Browsing Category

ନ୍ୟୁଜ୍ ବୁଲେଟିନ୍

ବିଦେଶରେ ରହୁଥିବା ପିଲାମାନେ ଶିଖିବେ ଓଡ଼ିଆ ଭାଷା: : ରାଜ୍ୟ ସଂସ୍କୃତି ବିଭାଗର ନୂଆ ପ୍ରୟାସ

ଭୁବନେଶ୍ୱର : ରାଜ୍ୟର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନେକ ନୂଆ ପଦକ୍ଷେପ ପୂର୍ବରୁ ଗ୍ରହଣ କରାଯାଇଛି । ରାଜ୍ୟର ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସରତ ରହିଛନ୍ତି ।…

ବିରୋଧୀଙ୍କ ମେଳି ପରେ ବିଜେପି ଛାନିଆ, ୨୦୨୪ରେ ହେବ ପ୍ରକୃତ ଲଢ଼େଇ

ପାଟନା: ଆସନ୍ତା ୨୩ରେ ପାଟନାରେ ହେବାକୁ ଯାଉଥିବା ବିରୋଧୀଙ୍କ ମେଳିକୁ ନେଇ ଅଙ୍କକଷା । କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଲ କହିଛନ୍ତି- ଏହି ମହାମେଳିରେ ସାମିଲ ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ସେ କହିଛନ୍ତି- ଏହି ମେଳିକୁ ନେଇ…

ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ବାଦ ପଡ଼ିଲେ ରୋହିତ ପୂଜାରୀ । ତାଙ୍କ ସ୍ଥାନରେ ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମିଳିଛି ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ । ମନ୍ତ୍ରିମଣ୍ଡଳରୁ ରୋହିତଙ୍କୁ ବାଦ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ କଲେ…

ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କୁ ହ୍ବାଟ୍ସଆପରେ ଧମକ

ମୁମ୍ବାଇ: ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କୁ ହ୍ବାଟ୍ସଆପରେ ଧମକ । ରାଜନୈତିକ ଶତ୍ରୁତା ଯୋଗୁ ପାଓ୍ବାରଙ୍କୁ ଧମକ ମିଳିଥିବା ବେଳେ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟି ଅଭିଯୋଗ କରିଛନ୍ତି ତାଙ୍କ ଝିଅ ତଥା ଏନସିପି ସାଂସଦ ସୁପ୍ରିୟା ସୁଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର…

ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ`, ଗତିବିଧି ଉପରେ ନଜର ରଖିଛି IMD

ମୁମ୍ବାଇ: ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ’ । ବର୍ତ୍ତମାନ ଏହା ଗୋଆର ପଶ୍ଚିମ-ଦକ୍ଷିଣ-ପଶ୍ଚିମର ୮୪୦ କିଲୋମିଟର ଦୂରରେ ରହିଥିବା ବେଳେ ମୁମ୍ବାଇଠାରୁ ୮୭୦ କିଲୋମିଟର ଦୂର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଘନୀଭୂତ ହେଉଛି । ଆସନ୍ତା ୩୬ ଘଣ୍ଟା ଭିତରେ ଆହୁରି ଘନୀଭୂତ ହୋଇ…

ସମସ୍ତ ଚେଷ୍ଟା ହେଲା ବିଫଳ ଶେଷରେ ଜୀବନ ହାରିଲା ଦନ୍ତା

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଗୁରିଲୋ ଗ୍ରାମ୍ୟ ଜଙ୍ଗଲ ରେ ଦୁଇ ଦିନ ଧରି ଅସୁସ୍ଥ ଥିବା ଦନ୍ତା ହାତୀ ର ଆଜି ସକାଳ ସମୟରେ ମୃତ୍ୟୁ ଘଟିଛି ଦୁଇଦିନ ଧରି ବନ ବିଭାଗ ର କର୍ମଚାରୀ ଓ ଡାକ୍ତରୀ ଦଳ ଅକ୍ଲାନ୍ତ ପରିଶ୍ରମ କରି ଚିକିତ୍ସା କରିବା ସହ ସେବା ଯତ୍ନ ନେବା…

ଆଜି ବିଶ୍ବ ପରିବେଶ ଦିବସ, ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ବିଶ୍ବ ପରିବେଶ ଦିବସ। ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳନ ହୁଏ। ଏହି ଦିବସ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା। ବିଶ୍ବର ପ୍ରାୟ ୧୪୩ଟି ରାଷ୍ଟ୍ରରେ ପରିବେଶ ଦିବସ ପାଳନ କରାଯାଇଥାଏ । ବିଶ୍ବ ପରିବେଶ ଦିବସରେ…

କିଣିବା ପୂର୍ବରୁ ନଜର ପକାନ୍ତୁ ଭାରତର ପ୍ରମୁଖ ସହର ଓ ଓଡିଶାରେ କେତେ ରହିଛି ସୁନା ଦର

ସୁନା କିଣିବାକୁ ଯଦି ମନବଳାଇଛନ୍ତି ତେବେ କିଣିବା ପୂର୍ବରୁ ନଜର ପକାନ୍ତୁ ଭାରତର ପ୍ରମୁଖ ସହର ଓ ଓଡିଶାରେ କେତେ ରହିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫,୨୪୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି…

ଦୁର୍ଘଟଣାରେ ହଜାରେରୁ ଅଧିକ ଯାତ୍ରୀ ଆହତ, ୧୦୦ ଗୁରୁତର କହିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡଭ୍ୟ ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ଭୁବନେଶ୍ୱର ଏମ୍ସର ବରିଷ୍ଠ ଡାକ୍ତର ଓ ଅଧିକାରୀଙ୍କ ସହ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି। ଏହାପରେ ରାଜଧାନୀ ସ୍ଥିତ କ୍ୟାପିଟାଲ…

ପୁରୀ-ଭୁବନେଶ୍ବର-କଟକରୁ କୋଲକାତାକୁ ମାଗଣା ବସ୍ ସେବା

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା ପରେ ରେଳ ସେବା ବାଧାପ୍ରାପ୍ତ ହୋଇଥିବାରୁ କୋଲକାତାକୁ ମାଗଣା ବସ୍ ସେବା ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା । ପୁରୀ, ଭୁବନେଶ୍ବର ଓ କଟକରୁ କୋଲକାତାକୁ ଚାଲିବ ମାଗଣା ବସ୍ । ଏନେଇ ହେବାକୁ ଥିବା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ…