ମହାଦେବଙ୍କ ପୀଠରେ ଲାଗି ହୁଏ ମଦ ଓ କାନ୍ଦୁଲ ସିଝା

195

ଆଜି ହେଉଛି ଦେବ ଦେବ ମହାଦେବଙ୍କ ମହା ଶିବରାତ୍ରୀ l ସେଥିପାଇଁ ସବୁ ଅଞ୍ଚଳ ଚଳଚଞ୍ଚଳ, ପ୍ରଭୁ ଭୋଳାବାବାଙ୍କ ପୂଜା ପାଇଁ ଆଜି ଅନେକ ଭକ୍ତଙ୍କ ଭିଡ ଲାଗିଛି ସବୁ ମନ୍ଦିରରେ। ଏମିତିକି ସମସ୍ତ ଶୈବପିଠ ମାନଙ୍କରେ ଭୋର ସକାଳ ଠାରୁ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି। ବାବାଙ୍କୁ ପୂଜା କରିବା ପାଇଁ ଅନେକ ଭକ୍ତ ବିଭିନ୍ନ ପ୍ରକାର ପୂଜା ଦ୍ରବ୍ୟ ବ୍ୟବହାର କରନ୍ତି। କିନ୍ତୁ ଓଡ଼ିଆରେ ଏପରି ଏକ ମନ୍ଦିର ଅଛି ଯେଉଁଠି ପ୍ରଭୁ ଶିବଶଙ୍କରଙ୍କୁ ମହାଶିବରାତ୍ରୀରେ ଦିଆ ଯାଏ ମଦ ଓ କାନ୍ଦୁଲ ଡ଼ାଲି। ସମସ୍ତ ଶୈବ ପୀଠରେ ମହାଦେବଙ୍କ ପୂଜା କାର୍ଯ୍ୟ ଜୋର ସୋରରେ ଚାଲିଛି। ଏହି ମହାଶିବରାତ୍ରୀ ଦିନ ରାତି ଉଜାଗର ରହି ଦ୍ୱୀପ ଦାନ କରିବା ଦ୍ୱାରା ଶ୍ରଦ୍ଧାଳୁଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉଥିବା ବିଶ୍ୱାସ ରହିଛି। ସେଥିପାଇଁ ସମସ୍ତ ଶ୍ରଦ୍ଧାଳୁ ଉପବାସ, ବ୍ରତ ଓ ମାନସିକ କରି ଶ୍ରଦ୍ଧାର ସହ ମହାଦେବଙ୍କ ଠାରେ ନିଜର ଗୁହାରି ଜଣାଇ ଦୀପ ପ୍ରଜ୍ବଳନ କରିଥାନ୍ତି।

