ଫୁଟପାଥରେ ପଦ୍ମଶ୍ରୀ ରଖି ଫେରିଲେ ବଜରଙ୍ଗ

Bajrang returned with Padmashri on the footpath

133

ନୂଆଦିଲ୍ଲୀ, ୨୩ା୧୨: କିଛି ମାସ ପୂର୍ବରୁ ହରିଦ୍ୱାର ଯାଇ ଗଙ୍ଗା ନଦୀରେ ନିଜର ପଦକସବୁକୁ ଭସାଇ ଦେବାର ଧମକ ଦେଇଥିଲେ ରେସଲର ବଜରଙ୍ଗ ପୁନିଆ। ଏବେ ସେ ଏଭଳି କିଛି କରିଛନ୍ତି ଯାହାକି ଅନେକଙ୍କୁ ଚକିତ କରିଛି। ବ୍ରିଜଭୁଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ପ୍ରତିବାଦ ସ୍ୱରୂପ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ତାଙ୍କ ପଦ୍ମଶ୍ରୀ ପୁରସ୍କାର ପ୍ରଧାନମନ୍ତ୍ରୀଙ୍କୁ ଫେରାଇ ଦେବା ଲାଗି ଘୋଷଣା କରିଥିଲେ। ଏହାପରେ ସେ ସିଧା ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଯାଇଥିଲେ। ସେଠାରେ ପୋଲିସ ତାଙ୍କୁ ରୋକିବାରୁ ସେ ଫୁଟପାଥରେ ହିଁ ପଦ୍ମଶ୍ରୀର ପଦକ ରଖି •ଲିଆସିଥିବା ଦେଖାଯାଇଛି। ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଲେଖିଥିବା ଏକ ଚିଠିରେ ବଜରଙ୍ଗ ଉଲ୍ଲେଖ କରିଛନ୍ତି, ଆପଣ ସୁସ୍ଥ ଥିବେ ବୋଲି ଆଶାୟ ଆପଣ ଅନେକ କାର୍ଯ୍ୟରେ ବ୍ୟସ୍ତ ଥିବେ। ଦେଶର କୁସ୍ତିଯୋଦ୍ଧାମାନଙ୍କ ସମ୍ପର୍କରେ ସେ ଦୃଷ୍ଟି ଆକର୍ଷଣ କରିବାକୁ •ହୁଁଛନ୍ତି। ବ୍ରିଜଭୂଷଣ ଯୌନ ଶୋଷଣ କରୁଥିବା ଅଭିଯୋଗ କରି ଦେଶର ମହିଳା କୁସ୍ତିଯୋଦ୍ଧାମାନେ ପ୍ରତିବାଦ ସ୍ୱରୂପ ଗତ ଜାନୁୟାରୀରେ ଧାରଣାରେ ବସିଥିଲେ। ଧାରଣାରେ ସେ ନିଜେ ମଧ୍ୟ ବସିଥିଲେ। ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ ପ୍ରଦର୍ଶନକୁ ସ୍ଥଗିତ ରଖାଯାଇଥିଲା। ସରକାରଙ୍କ ପ୍ରତିଶ୍ରୁତି ୩ ମାସ ବିତି ଯାଇଥିଲେ ସୁଦ୍ଧା ବ୍ରିଜଭୂଷଣଙ୍କ ବିରୋଧରେ ପୋଲିସ ଅତିକମରେ ଏକ ଏଫ୍‌ଆଇଆର୍‌ ଦରଜ କରି ନ ଥିଲା। ଫଳତଃ ଏପ୍ରିଲରେ ଆମକୁ ପୁଣି ରାସ୍ତାକୁ ଓହ୍ଲାଇବାକୁ ପଡ଼ିଥିଲା। ଜାନୁୟାରୀରେ ବ୍ରିଜଭୂଷଣଙ୍କ ବିରୋଧରେ ଅଭିଯୋଗକାରୀଙ୍କ ସଂଖ୍ୟା ୧୯ ରହିଥିଲା। ମାତ୍ର ଏପ୍ରିଲରେ ଏହା ୭କୁ ହ୍ରାସ ପାଇଥିଲା। ଏଥିରୁ ବୁଝାପଡୁଛି ବ୍ରିଜଭୂଷଣ ୧୨ଜଣ କୁସ୍ତିଯୋଦ୍ଧାଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇପାରିଛନ୍ତି।

Leave A Reply

Your email address will not be published.