୨୧ରୁ ରିୟଲିଟି ଶୋ “ଗୃହଲକ୍ଷ୍ମୀ

138

ଖୋର୍ଦ୍ଧା,୧୮ା୧୦ (ଡିକେ ନୁ୍ୟଜ୍): ଜୀ-ସାର୍ଥକସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗାଧାରାବାହିକ ହେଉ କି ରିୟଲିଟି ଶୋ ମାଧ୍ୟମରେ । ସେହିପରିପ୍ରେକ୍ଷୀରେ ଓଡ଼ିଶାର ବିବାହିତ ନାରୀମାନଙ୍କୁ ନେଇପୁଣି ଏକ ଭିନ୍ନ ଧରଣର ରିୟଲିଟି ଶୋ “ଗୃହଲକ୍ଷ୍ମୀ’ଆରମ୍ଭ ହେବାକୁ ଯାଉଛି । ଜୀ-ସାର୍ଥକରେ ଚଳିତ ମାସ୨୧ ତାରିଖରୁ ପ୍ରତ୍ୟେକ ଶନିବାର ଓ ରବିବାର ରାତି୯:୩୦ରେ ପ୍ରସାରଣ ହେବ । ଏହି ଶୋ ହେବ ଓଡିଆନାରୀର, ସହନଶୀଳତା ଓ ଏକତାର ଏକ ବଳିଷ୍ଠଉଦାହରଣ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ସହ ପ୍ରାୟୋଜକଅଛନ୍ତି ଓଡ଼ିଶାର ସବୁଠାରୁ ବଡ଼ ଓ ପ୍ରତିଷ୍ଠିତସ୍ୱର୍ଣ୍ଣ ଅଳଙ୍କାର ବିକ୍ରେତା, ଖିମଜୀ ଜୁଏଲର୍ସ ।”ଗୃହଲକ୍ଷ୍ମୀ’ର ପ୍ରମୁଖ ଆକର୍ଷଣ ସାଜିବେଓଡିଆ ସିନେମା ଜଗତର ତିନି ଲୋକପ୍ରିୟକଳାକାର ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଓଶ୍ରୀତମ ଦାସଙ୍କ ପରି ଜଜ୍ ମାନେ ।ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖିଆଗ ରାଉଣ୍ଡକୁ ନେବେ ଜଜ୍ ମାନେ, ତେଣୁ ଏହିପ୍ରତିଯୋଗିତା ଅତ୍ୟନ୍ତ ଚିତ୍ତାକର୍ଷକ ଓ ଦର୍ଶନୀୟ ହେବ ।ଏହି ରିୟଲିଟି ଶୋ ହେବ ଓଡିଆ ନାରୀର ଏକ ଅନନ୍ୟପରିଚୟ କାରଣ ଏହି ଶୋ ମାଧ୍ୟମରେ ଓଡ଼ିଶାର ବଛାବଛା ସହରରୁ ଆସିଥିବା ନାରୀମାନେ ଦର୍ଶକମାନଙ୍କୁସେମାନଙ୍କର ନିଷ୍ଠା ଏବଂ ଭାବନା ସହ ଦର୍ଶକମାନଙ୍କୁପ୍ରେରଣା ଯୋଗାଇବେ ବୋଲି ପ୍ରଯୋଜନା ସଂସ୍ଥା ଆଶାକରିଛି । ଏହି ଅନନ୍ୟ ପ୍ରତିଯୋଗିତାରେ ବିବାହିତମହିଳାମାନେ ଦୁଇଟି ଦଳରେ ବିଭକ୍ତ ହେବେ ଯେପରିକିଯୁବବର୍ଗ ଓ ପରିପକ୍ ବର୍ଗ ଏବଂ ଆରମ୍ଭ ହେବ ସେମାନଙ୍କ
ମଧ୍ୟରେ ଜିତିବାର ପରାକାଷ୍ଠା । କର୍ମମୟ ଜଞ୍ଜାଳ ଭିତରେଗତିଶୀଳ ଜୀବନକୁ ଏହି ମଞ୍ଚରେ କରିପାରିବେପରିପ୍ରକାଶୟ ଯାହା ସେମାନଙ୍କୁ ଦେବ ଏକ ସ୍ୱତନ୍ତ୍ରପରିଚୟ । ଜୀ-ସାର୍ଥକର ଏହି “ଗୃହଲକ୍ଷ୍ମୀ’ ଶୋ
ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟସୃଷ୍ଟି କରିବାରେ ସହାୟକ ହେବ ଓ ପରିବାର ଓ ଦାୟିତ୍ୱମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କଆତ୍ମବିଶ୍ୱାସ ବଢାଇବା ପାଇଁ ଏହି ରିୟାଲିଟି ଶୋ ଏକବଡ଼ ମାଧ୍ୟମ ହେବ ବୋଲି ଜୀସାର୍ଥକ ଚ୍ୟାନେଲ ହେଡପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.