Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କଟକରେ ନକଲି ଘିଅ ଫ୍ୟାକ୍ଟ୍ରୀ ଠାବ
କଟକ: ପୁଣି କଟକରେ ନକଲି ଘିଅ ଫ୍ୟାକ୍ଟ୍ରୀ ଠାବ ହୋଇଛି । ସିଡିଏ ସେକ୍ଟର-୯ ଅଂଚଳରେ ନକଲି ଘିଅ କାରଖାନା ଠାବ କରିଛି ମର୍କତନଗର ପୋଲିସ । ଘଟଣାସ୍ଥଳରୁ ପୋଲିସ ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ କରିଛି । ଏଥିସହ ବ୍ୟବହୃତ ମେସିନ, ବିଭିନ୍ନ ନାମୀଦାମୀ ଘିଅ କମ୍ପାନୀର ଡ଼ବା ଜବତ କରିଛି ।…
ଗଜପତି:ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ମୃତ,ଦାଦା ଗିରଫ
ପାରଳାଖେମୁଣ୍ଡି: ଦାଦାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ ଘଟିଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ହେଲେ ବିଶ୍ୱନାଥ ନାୟକ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖସଡା ଜଳପ୍ରପାତ ନିକଟସ୍ଥ କମଳାପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଏପରି ହତ୍ୟାକାଣ୍ଡ ଘଟିଛି ।…
ଅଫିସର ମହଲରେ କୋକୁଆ ଭୟ,ମୁଖ୍ୟମନ୍ତ୍ରୀଙ୍କ ଦୁର୍ନିତୀ ଦମନର ପ୍ରଥମ ଛାଟ, ବିଦା ହେଲେ ଗଜପତି ମଣ୍ଡଳ ଶ୍ରମ ଆୟୁକ୍ତ
ପାରଳାଖେମୁଣ୍ଡି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନିତୀ ଦମନର ପ୍ରଥମ ଛାଟରେ ଗଜପତି ଜିଲ୍ଲାର ମଣ୍ଡଳ ଶ୍ରମ ଆୟୁକ୍ତ ବିଦା ହୋଇଛନ୍ତି । ଏ ନେଇ ଗଜପତି ଜିଲ୍ଲାର ବିଭିନ୍ନ ଅଫିସର ମହଲରେ ଆତଙ୍କ ଖେଳିଯାଇଛି । ଗଜପତି ଜିଲ୍ଲା ମଣ୍ଡଳ ଶ୍ରମ ଆୟୁକ୍ତ ନମିତା ଦାସ ଗତ ୨୦୧୯ ଅକ୍ଟୋବର ଠାରୁ…
ସଡକ ଦୁର୍ଘଟଣା ନା ହତ୍ୟା, ଜିରାଙ୍ଗ ରାସ୍ତାରେ ବାଇକ ଆରୋହୀ ମୃତ
ପାରଳାଖେମୁଣ୍ଡି: ଗତକାଲି ରାତ୍ରରେ କିମ୍ବା ଆଜି ଭୋର ସକାଳ ସମୟରେ ଲାଞ୍ଜିପଦର ଛକ ଠାରୁ ଜିରାଙ୍ଗ ଜିବା ରାସ୍ତାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଏହା ସଡକ ଦୁର୍ଘଟଣା ଯୋଗୁଁ ନା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଞ୍ଚଳବାସୀ ସନ୍ଦେହ ପ୍ରକାଶ କରୁଛନ୍ତି । ଘଟଣାରୁ ପ୍ରକାଶ,…
ଗଜପତି ଜିଲ୍ଲା ଚୋରା ଗଞ୍ଜେଇ କାରବାର ଅମରାବତୀ: ବିହାର ଓ ହରିଆଣାକୁ ୧୦ କ୍ୱିଣ୍ଟାଲ ଗଞ୍ଜେଇ ଚାଲାଣ ବେଳେ ଜବତ,୭ ଗିରଫ
ପାରଳାଖେମୁଣ୍ଡି: ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଗଜପତି ଜିଲ୍ଲା ବର୍ତ୍ତମାନ ଚୋରା ଗଞ୍ଜେଇ କାରାବାରର ଅମରାବତୀ ପାଲଟିଛି । ପୃଥକ ପୃଥକ ଭାବେ ଗଜପତି ଜିଲ୍ଲାରୁ ବିହାର ଓ ହରିଆଣାକୁ ୧୦ କ୍ୱିଣ୍ଟାଲ ଗଞ୍ଜେଇ ଚାରା ଚାଲାଣ ବେଳେ ଜବତ ହୋଇଛି । ଏହି ଘଟଣାରେ ୭ଜଣକୁ ଗିରଫ କରାଯାଇଛି । ଘଟଣାରୁ…
