ବ୍ରହ୍ମପୁର ବଡ଼ ମେଡିକାଲରେ ବଡ଼ ନିୟମ,
ବ୍ରହ୍ମପୁର— ବ୍ରହ୍ମପୁର ବଡ଼ ମେଡିକାଲରେ ବଡ଼ ନିୟମ. ଏଣିକି ଏମ କେ ସି ଜି ଭିତରକୁ ଆମ୍ବୁଲାନ୍ସ ଇନକମିଙ୍ଗ ଫ୍ରି ହେଲେ ଆଉଟ ଗୋଇଙ୍ଗ ବ୍ଲକ. ଏମିତି କଡା ନିର୍ଦେଶନାମା ଜାରୀ କରିଛନ୍ତି ମେଡିକାଲ କତୃପକ୍ଷ. ଏହାକୁ ନେଇ ଏବେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି. ଆସନ୍ତୁ ନଜର ପକାଇବା ଏହି ରିପୋର୍ଟ ଉପରେ.ବଡ଼ ମେଡିକାଲରେ ବଡ଼ ଅଜବ ନିୟମ. ରୋଗୀ ସୁରକ୍ଷା ଓ ଦଲାଲ କବଳରୁ ମୁକ୍ତି ପାଇଁ ମେଡିକାଲ କତୃପକ୍ଷ ନେଇଛନ୍ତି କଡା ପଦକ୍ଷେପ. ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ରୋଗୀକୁ ଏମ କେ ସି ଜି ଆଣିପାରିବ. କିନ୍ତୁ ରୋଗୀକୁ ଏମ କେ ସି ଜି ରୁ ବାହାରକୁ ନେଇ ପାରିବେ ନାହିଁ. ଯଦି ବାହାରକୁ ନେବାର ଅଛି ତାହାହେଲେ ଚିକିତ୍ସା କରୁଥିବା ବିଭାଗୀୟ ମୁଖ୍ୟ ଡାକ୍ତରଙ୍କ ଅନୁମତି ଆବଶ୍ୟକ. ବିନା ଅନୁମତିରେ ରୋଗୀକୁ ଆମ୍ବୁଲାନ୍ସ ବାହାରକୁ ନେଇ ପାରିବ ନାହିଁ.ଆମ୍ବୁଲାନ୍ସ ଇନକମିଙ୍ଗ ଫ୍ରି ହେଲେ ଆଉଟ ଗୋଇଙ୍ଗ ବ୍ଲକ ବୋଲି କହିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ. ଗତ କିଛି ଡିନ ପୂର୍ବେ ଜୈନିକ ରୋଗୀଙ୍କୁ ମେଡିକାଲ କାଜୁଆଲିଟିରୁ ଜଣେ ଡାକ୍ତରଙ୍କ ପରାମର୍ଶ କ୍ରମେ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା. ପରବର୍ତ୍ତୀ ସମୟରେ ରୋଗୀଙ୍କ ମୃତ୍ୟୁ ହେବା ନେଇ ଅଭିଯୋଗ ହୋଇଥିଲା. ଏହି ଘଟଣା ପରେ ମେଡିକାଲ କତୃପକ୍ଷ ମେଡିକାଲରେ ଦଲାଲଗିରିରେ ରୋକ ଲଗାଇବା ପାଇଁ ଏମିତି ଚରମ ପଦକ୍ଷେପ ନେଇଥିବା କହିଛନ୍ତି. ରୋଗୀ ତା ଇଛାରେ ଏମ କେ ସି ଜି ରୁ ବାହର ଘରୋଇ ମେଡିକାଲ, କ୍ଲିନିକକୁ ଯାଇ ପାରିବ ନାହିଁ. ଯଦି ଏମ କେ ସି ଜି ଉପରେ ଭରସା ରଖି ପାରୁ ନାହାନ୍ତି. ତାହା ହେଲେ ଏଠାକୁ ଆସୁଛନ୍ତି କାହିଁକି ବୋଲି ସୁପରିଟେଣ୍ଡେଣ୍ଟ ପ୍ରଶ୍ନ କରିଛନ୍ତି…! କେବଳ ଏତିକି ନୁହେଁ, ଏଣିକି ଅଫିସ ସମୟରେ କୌଣସି ଡାକ୍ତରଙ୍କ ନା ଘରୋଇ କ୍ଲିନିକ, ହସ୍ପିଟାଲରେ ଲାଗି ପାରିବ ନାହିଁ. ଯଦି ସମ୍ପୃକ୍ତ ଡାକ୍ତରଙ୍କ ନାମ ଲେଖାଥିବା ତାହା ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେଡିକାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି. କାଜୁଆଲଟି ଭିତରକୁ ରୋଗୀଙ୍କ ସହ କେବଳ ଦୁଇଜଣ ଆଟାଡେଣ୍ଟ ଯାଇ ପାରିବେ. ଅଧିକ ସୁରକ୍ଷା ଏବଂ ଦଲାଲଙ୍କ ପାର୍ଦୁଭାବ କମାଇବା ପାଇଁ ମେଡିକାଲ ପରିସରରେ ପୋଷାକଧାରୀ ପୁଲିସ ମୁତୟନ ପାଇଁ ଉଚ୍ଚ କତୃପକ୍ଷଙ୍କୁ ଅନୁରୋଧ କରୁଥିବା କହିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡାକ୍ଟର ଦୁର୍ଗା ମାଧବ ଶତପଥୀ.ମେଡିକାଲ କତୃପକ୍ଷଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ରୋଗୀର ଜରୁରୀ ଚିକିତ୍ସା ପାଇଁ ଆବଶ୍ୟକୀୟ ବିକଳ୍ପ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖା ଦେଇଛି. ରାତିରେ ଜଣେ ସିରିୟସ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଜରୁରୀ ଥିବା ସ୍ଥଳେ ଚିକିତ୍ସା କରୁଥିବା ବିଭାଗୀୟ ମୁଖ୍ୟ ସେତେବେଳେ ଅନୁପସ୍ଥିତ ଥିଲେ କଣ କରାଯିବ ବୋଲି ବିଭିନ୍ନ ମହଲ ଏବେ ପ୍ରଶ୍ନ କରିଛନ୍ତି…! ସେତେବେଳେ ରୋଗୀର କଣ ହେଲେ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ କରିଛନ୍ତି. ଏଥିପାଇଁ ବିଭାଗୀୟ ମୁଖ୍ୟ ଡାକ୍ତରଙ୍କ ବଦଳରେ ଅନ୍ୟ ବିକଳ୍ପ ବ୍ୟବସ୍ଥା କରିବାକୁ ମେଡିକାଲ କତୃପକ୍ଷଙ୍କୁ ନିବେଦନ କରିଛନ୍ତି.