୀ ମେଳା ଉଦ୍‌ଯାପିତ ହୋଇଛି । ଉଦ୍‌ଯାପନ ଦିବସର ଓଡ଼ିଶାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିକାଶ ସହ ସଂସ୍କୃତିକୁ ଯୋଡି ଉନ୍ନୟନ କାର୍ଯ୍ୟ କରାଗଲେ ଯଥାର୍ଥ ବିକାଶ ସମ୍ଭବ ହେବ ବୋଲି କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଆଦିବାସୀମାନଙ୍କ ବାସ୍ତବ ବିକାଶ ପାଇଁ ନେଇଥିବା ପଦକ୍ଷେପ ଯୋଗୁଁ ସମସ୍ତ ଜନଜାତି ଗୌରବାନ୍ୱିତ ବୋଲି ସେ ମନ୍ତବ୍ୟ ଦେଇଥିଲେ ।

ଏହି ଉସିବରେ ଅନ୍ୟତମ ଅତିଥି ଭାବେ ଅନୁସୂଚିତ ଜନଜାତି ବ୍ୟାପାର ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ୍‌, ସଂଖ୍ୟାଲଘୁ ବ୍ୟାପାର ଉପଦେଷ୍ଟା ତାହାରା ଖାତୁନ୍‌, ଅନ୍ୟାନ୍ୟ ପଛୁଆ ବର୍ଗ ବ୍ୟାପାର ଉପଦେଷ୍ଟା ପୃଥିରାଜ ସାହୁଙ୍କ ସମେତ ବିଭାଗୀୟ କମିଶନର ରୂପା ରୋଶନ ସାହୁ ଏବଂ ସ୍ୱତନ୍ତ୍ର ଶାସନ ସଚିବ ବିଶ୍ୱରଞ୍ଜନ ସାସ୍‌ମଲ ତଥା ଓଟିଇଏଲପିର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପି. ଅର୍ଥନାରୀ ଯୋଗଦାନ କରିଥିଲେ । ବିଭାଗର ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଏସ୍‌ସିଏସ୍‌ଟିଆର୍ଟିଆଇର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଅବସରରେ ଜନଜାତି କ୍ଷେତ୍ରରେ କୃତବିଦ୍ୟ ୧୮ ଜଣ ପ୍ରତିଭାଧାରୀ ବ୍ୟକ୍ତିବିଶେଷଙ୍କୁ ଉପାୟନ, ମାନପତ୍ର ଏବଂ ଅର୍ଥରାଶି ଦେଇ ସମ୍ମାନୀତ କରାଯାଇଥିଲା ।

ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାୟଗଡ଼ାର ଡ଼କଫର ଭୀଷ୍ମନାରାୟଣ ଶବର, ପାରମ୍ପରିକ ଚିକିସିା କ୍ଷେତ୍ରରେ କଳାହାଣ୍ଡିର ପବିତ୍ର ଶବର, ଲୋକସଙ୍ଗୀତ ଓ ଲୋକନୃତ୍ୟ କ୍ଷେତ୍ରରେ କଳାହାଣ୍ଡିର ସଦନ ପ୍ରଗଣିଆ, ଲୋକସାହିତ୍ୟ, ଲୋକକଳା ଓ ସଙ୍ଗୀତ କ୍ଷେତ୍ରରେ କଳାହାଣ୍ଡିର କ୍ଷିତୀଶଚନ୍ଦ୍ର ମାଝୀ, ଯୋଗ ଓ ନାଟକ କ୍ଷେତ୍ରରେ ନୂଆପଡ଼ାର କୁମାରୀ ଜୈମିନୀ ଝାଙ୍କର, ପାରମ୍ପରିକ ଚିକିସିା ଓ ସାନ୍ତାଳୀ ଭାଷା ସାହିତ୍ୟ ପାଇଁ ମୟୂରଭଞ୍ଜର କୁଶାଲ ହେମ୍ବ୍ରମ, ଲୋକନୃତ୍ୟ ପାଇଁ କଳାହାଣ୍ଡିର କୁମୁଦଚନ୍ଦ୍ର ପୁଝାରୀ, ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ କଳାହାଣ୍ଡିର ଗୋପୀନାଥ ଶବର, ଜନଜାତି ସାହିତ୍ୟ ପାଇଁ କନ୍ଧମାଳର ପ୍ରଦୀପ କହଁର, ସାହିତ୍ୟ ପାଇଁ ସୁନ୍ଦରଗଡ଼ର କ୍ଷୀରେଶ୍ୱରୀ କିଷାନ, ଜନଜାତି ଲୋକବାଦ୍ୟ ଓ ଗୀତ ପାଇଁ ବଲାଙ୍ଗିରର ସୁଦାମ ବିଶି, ସମାଜ ସେବା ଓ ଯୋଗ ପାଇଁ ବଲଙ୍ଗିରର ଦମୟନ୍ତୀ କୁମୁରା, ଚିତ୍ରକଳା ପାଇଁ ବଲାଙ୍ଗିରର କୁମାରୀ ସଙ୍ଗୀତା ମାଝୀ, ସାନ୍ତାଳୀ ସାହିତ୍ୟ ପାଇଁ ମୟୂରଭଞ୍ଜର ଜୟରାମ ଟୁଡୁ, ସାନ୍ତାଳୀ ସାହିତ୍ୟ ଓ ସମାଜ ସେବା ପାଇଁ ମୟୂରଭଞ୍ଜର ଗଣେଶ୍ୱର ହେମ୍ବ୍ରମ, ମୁଣ୍ଡାରୀ ଭାଷା ଓ ସାହିତ୍ୟ ପାଇଁ ମୟୂରଭଞ୍ଜର ସନ୍ତୋଷ କୁମାର ସିଂହ, ରଗ୍‌ବି କ୍ରୀଡ଼ା ପାଇଁ ମୟୂରଭଞ୍ଜର ଦିବ୍ୟରଦ୍ଭନ ଦାସ, ଓଡ଼ିଆ ସାହିତ୍ୟ ପାଇଁ ମୟୂରଭଞ୍ଜର ଡକଫର
ରାଜକୁମାର ନାଏକ ପ୍ରମୁଖ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ଏହା ଛଡା ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ସୁନ୍ଦରଗଡ଼ର ଚାରି ଜଣ ପ୍ରାକ୍ତନ ଛାତ୍ର ଶ୍ରୀ ସୂର୍ଯ୍ୟକାନ୍ତ ବରିହା, ସୁଶ୍ରୀ ସୁନିତା ଓରାମ୍‌, ସୁଶ୍ରୀ କରମ୍‌ି ଓରାମ୍‌ ଏବଂ ଅଞ୍ଜୁନି କୁଜୁର ଓଡ଼ିଶା ପ୍ରଶାସନିକ ସେବାରେ କୃତିତ୍ୱ ହାସଲ କରିଥିବାରୁ ଏହି ଅବସରରେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା ।

 

Leave A Reply

Your email address will not be published.