Browsing Category

ନ୍ୟୁଜ୍ ବୁଲେଟିନ୍

କୋରାପୁଟ ମେଡ଼ିକାଲ କଲେଜ ରେ ଭୁଲ ଇଂଜେକସନ ରେ ମୃତ୍ୟୁ ଘଟଣା, ବିଜେଡି ଦଳ ପକ୍ଷରୁ  ଆର୍ଥିକ ସହାୟତା ପ୍ରଦାନ

ଧର୍ମଗଡ : କୋରାପୁଟ ମେଡ଼ିକାଲ କଲେଜ ରେ ଜଣେ କାର୍ଯ୍ୟରତ ମେଡ଼ିକାଲ କର୍ମଚାରୀ ଙ୍କ ଭୁଲ ଇଂଜେକସନ ଲଗାଇବା ଯୋଗୁଁ ୬ ଜଣ ରୋଗୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣା ରେ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁପାଡ଼ ଗ୍ରାମ ର ଜଣେ ଚିକତ୍ସାଧିନ ରୋଗୀ ଫୁଲମତି ମାଝୀ (୫୦) ଙ୍କ ମଧ୍ୟ ମୃତ୍ୟୁ…

ଆଷାଢ଼ କେନା ମଣ୍ଡେଇ ଯାତ୍ରା ପାଇଁ ଟେମରା ଗ୍ରାମବାସୀ ଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ଶୁକ୍ରବାର ଦିନ ଗ୍ରାମ ର ଆରାଧ୍ୟ ଦେବୀ ମା ବସ୍ତରେନ ମାଉଳି ଙ୍କ  ଆଷାଢ଼ କେନା ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହେବ, ଏନେଇ ଆଜି ଟେମରା ଗ୍ରାମବାସୀ ପକ୍ଷରୁ ପୂଜା କମିଟି ର ସଭାପତି…

ନିଳାଦ୍ରୀ ବିଜେ ଶେଷ: ରସଗୋଲାରେ ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ କାଳିଆ ସାଆନ୍ତ

ପୁରୁଷୋତ୍ତମପୁର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଅନୁଷ୍ଟିତ ହୋଇଯାଇଛି। ଶହଶହ ଭକ୍ତଙ୍କ ହରିବୋଲ ହୁଳାହୁଳି ଶବ୍ଦ ସାଙ୍ଗକୁ ବାଣ ବାଜଣାରେ ମନ୍ଦିର ପରିସର ପ୍ରକମ୍ପିତ ହୋଇପଡିଥିଲା। କାଳିଆ ଠାକୁରଙ୍କୁ ରଥରୁ ଓହ୍ଲାଇ ପହଣ୍ଡି କରି…

ମହେଶ ବାବୁଙ୍କୁ ନୋଟିସ

ନୂଆଦିଲ୍ଲୀ, : ସାଉଥ୍‌ ସୁପରଷ୍ଟାର ମହେଶ ବାବୁ ଆଇନ ଜାଲରେ ଫସିଛନ୍ତି । ହାଇଦ୍ରାବାଦର ଜଣେ ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସହ ୩୪ ଲକ୍ଷ ଟଙ୍କାର ଏକ କଥିତ ରିଅଲ ଇଷ୍ଟେଟ ଠକେଇ ହୋଇଛି । ଏହି ଠକେଇକୁ ସମର୍ଥନରେ ସୁପରଷ୍ଟାରଙ୍କୁ ଆଇନ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏହି ନୋଟିସ୍…

ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀଙ୍କ ସହିତ ୭ ମନ୍ତ୍ରୀ

ଭୁବନେଶ୍ୱର, : ସମାଜର ଶେଷ ଧାଡିରେ ଥିବା ଲୋକମାନେ ଯେପରି ନିଜକୁ କେବେ ଅସହାୟ ନଭାବନ୍ତି ଏବଂ ସାଧାରଣ ଲୋକଟିଏ ଯେପରି ଅନୁଭବ କରିବ ଯେ ସରକାର ସୁଖଦୁଃଖରେ ତା’ସହିତ ସବୁବେଳେ ଅଛନ୍ତି, ଏହି ମହତ ଉଦ୍ଦେଶ୍ୟ ରଖି ଲୋକଙ୍କ ସରକାର କ୍ରମାଗତ ଭାବେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରି ରଖିଛନ୍ତି…