ହେଲେ ବହୁ ବର୍ଷ ଧରି ଏକ ନିଆରା ଢଙ୍ଗରେ ପୂଜା ପାଉଛନ୍ତି ଓ ନିଆରା ଭୋଗରେ ସନ୍ତୁଷ୍ଟ ହେଉଛନ୍ତି ଲଙ୍ଗଳେଶ୍ୱର ମହାଦେବ। ଓଡ଼ିଶାରେ ଏହି ମନ୍ଦିର ହିଁ ହେଉଛି ଏପରି ମନ୍ଦିର ଯେଉଁଠି ବାବାଙ୍କୁ ପ୍ରାସାଦରେ ଅର୍ପଣ କରାଯାଏ ମଦ ଓ ଡ଼ାଲି। ମନ୍ଦିରଟି ହେଉଛି ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗ୍ରାମ ନିକଟସ୍ଥ ତିତିସିଂ ଗ୍ରାମରେ ବିରାଜ ମାନ ବାବା ଲଙ୍ଗଳେଶ୍ୱରଙ୍କର। କେଉଁ ଆଦିମ କାଳରୁ ଏଠାରେ ଏଠାକାର ଆଦିବାସୀମାନେ ବନ୍ୟଜାତ ଖାଦ୍ୟ ଓ ରନ୍ଧା ମଦକୁ ମହାପ୍ରଭୁ ଲଙ୍ଗଳେଶ୍ୱରଙ୍କ ପାଖରେ ଭୋଗ ଲଗାଇ ଆସୁଛନ୍ତି।
ଆଜିକୁ ପ୍ରାୟ ଦୁଇସହ ବର୍ଷ ପୂର୍ବେ ସେହି ଅଂଚଳର ଜଣେ ଆଦିବାସୀ ନିଜ ଜମିରେ ଲଙ୍ଗଳ ଯୋଗେ ଚାଷ କରୁଥିବା ସମୟରେ ଲଙ୍ଗଳର ତଳ ଅଂଶଟି ଏକ ପଥର ଖଣ୍ଡକୁ ଆଘାତ ଦେଇଥିଲା। ସେହି ସମୟରେ ପଥର ଖଣ୍ଡରୁ ଧାର ଧାର ହୋଇ ଅନବରତ ଭାବେ ରକ୍ତ ସ୍ରାବ ହେବାକୁ ଲାଗିଲା। ଏହା ଦେଖି ଚାଷ କରୁଥିବା ଚାଷୀ ଜଣକ ଚାଷ କାର୍ଯ୍ୟ ବନ୍ଦ କରି ଭୟରେ ନିଜ ଘରକୁ ଚାଲିଯାଇଥିଲା। ରାତିରେ ତାକୁ ସ୍ୱପ୍ନାଦେସ ହେଇଥିଲା ଯେ ସେଠାରେ ମହାଦେବ ବିରାଜ ମାନ ଅଛନ୍ତି। ଯେହେତୁ ସେହି ଶିବ ଲିଙ୍ଗରେ ଲଙ୍ଗଳ ଆଘାତ ହୋଇଥିଲା ସେଥିପାଇଁ ସେହି ସ୍ଥାନକୁ ବା ସେହି ମନ୍ଦିରକୁ ଲଙ୍ଗଳେଶ୍ୱର ବୋଲି କୁହାଯାଏ।

ତେବେ ବାବା ଲଙ୍ଗଳେଶ୍ୱର ମହାଦେବଙ୍କୁ ଆଦିବାସୀ ମାନେ ବନ୍ୟ ଜାତୀୟ ଖାଦ୍ୟ କାନ୍ଦୁଲ ସିଝା ଓ ରନ୍ଧା ମଦ ଭୋଗ ରୂପେ ବ୍ୟବହାର କରୁଛନ୍ତି। ଏହି ଲଙ୍ଗଳେଶ୍ୱର ମହାଦେବ ଚଳନ୍ତି ଠାକୁର ହୋଇଥିବା ହେତୁ, ବର୍ଷ ତମାମ ଜିଲ୍ଲା ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥାଏ। ବିଶେଷ ଭାବେ ଶିବରାତ୍ର ଦିନ ଭୋର ସମୟରେ ଏବଂ ମଧ୍ୟରାତ୍ର ସମୟରେ ଲଣ୍ଡାଭୋଗ ବା ରନ୍ଧା ମଦ ଓ କାନ୍ଦୁଲ ସିଝା ମହାପ୍ରଭୁ ଲଙ୍ଗଳେଶ୍ୱରଙ୍କ ପ୍ରିୟ ଭୋଗ ଭାବେ ଆଦିମ କାଳରୁ ଲାଗି କରାଯାଉଥିବା ପୂଜକ କହିଛନ୍ତି। ଏଠାକୁ ପ୍ରତ୍ୟେକ ଦିନ ଭକ୍ତଙ୍କ ସୁଅ ଛୁଟି ଥାଏ। ବାବାଙ୍କ ମହିମା ପାଇବା ପାଇଁ ଅନେକ ଭକ୍ତ ଏହି ସ୍ଥାନକୁ ଆସନ୍ତି। ନିଆରା ଢଙ୍ଗରେ ଏଠି ପୂଜା କରାଯାଉଥିବାରୁ ଏଠାରେ ଜାଗର ଦିନ ଅର୍ଥାତ୍ ଆଜିର ଦିନରେ ଭକ୍ତ ଅନେକ ସ୍ଥାନରୁ ଆସିଥାନ୍ତି।

Leave A Reply

Your email address will not be published.