ଅର୍ଚ୍ଚନା ନାଗଙ୍କ ବେଆଇନ୍‌ ସମ୍ପତ୍ତି ଆଟାଚ୍‌

168

କଟକ : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ·ରି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଆଟାଚ କରିଛି । ବର୍ତ୍ତମାନ ମାମଲା କୋର୍ଟ ଥିବାବେଳେ ଅର୍ଚ୍ଚନା ଏହି ସମ୍ପତ୍ତି କେଉଁ ଉତ୍ସରୁ ଆଣିଲା ସେ ନେଇ ତଦନ୍ତ ·ଲିଛି ବୋଲି କଟକରେ ଅନୁଷ୍ଠିତ କଳାଧନ ସମ୍ପର୍କିତ ଏସ୍‌ଆଇଟିର ନବମ ବୈଠକ ପରେ ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଏହି ସୂଚନା ଦେଇଛନ୍ତି । ଓଡ଼ିଶାରେ ଗଞ୍ଜେଇ ଅଧିକ ପରିମାଣର ଜବତ ହେଉଥିବା ବେଳେ ବ୍ରାଉନ ସୁଗାର ଆଉ ହିରୋଇନ୍‌ ମଧ୍ୟ ଜବତ ହେଉଛି ।

ନାର୍କୋଟିକ୍ସ, ରିଅଲ ଇଷ୍ଟେଟ ଓ ସୁନା ବ୍ୟବସାୟ ଆଳରେ ଅଧିକ ମାତ୍ରାରେ କଳାଧନ କାରବାର ହେଉଛି । ଏହା ଉପରେ ରୋକ୍‌ ଲଗେଇବା ପାଇଁ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ସ୍ୱତନ୍ତ୍ର କୋର୍ଟ ଗଠନ ହେବା ଉଚିତ୍‌ । ଏହା ସହ ଦୁର୍ନୀତି ନିବାରଣ ଆଇନରେ ମାମଲା ହେଲେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ତୁରନ୍ତ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯିବା କଥା । ଆସନ୍ତା ଜୁନ ମାସରେ କଳାଧନ ସମ୍ପର୍କିତ ଏସ୍‌ଆଇଟିର ନବମ ରିପୋର୍ଟ ଦାଖଲ କରାଯିବ ବୋଲି ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି ।

Leave A Reply

Your email address will not be published.