ଆଶା କର୍ମୀ ସଂଘ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Asha Karmi Sangh protest in front of the office of the District Chief Medical Officer

88

ରାୟଗଡ଼ା, 30/7: ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ରାୟଗଡ଼ା ଜିଲ୍ଲା ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ବିଭିନ୍ନ ସମସ୍ୟା ନେଇ ବାରମ୍ବାର ଲିଖିତ ଅଭିଯୋଗ କରିଆସୁଥିଲେ ସୁଧା ଆଜି ପର୍ଯ୍ୟନ୍ତ ତାର କୌଣସି ସମାଧାନ ହୋଇପାରିଲା ନାହିଁ । ତେଣୁ ଦାବି ଗୁଡ଼ିକ ତୁରନ୍ତ ସମାଧାନ କରିବା ପାଇଁ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ନେହା ସିଂହ ଓ ପଦ୍ମା ସେନାପତିଙ୍କ ନେତୃତ୍ୱରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଣୀ ଭି.ସରୋଜିନୀଙ୍କୁ ୧୦ ଦଫା ଦାବିପତ୍ର ପ୍ରଦାନ କରିବା ସହ ଅନୁରୋଧ କରିଥିଲେ । ଯଦି ଏହାର କୌଣସି ସମାଧାନ କରାନଯାଏ ତେବେ ସଂଘ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ । ଏଥିରେ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାଶ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ, ଉପସଭାପତି ଦୁର୍ଗା ମାଧବ ଘୋଷ, କୋଷାଧ୍ୟକ୍ଷ ଉଷାରାଣୀ ଦାସ, ଯୋଗଦେଇ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜେମାଦେଇପେଣ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ କାର୍ଯ୍ୟରତ ସମସ୍ତେ ଆଶା କର୍ମୀ ଯୋଗଦେଇଥିବା ବେଳେ କାମୀନି କାରୁଆ, କଲ୍ୟାଣୀ ଦାଶ, ସବିତା ନିହାଲ, ମଞ୍ଜୁଳା କୌଶଲ୍ୟା ପରିଚାଳନା କରିଥିଲେ । ଦାବି ମଧ୍ୟରେ ଆଶା କର୍ମୀମାନଙ୍କର ମାସିକ ପ୍ରୋତ୍ସାହନ ରାଶି ପ୍ରତି ମାସରେ ଏବଂ ଠିକ ସମୟ ପ୍ରଦାନ କରିବା । ଏଚବିଏନସି କିଟ୍ ତୁରନ୍ତ ପ୍ରଦାନ କରିବା । ମଶାରୀ ବଣ୍ଟନ ହୋଇ ଆଜିକୁ ୫/୬ ମାସ ହେଲାଣି ମଶାରୀ ବାବଦରେ ମିଳିବା ରାଶି ବର୍ତ୍ତମାନ ସୁଦ୍ଧା ମିଳିନାହିଁ ତାହା ତୁରନ୍ତ ପ୍ରଦାନ କରିବା । ଫାଇଲେରିଆ ନିରାକରଣ ପାଇଁ ପ୍ରୋଗ୍ରାମ ଆଜିକୁ ୬ ମାସ ହେଲାଣି ଏହି ରାଶି ଆଜି ପର୍ଯ୍ୟନ୍ତ ମିଳିନାହିଁ ତୁରନ୍ତ ତାହା ପ୍ରଦାନ କରିବା । ୧ ବର୍ଷ ହେଲା ଆଭା ଆଇଡି କାମର ରାଶି ତୁରନ୍ତ ପ୍ରଦାନ କରିବା ଆମର ଦାବି । ମ୍ୟାଲେରିଆ, ଟିବି ଏବଂ ଲେପ୍ରସି ବାବଦରେ ମିଳିବା ରାଶି ତୁରନ୍ତ ପ୍ରଦାନ କରିବା । ସିକିଲି ସେଲ ଟେଷ୍ଟ କାମ ରାଶି ତୁରନ୍ତ ପ୍ରଦାନ କରିବା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶା ଦିଦିମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତୁରନ୍ତ ତାର ସମାଧାନ କରି ଆଶା ଦିଦିମାନଙ୍କୁ ଉଚିତ ସମ୍ମାନ ଦେବା ।

Leave A Reply

Your email address will not be published.