କେନ୍ଦୁଝର,: କେନ୍ଦୁଝର ଜିଲ୍ଲାରେ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ପରିଗଣିତ ହୋଇଥିବାବେଳେ ଧନୀକ ଜିଲ୍ଲା ଭାବେ ସମଗ୍ର ରାଜ୍ୟ ତଥା ଭାରତରେ ପରିଗଣିତ ହୋଇଥାଏ । ରାଜକୋଷକୁ ସବୁଠାରୁ ଅଧିକ ରାଜସ୍ୱ ଏହି ଜିଲ୍ଲା ଦେଇଥାଏ । କିନ୍ତୁ ବାସ୍ତବପକ୍ଷେ ଏଠିକାର ଜନସାଧାରଣଙ୍କ ଆର୍ଥିକ ଅବସ୍ଥା କହିଲେ ନ ସରେ । ଅଞ୍ଚଳରେ ଖଣିଖାଦାନ ଭରପୁର ହୋଇ ରହିଥିଲେ ମଧ୍ୟ ଏଠିକାର ଜନସାଧାରଣ କାମଧନ୍ଦା ନ ପାଇ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଛି । ବାଧ୍ୟ ହୋଇ ସେମାନେ ବାହାର ରାଜ୍ୟକୁ ସବୁଦିନ ପାଇଁ ଛୁଆ ପିଲା ଧରି ଦାଦନ ଖଟିବାକୁ ପଳାଇ ଯାଉଛନ୍ତି । ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଯୁବ ଓ ଶ୍ରମ ବିକାଶ ମଞ୍ଚ, କେନ୍ଦୁଝରଗଡ ସଂଗଠନ ସଭାପତି ରଞ୍ଜନ କୁମାର ବେହେରା, ଉପସଭାପତି ଜୟକୃଷ୍ଣ ନାଏକ, ସମ୍ପାଦିକା ଶୈଳବାଳା ପରିଡ଼ାଙ୍କ ନେତୃତ୍ୱରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନ, ସମାଜସେବୀ, ବୁଦ୍ଧିଜୀବୀ ଗୋଷ୍ଠୀ ଓ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ଓ ଜନସାଧାରଣ ଉପସ୍ଥିତ ରହି ଜିଲ୍ଲାରେ ଏକ ମେଗା ଇସ୍ପାତ କଳକାରଖାନା ନିର୍ମାଣ କରିବାକୁ ଦାବିପତ୍ର ଦେଇଥିଲେ । ଯୋଡ଼ା, ବଡ଼ବିଲ, ବାମେବାରୀ, ଗୁଆଲୀ, ଶୁଆକାଠି, ଦୈତାରି ଆଦି ଅଞ୍ଚଳ ଗୁଡିକରେ ଲୁହା ପଥର ଓ ମାଙ୍ଗାନିଜ ଖଣି ଭରପୁର ରହିଛି । ଉକ୍ତ ଖଣି ଗୁଡିକ ଟାଟା, ଓଡ଼ିଶା ଖଣି ନିଗମ, ସେଲ ଆଦି ବଡ଼ ବଡ କମ୍ପାନୀ ଲିଜ ନେଇ ବହୁ ବର୍ଷ ହେଲା ନିଜର ଆଧିପତ୍ୟ ବିସ୍ତାର କରି•ଲିଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି କମ୍ପାନୀ ଗୁଡ଼ିକ ସ୍ଥାନୀୟ ଅଞ୍ଚଳ କିମ୍ବା ଜିଲ୍ଲାର ଉନ୍ନତି କଥା ଚିନ୍ତା କରୁ ନାହାଁନ୍ତି କି ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବା କଥା ଚିନ୍ତା କରୁନାହାନ୍ତି । ସ୍ୱାଧିନତାର ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ସାଧାରଣ ମୌଳିକ ଅଧିକାରରୁ କେନ୍ଦୁଝରବାସୀ ବଞ୍ଚିତ ହୋଇଛନ୍ତି । ଟାଟା, ଓଡ଼ିଶା ଖଣି ନିଗମ, ସେଲ ଆଦି ବଡ଼ ବଡ କମ୍ପାନୀ ପଡୋଶୀ ଜିଲ୍ଲା ତଥା ରାଜ୍ୟ ଓ ଦେଶ ବାହାରେ ହଜାର ହଜାର କୋଟି ଟଙ୍କା ନିବେଶ କରି ଆମ ଜିଲ୍ଲାରୁ କଞ୍ଚା ମାଲ ନେଇ ମେଗାଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିଛନ୍ତି । ସେ ଅଞ୍ଚଳ ଗୁଡ଼ିକ ଏବେ ଉନ୍ନତିର ଚରମ ସୀମାରେ ପହଞ୍ଚିଛି । ମାତ୍ର ଖଣି ଖାଦାନ ଭରପୁର ହୋଇ ରହିଥିଲେ ମଧ୍ୟ ଏ ଜିଲ୍ଲାର ଲୋକେ ଗରୀବ ହୋଇ ରହିଛନ୍ତି । ଜିଲ୍ଲାରେ ଟାଟା, ସେଲ କିମ୍ବା ଓଡ଼ିଶା ଖଣି ନିଗମ ଦ୍ୱାରା ଏକ ବୃହତ ମେଗା ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରି ଉତ୍ତମ ନିଯୁକ୍ତି ବ୍ୟବସ୍ଥା କରିବାକୁ ଯୁବ ଓ ଶ୍ରମ ବିକାଶ ମଞ୍ଚ ସମେତ ଜିଲ୍ଲା ବାସୀଙ୍କ ତରଫରୁ ଦାବି ହୋଇଛି । ଜିଲ୍ଲାର ବୃହତ୍ତ ସ୍ୱାର୍ଥ ପାଇଁ ଯଦି ଚଳିତ ମାସ ୩୦ ତାରିଖ ସୁଦ୍ଧା ସରକାରଙ୍କ ତରଫରୁ ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କୌଣସି ପଦକ୍ଷେପ ନିଆ ନ ଯାଏ ତେବେ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସଂଗଠନ, ସମାଜସେବୀ, ବୁଦ୍ଧିଜୀବୀ ଗୋଷ୍ଠୀ, ରାଜନୈତିକ ଦଳ ଓ ଜନସାଧାରଣ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ସହିତ ଜିଲ୍ଲାରେ ଅର୍ଥନୈତିକ ଅବରୋଧ କରିବାକୁ ଚେତାବନୀ ଦେଇଥିବାବେଳେ ଏହି ବିଷୟରେ କର୍ଯ୍ୟାନୁଷ୍ଠାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଓଡ଼ିଶା, ଶିଳ୍ପ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଶିଳ୍ପ ସଚିବ, ମୁଖ୍ୟ ଶାସନ ସଚିବ ଓ ୫-ଟି ଅଧକ୍ଷଙ୍କୁ ମଧ୍ୟ ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ ତରଫରୁ ଅବଗତ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.