ଜଟଣୀର ୨ଟି ପଞ୍ଚାୟତକୁ ରାସ୍ତା ପାଇଁ ୬ କୋଟି ୨୪ ଲକ୍ଷ ଭେଟି ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଜଟଣୀ, : ଜଟଣୀ ନିର୍ବାଚନମଣ୍ଡଳି ଅନ୍ତର୍ଗତ ୨ଟି ପଞ୍ଚାୟତକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବଡ଼ ଉପହାର । ଜଟଣୀ ନିର୍ବାଚନ ମଣ୍ଡଳିର କଣ୍ଟାବାଡ଼ ପଞ୍ଚାୟତର ଭୋଳା ଗାଁ ଏବଂ ଗଙ୍ଗପଡ଼ା ଗ୍ରାମ ପଞ୍ଚାୟତର ୨ଟି ଗାଁକୁ ରାସ୍ତା ପ୍ରକଳ୍ପ ଭେଟି ଦେଇ ସ୍ଥାନୀୟ ଜନସାଧାରଣଙ୍କ ମୁହଁରେ ହସ ଫୁଟାଇଛନ୍ତି…

ପନିପରିବା ଦର ଆକାଶ ଛୁଆଁ, ଖାଉଟି ମୁଣ୍ଡରେ ଚଡକ

ଉମରକୋଟ, : ପୁଣି ଦର ବୃଦ୍ଧି ଲେଉଟିଛି । ଗତ ଦୁଇ ମାସ ତଳେ ଥିବା ପନିପରିବା ଦର ହଠାତ ବୃଦ୍ଧି ଘଟିଛି । ଦୁଇ ସପ୍ତାହ ହେବ ପନିବରିବା ଦର ବୃଦ୍ଧି ହେଇ ଏବେ ଆକାଶ ଛୁଆଁ ହେବାରେ ଲାଗିଛି । ଗରିବଙ୍କୁ ସତେ ଯେମିତି ପନିପରିବା ବଜାର ମନା ହୋଇଛି । ପରିବା କିଣିଲେ ପକେଟ ଖାଲି ହେଲେ ଭର୍ତ୍ତି…

ଆତ୍ମସମର୍ପଣ କଲେ ତିନି ହାର୍ଡକୋର୍ ମାଓବାଦୀ

ଫୁଲବାଣୀ, : ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୁଲିସକୁ ଆଉ ଏକ ସଫଳତା । ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ । ଏନେଇ ଆଜି ସ୍ଥାନୀୟ ଜିଲ୍ଲା ପୁଲିସ ମୂଖ୍ୟାଳୟରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର । ଆତ୍ମସମର୍ପଣ…

୧୦ ବର୍ଷରେ ଅର୍ଥନୀତି ତିନି ଗୁଣା ବୃଦ୍ଧ

ନୂଆଦିଲ୍ଲୀ: ଏକ ଦଶନ୍ଧି ମଧ୍ୟରେ ଭାରତୀୟ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଘଟିଛି । ୨୦୧୪-୧୫ ପରଠାରୁ ତାହା ତିନି ଗୁଣା ବଡ଼ ହୋଇଛି । ସରକାରୀ ତଥ୍ୟ ଅନୁସାରେ ୨୦୧୪-୧୫ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ପରିମାଣ ୧୦୬.୫୭ ଲକ୍ଷ କୋଟି ଟଙ୍କା ଥିଲା । ୨୦୨୪-୨୫ ସୁଦ୍ଧା ତାହା ତିନି ଗୁଣା…

ଇଟିସି ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ପର୍ଯ୍ୟଟନ ସ୍ଥଳୀ ଡୋକାରିଚଞ୍ଚରା ଠାରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା କଳାହାଣ୍ଡି ଜିଲ୍ଲା ର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ଠାରେ ସୋମବାର ଇକୋ ଟୁରିଜମ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଧର୍ମଗଡ ବନାଞ୍ଚଳ ବିଭାଗ ର…