ସ୍କାଉଟ ଛାତ୍ରଙ୍କ ଦ୍ୱାରା ସଡକ ସୁରକ୍ଷା ଓ କରୋନା ସଚେତନତା କାର୍ଯ୍ୟକ୍ରମ
ବୁଗୁଡା: ବୁଗୁଡା ବ୍ଲକ, ତାଳସାକାର ଗ୍ରାମର ମହାମାୟୀ ଉଚ୍ଚ ବିଦ୍ୟାଳୟ ସ୍କାଉଟ ଛାତ୍ରମାନେ ଜନସାଧାରଣଙ୍କୁ ସଡକ ସୁରକ୍ଷା ଓ କରୋନା ବିଷୟରେ ସଚେତନତା କରିଥିବା ଜଣାପଡିଛି। ସ୍କାଉଟ ଗାଇଡ଼ ଶିକ୍ଷକ ଗୋପାଳ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ୱାବଧାନରେ ସ୍କାଉଟ ଛାତ୍ରମାନେ ହାତରେ ପ୍ଲାକ କାର୍ଡ଼ ଧରି…
ଜଳ ପ୍ରକଳ୍ପ ଉଦଘାଟନ ସହ ଜଙ୍ଗଲ ଜମି ଶିରନାମା ବଣ୍ଟନ ସ୍ଥାନୀୟ ସରପଞ୍ଚ ଙ୍କୁ ନିମନ୍ତ୍ରଣ ନାହିଁ
କୋଲନର ନିଜର ପରିଚୟ ସୃଷ୍ଟି କରିବାକୁ ନିଜର ବୋଲି କିଛି ନ ଥିଲା । ନିଜର ଭିଟା ମାଟି ନିଜର ପରିଚୟ ପ୍ରଦାନ କରିବାକୁ ବହୁତ ସଙ୍ଘର୍ଷ କରିବାକୁ ପଡୁଥିଲା ଦୀର୍ଘ ଦିନ ଧରି । ଆଜି ନିଜର ବୋଲି ପରିଚୟ ପାଇ ଥିବାରୁ ଗ୍ରାମବାସୀଙ୍କ ମୁଖରୁ ଖୁସି ଦେଖିବାକୁ ମିଳିଛି ବୋଲି ଗ୍ରାମବାସୀ କହିଛନ୍ତି ।…
ଦିବ୍ୟଙ୍ଗ ଭଉଣୀ ଉପରେ ଦୃଷ୍ଟିହୀନ ଭାଇର ବୋଝ
କୋରାପୁଟ: ଦିବ୍ୟଙ୍ଗ ଭଉଣୀ ଉପରେ ଦୃଷ୍ଟିହୀନ ଭାଇର ବୋଝ । ଦୁହେଁ ଦୁହିଁଙ୍କ ପାଇଁ ବଞ୍ଚି ରହିଛନ୍ତି ।ଆମେ କହୁଛୁ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମହୁଲି ପଞ୍ଚାୟତର କୋଟାଛକ ନିକଟରେ ଥିବା ଗୌଡ଼ଗୁଡା ଗ୍ରାମର ଲଳିତ ଏବଂ ତାଙ୍କ ଭଉଣୀଙ୍କ କଥା ।ଭାଇ ଲଳିତଙ୍କ ଅବସ୍ଥା ଦେଖିଲେ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୩,୦୮୩ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୩,୦୮୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୩୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୩୩,୧୩୧ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…
ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନ
ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀର ଯବାନ ଓ ଜମ୍ମୁକଶ୍ମୀର ପୋଲିସ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି । ଲେଲହାର ଅଂଚଳରେ ଆତଙ୍କବାଦୀମାନେ ଥିବା ନେଇ ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ଜମ୍ମୁକଶ୍ମୀର ପୋଲିସର…