ପାରାଦୀପରେ ସ୍ଥାପନ ହେବ ମେଗା ଫିଡ୍‌ କ୍ରାକର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକୁ ପ୍ରଶଂସା

179

ପାରାଦୀପ : ପାରାଦୀପରେ ସ୍ଥାପନ ହେବ ଆଉ ଏକ ମେଗା ଫିଡ୍‌ କ୍ରାକର ପ୍ରକଳ୍ପ । ଏହି ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ ଆଇଓସିଏଲ ଦ୍ୱାରା ୫୮ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ଯୋଜନାକୁ ସାକର କରିବା ଦିଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପରିକଳ୍ପିତ ଏହି ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି । ଫଳରେ ଏହାଦ୍ୱାରା ଜଗତସିଂହପୁର ଜିଲ୍ଲା ବିଶେଷ ଭାବେ ପାରାଦୀପ ତଥା ରାଜ୍ୟର ଅର୍ଥନୀତିର ବିକାଶ ହେବା ସହ ନୂଆ ରୋଜଗାର ସୁଯୋଗ ସୃଷ୍ଟି ହେବ ବୋଲି ରବିବାର ଦିନ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପାରାଦୀପର ବିଜେପି ନେତା ସମ୍ପଦ ସ୍ୱାଇଁ ।

ଏହି ପ୍ରକଳ୍ଫ ଦ୍ୱାରା ଏ ଅଞ୍ଚଳର ସାମାଜିକ ଅର୍ଥନୈତିକ ବିକାଶ ମଧ୍ୟ ହୋଇପାରିବ । କେନ୍ଦ୍ରମନ୍ତ୍ରୀଙ୍କ ଧର୍ମେନ୍ଦ୍ରପ୍ରଧାନଙ୍କଉଦ୍ୟମରେ ପାରାଦୀପରେ ଆଉ ଏକ ବୃହତ ପୁଞ୍ଜି ନିବେଶ ସମ୍ଭବ ହୋଇପାରିଛି । ଏହି ପ୍ରକଳ୍ପ ଦ୍ୱାରା ପାରାଦୀପ ତୈଳ ବିଶୋଧନାଗାରରେ ଏହି ‘ମେଗା ଡୁଆଲଫିଡ୍‌ କ୍ରାକର’ ପ୍ଲାଂଟରୁ ଏଥିଲିନ୍‌, ପଲିପ୍ରୋପଲିନ୍‌, ପଲି ଭିନାଇଲ, କ୍ଲୋରାଇଡ୍‌(ପିଭିସି) ଓ ଫିନୋଲ ଭଳି ଅନେକ ଦ୍ରବ୍ୟ ଉତ୍ପାଦନ ହେବ । ଏହି ଦ୍ରବ୍ୟକୁ ବ୍ୟବହାର କରିକେମିକାଲ, ରଙ୍ଗ, ଫାର୍ମା, ପ୍ଲାଷ୍ଟିକ ଓ ଦୈନଦିନବ୍ୟବହାର କରାଯାଉଥିବା ବିଭିନ୍ନ ସାମଗ୍ରୀ ସଂସ୍ଥା ପାରାଦୀପରେ ପ୍ରତିଷ୍ଠା ହେବ । ଏହି ଶିଳ୍ପ ଯୋଗୁଁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଯୁବ ଉଦ୍ୟମୀ ପ୍ରତିଷ୍ଠା ହୋଇପାରିବା ସହ ହଜାର ହଜାରଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିପାରିବ । ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନର ଏହି ପ୍ରକଳ୍ପ ଏକ ଅଂଶ ବିଶେଷ । ଏହି ସାମ୍ବାଦିକ ସମ୍ମିଳନୀରେ ପାରାଦୀପଗଡ଼ ମଣ୍ଡଳ ସଭାପତିରଶ୍ମିରଂଜନ ସାମନ୍ତରାୟ ଓ ପାରାଦୀପ ନଗର ସଭାପତି ସୁବ୍ରତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.