ଅଗଷ୍ଟ ୧ ତାରିଖରୁ କରିଛି ନୂଆ ନିୟମ ବିଇଏମସିର ଲାଇବ୍ରେରୀ

BEMC library has implemented new rules from August 1st

65

ବ୍ରହ୍ମପୁର ସହରର ପାଣିଟାଙ୍କି ଛକରେ ରହିଛି ବିଇଏମସିର ଲାଇବ୍ରେରୀ । ଏହି ଲାଇବ୍ରେରୀରେ ଛାତ୍ରଛାତ୍ରୀ ମାନେ ପାଠପଢ଼ିବା ନିମନ୍ତେ ସମସ୍ତ ପ୍ରକାରର ଆନୁସଙ୍ଗିକ ସୁବିଧା କରିଛି ବିଇଏମସି । ପାଠପଢ଼ିବା ନିମନ୍ତେ ପ୍ରାୟ ୧୫୦୦ ବହି ରହିଥିବା ବେଳେ ଲାଇବ୍ରେରୀରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ମଧ୍ୟ ରହିଛି । ମୋଟ ୭୦ ଜଣ ଛାତ୍ରଛାତ୍ରୀ ପାଠପଢ଼ିବା ନିମନ୍ତେ ଚେୟାର ଟେବୁଲ ସହ କିଛି କମ୍ପୁଟର ମଧ୍ୟ ରହିଛି ଲାଇବ୍ରେରୀ ମଧ୍ୟରେ । କିନ୍ତୁ ଲାଇବ୍ରେରୀ ମାଗଣା ଥିବା ସହ ଏଠାରେ ଅନେକ ସୁବିଧା ରହିଥିବା ଯୋଗୁଁ ଦିନକୁ ଦିନ ଏଠାକୁ ଆସି ପାଠପଢ଼ିବା ନିମନ୍ତେ ଯୁବପିଢି ମାନେ ଇଚ୍ଛା ପ୍ରକାଶ କରୁଛନ୍ତି । ଯାହାଫଳରେ ବର୍ତ୍ତମାନ ଏହି ଲାଇବ୍ରେରୀରେ ପ୍ରାୟ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ‌‌।‌ ତେବେ ଏହାର ବର୍ତ୍ତମାନର ବଡ଼ ସମସ୍ୟା ହେଉଛି ୭୦ଟି ଛାତ୍ରଛାତ୍ରୀ ବସି ପାଠପଢ଼ିବା ପାଇଁ ବ୍ୟବସ୍ଥା ଥିବା ବେଳେ ଏଥିରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ପ୍ରାୟ ୧୩୦ରୁ ଅଧିକ ଛାତ୍ରଛାତ୍ରୀ ତଳେ ବସି ପାଠ ପଢୁଛନ୍ତି । ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ବିଇଏମସି ଆସନ୍ତା ଅଗଷ୍ଟ ୧ ତାରିଖରୁ କରିଛି ନୂଆ ନିୟମ । ଲାଇବ୍ରେରୀରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାସିକ ୨୦୦ଟଙ୍କା ପ୍ରଦାନ କରିବେ ଓ ୭୦ ଜଣ ଲେଖାଏଁ ଦୁଇଟି ସିପ୍ଟରେ ଛାତ୍ରଛାତ୍ରୀ ଲାଇବ୍ରେରୀରେ ବସି ପାଠପଢି ପାରିବେ । ଏଭଳି ନିୟମକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ ମାନେ । ଏହି ଲାଇବ୍ରେରୀ ମାଗଣା ଥିବା ବେଳେ ସମସ୍ତ ସୁବିଧା ଯୋଗୁଁ ବ୍ରହ୍ମପୁର ଓ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଗରୀବ ଓ ମଧ୍ୟବିତ୍ତ ଛାତ୍ରଛାତ୍ରୀ ପାଠପଢୁଥିବା ବେଳେ ପ୍ରତି ମାସରେ ୨୦୦ ଟଙ୍କା କିଭଳି ଦେବେ ଛାତ୍ରଛାତ୍ରୀ । ଏହାଛଡ଼ା ଯଦି ୭୦ ଜଣ ଲେଖାଏଁ ୨ଟି ସିପ୍ଟରେ ୧୪୦ ଜଣ ଛାତ୍ରଛାତ୍ରୀ ପଠପଢିବେ ତେବେ ବଳକା ୮୦ରୁ ଅଧିକ ଛାତ୍ରଛାତ୍ରୀ ପାଠପଢ଼ାରୁ ବାଦ ପଡ଼ିବେ । ତେଣୁ ଏଭଳି ନିୟମକୁ ବାତିଲ କରାଯାଉ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ ।

Leave A Reply

Your email address will not be published.