ବଢ଼ିଲା ପ୍ରଦୂଷଣ : ଲାଗିଲା କଟକଣା

140

ନୂଆଦିଲ୍ଲୀ ,୨୨ା୧୦ : ପୁଣି ବିଷ ବଳୟରେରାଜଧାନୀ । ଶୀତ ପୂର୍ବରୁ ବିଲାଣି ପ୍ରଦୂଷଣ ।ଅଳ୍ପ ଶୀତ ପଡିବା ପରେ ଦିଲ୍ଲୀରେ ବିଛି
ପ୍ରଦୂଷଣ । ଯୁଆଡେ ଦେଖିବ ଖାଲି ଧୂଆଁଳିଆଦେଖାଯାଉଛି । ·ରିଆଡେ ଧୂଆଁର ·ଦରଢ଼ାଙ୍କି ହେଲା ଭଳି ମନେ ହେଉଛି । ସକାଳୁ
ଗାଡି ମଟର ଚଳାଚଳ କରିବା ବି ମୁସକିଲହୋଇପଡୁଛି । ଆଗକୁ ଏହି ପ୍ରଦୂଷଣ ମାତ୍ରାଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି ।
ଶନିବାର ଦିଲ୍ଲୀରେ ବାୟୁର ଗଣବତ୍ତା ୨୪୮ଥିବା ରେକର୍ଡ କରାଯାଇଛି । ସେପଟେଦିଲ୍ଲୀରେ ବୁଥିବା ପ୍ରଦୂଷଣ ମାତ୍ରାକୁ ଦେଖି
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଷ୍ଟେଜ-୨କଟକଣା ଲାଗୁ କରାଯାଇଛି । ପ୍ରଦୂଷଣ ବୃଦ୍ଧିହେବାର ଆଶଙ୍କା ମଧ୍ୟରେ କେନ୍ଦ୍ର
ସରକାରଙ୍କ ବାୟୁ ଗୁଣବତ୍ତା ପରି·ଳନାଆୟୋଗ ଶନିବାର ଦିନ ପାର୍କିଂ ଶୁଳ୍କ ବୃଦ୍ଧିକରିବାକୁ ଏବଂ ଘରୋଇ ପରିବହନକୁ
ରୋକିବା ଲାଗି ସିଏନ୍ଚି/ ଇଲେକ୍ଟ୍ରିକ୍ ବସ୍,ମେଟ୍ରୋ ସେବାକୁ ବୃଦ୍ଧି କରିବାକୁ ନିଦେ୍ର୍ଦଶଦେଇଛନ୍ତି । ଶୀତଦିନେ ବାୟୁ ପ୍ରଦୂଷଣର
ମୁକାବିଲା ପାଇଁ ଦିଲ୍ଲୀ-ଏନସିଆରରେକାର୍ଯ୍ୟକାରୀ ହେବାକୁ ଥିବା କେନ୍ଦ୍ରସରକାରଙ୍କ ଫେଜ୍ ରେସପନ୍ସ ଆକ୍ସନ ପ୍ଲାନର
ଦ୍ୱିତୀୟ ପର୍ଯ୍ୟାୟରେ ଏହି ନିଦେ୍ର୍ଦଶଦିଆଯାଇଛି । ଦିଲ୍ଲୀ-ଏନସିଆରରେ ବାୟୁଗୁଣବତ୍ତା ସ୍ଥିତିକୁ ସମୀକ୍ଷା କରିବା ପାଇଁ ଏକ
ବୈଠକ ବସିଥିଲା । ଏଥିରେ ଗୁଣବତ୍ତାପରି·ଳନା ଆୟୋଗ କହିଛନ୍ତି ଯେ ଭାରତପାଣିପାଗ ବିଭାଗ ଏବଂ ଇଣ୍ଡିଆନ୍
ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ମେଟେରୋଲୋଜିର ପୂର୍ବାନୁମାନରୁଜଣାପଡିଛି ଯେ ପ୍ରତିକୂଳ ପାଗ ଏବଂଜଳବାୟୁ ପରିସ୍ଥିତି ଯୋଗୁ ଆଗକୁ ପ୍ରଦୂଷଣର
ମାତ୍ରା ବଢ଼ିପାରେ । ଆସନ୍ତା ୨୩ ଓ ୨୪ରେଦିଲ୍ଲୀରେ ବାୟୁର ଗଣବତ୍ତା ଆହୁରି ଖରାପଶ୍ରେଣୀକୁ ଯାଇପାରେ । ତେଣୁ ଏହା ପୂର୍ବରୁ
ସଜାଗ ହେବା ଜରୁରୀ ବୋଲି କୁହାଯାଇଛି ।

Leave A Reply

Your email address will not be published.