ପ୍ରତିରକ୍ଷା କ୍ଷେତ୍ରରେ ବଢ଼ିବ ଭାରତର ଶକ୍ତ
India's strength in defense will grow
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବଢ଼ିବ । କେନ୍ଦ୍ର ସରକାର ଖୁବ୍ ଶୀଘ୍ର ୩ଟି ବଡ଼ ସ୍ୱଦେଶୀ ପ୍ରକଳ୍ପକୁ ପ୍ରାରମ୍ଭିକ ମଞ୍ଜୁରୀ ପ୍ରଦାନ କରିବାକୁ ଯାଉଛନ୍ତି । ଏଥିପାଇଁ ମୋଟ୍ ୧.୪ ଲକ୍ଷ କୋଟି ଟଙ୍କା ବ୍ୟୟ ହେବ । ଏହି ବଜେଟରେ ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିୟର, ୯୭ଟି ତେଜସ୍ ଯୁଦ୍ଧ ବିମାନ ଏବଂ ୧୫୬ଟି ପ୍ରଚଣ୍ଡ ଯୁଦ୍ଧ ହେଲିକପ୍ଟର ନିର୍ମାଣ କରାଯିବ । ସୂଚନା ଅନୁଯାୟୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧୀନରେ ଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ୩୦ ନଭେମ୍ବରରେ ହେବାକୁ ଥିବା ବୈଠକରେ ତିନି ମହତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ସ୍ୱୀକୃତି ଦେବାର ସମ୍ଭାବନା ରହିଛି । ଏହି କିଣିବା ପ୍ରକ୍ରିୟା ପ୍ରକଳ୍ପର ପ୍ରଥମ ପାଦ ବୋଲି କୁହାଯାଉଛି । ଏହି ଅସ୍ତ୍ରଶସ୍ତ୍ର ପ୍ରାଣାଳୀ ଓ ପ୍ଲାଟଫର୍ମ ସୂଚୀରେ ୧୮୦ଟି ହାଲୁକା ଯୁଦ୍ଧ ବିମାନ ମାର୍କ ୧ ସାମିଲ ରହିଛି । ଏଥିପାଇଁ ଆନୁମାନିକ ୧.୨ଲକ୍ଷ କୋଟି ଟଙ୍କା ଅଧିକ ବ୍ୟୟ ହେବ । ଏହି ପ୍ରକଳ୍ପରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ବିମାନକୁ ବିକାଶିତ କରିବା ପ୍ରସ୍ତାବ ପଡ଼ିପାରେ । ସେହିପରି ମେଡ୍ ଇନ୍ ଇଣ୍ଡିଆ ପ୍ରକଳ୍ପରେ – ୩୦ ଯୁଦ୍ଧ ବିମାନକୁ ବିକଶିତ କରିବା କାର୍ଯ୍ୟକ୍ରମ ସାମିଲ୍ ରହିଛି । ଏଥିପାଇଁ ୬୦ହଜାର କୋଟି ଟଙ୍କା ଅଧିକ ବ୍ୟୟ ହେବ । ମେଡ୍ ଇନ ଇଣ୍ଡିଆ ପ୍ରୋଜେକ୍ଟରେ ହିନ୍ଦୁସ୍ତାନ ଏରୋନାଟିକ୍ସ ମିଲିଟେଡ୍ ବା ହାଲ୍ ଏବଂ ଭାରତୀୟ ବାୟୁସେନାର ସଂଯୁକ୍ତ ପ୍ରାୟସ ସାମିଲ ରହିଛି । ଯେଉଁଥିରେ ବିମାନର ସ୍ୱଦେଶୀ ରାଡାର, ଏବିୟନୋନିକ୍ସ ଏବଂ ଅସ୍ତ୍ରଶସ୍ତ୍ର ଲେସ୍ କରାଯିବ । ଗୋଟିଏ ଥର ସ୍ୱୀକୃତି ମିଳିବା ପରେ ୩ ଚୁକ୍ତିକୁ ଅନ୍ତିମ ମୋହର ପାଇଁ କ୍ୟାବିନେଟ୍ କମିଟିକୁ ପଠାଯିବ । ଏହା ପୂର୍ବରୁ ଟେଣ୍ଡର ଓ ବ୍ୟବସାୟୀକ ମୁଦ୍ଦା ଉପରେ ବୁଝାବଣା ହେବ । ଭାରତ-ଚୀନ୍ ମଧ୍ୟରେ ତିକ୍ତତାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ବିଭାଗକୁ ଆହୁରି ସଶକ୍ତ କରିବାକୁ ଏଭଲି ନିଷ୍ପତ୍ତି ନିଆଯାଇଛି ।