ବୈପାରିଗୁଡା, : ବୈପାରିଗୁଡା ଅଂଚଳରେ •ଞ୍ଚଲ୍ୟ ସୃଷ୍ଟି କରିଥିବା ଭଳି ଏକ ହତ୍ୟାକାଣ୍ଡ ମାମଲା ଗତ ବୁଧବାର ସନ୍ଧ୍ୟା ୬ଟା ସମୟରେ ଲୋକ ଲୋଚନକୁ ଆସିଥିଲା । ସେହି ସମୟରେ ଅଭିଯୁକ୍ତ କାଣ୍ଡ ଘଟାଇ ଘଟଣା ସ୍ଥଳରୁ ଫେରାର ମାରିଥିଲା । ଏହି ଘଟଣା ପୋଲିସକୁ •ଲେଞ୍ଜ ଦେଇଥିବା ବେଳେ ବୈପାରିଗୁଡା ପୋଲିସ ମଧ୍ୟ ଏହି ମର୍ଡର କେସ୍ ଘଟଣାର ତଦନ୍ତ ଜୋରଦାର ଭାବେ ଆରମ୍ଭ କରି ଘଟଣା ଘଟିବାର ୨୪ ଘଣ୍ଟା ିତରେ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଥିବା ଦୋରାଗୁଡା ଗ୍ରାମର ଧୋବା ଖରା (୨୬)କୁ ଧରିବାରେ ସକ୍ଷମ ହୋଇଛି । କହିବାକୁ ଗଲେ ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥି ଓ ତାଙ୍କ ଟିମ୍କୁ ମିଳିଛି ଏକ ବଡ ସଫଳତା । ଏନେଇ ସୋମବାର ବୈପାରିଗୁଡା ଥାନା ପରିସର ଠାରେ ଜୟପୁର ଏସଡିପିଓ ହରିଶ୍ଚ ବିସି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରାଦାନ କରିଛନ୍ତି ଯେ ମୃତକ ଭାଗ୍ୟ ବିଶୋଇ ସଲପ ମଦ ଓ ଗଞ୍ଜେଇ ବ୍ୟବସାୟ କରି ବହୁତ ଟଙ୍କା ରଖିଥିବା ଜାଣି ଆସାମୀ ଧୋବା ଖରା ତାକୁ ପ୍ରେମ ଜାଲରେ ଫସାଇ ତାଙ୍କ ଠାରୁ ଟଙ୍କା ଆଣି ନିଜର ଆବଶ୍ୟକତା ପୂରଣ କରୁଥିଲା । ମୃତକ ମହିଳା ଭାଗ୍ୟଙ୍କ ସହ ମିଶି ଧୋବା ଖରା ଦୁହେିଁ ଚିତ୍ରକୋଣ୍ଡା ଅଂଚଳରୁ ଗଞ୍ଜେଇ ଆଣି ବାହାର ରାଜ୍ୟକୁ ଚୋରା•ଲାଣ ମଧ୍ୟ କରୁଥିଲେ । ଆସାମୀ ଧୋବା ଖରା ମୃତକ ମହିଳା ଭାଗ୍ୟ ବିଶୋଇଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା ଏବଂ ଭାଗ୍ୟ ତାକୁ ବିବାହ କରିବାକୁ ବାରମ୍ବାର ବାଧ୍ୟ ମଧ୍ୟ କରୁଥିଲା । ଦୁହେଙ୍କ ମଧ୍ୟ ବିବାହକୁ ନେଇ ବୈପାରିଗୁଡା ଗୁପ୍ତେଶ୍ୱରର ଶିରିବେଡା ଠାରେ ରାତ୍ରି ସମୟରେ ଝଗଡା ହୋଇଥିଲା ଏବଂ ଧୋବା ଛୋଟ ଏଟିଏମ ସାଇଜ୍ର ଏକ ଛୁରୀରେ ତାର ବାମ ହାତକୁ ଦୁଇଥର ଆଘାତ କରିଥିଲା । ଭାଗ୍ୟ ବିଶୋଇ ନିଜ ଜୀବନ ବଂ•ଇବା ପାଇଁ ଧୋବାକୁ ମିନତୀ କରିବାରୁ ଧୋବା ଗତ ୭ ତାରିଖ ସକାଳେ ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ପାଖରେ ଛାଡିଥିଲା । ଏହି ଘଟଣା ପରେ ଭାଗ୍ୟ ବିଶୋଇ ବାରମ୍ବାର କେସ୍ କରିବା ନେଇ ଧୋବା ଖରାକୁ ଫୋନ କରି ଧମକ ଦେଇଥିଲା । ଯୁବକ ଜଣକ ହାଇଦ୍ରାବାଦ ସ୍ଥିତ ହିଲ୍ କମ୍ପାନୀରେ ସିକ୍ୟୁରୀଟି କାର୍ଯ୍ୟ କରୁଥିବା ବେଳେ ଦଶହରା ପାଇଁ ୧୫ ଦିନ ଛୁଟି କାଟି ବୈପାରିଗୁଡାକୁ ଆସି ମହିଳାଙ୍କୁ ବିବାହ କରିବା ନେଇ ପ୍ରତିଶୃତି ପ୍ରଦାନ କରି ଡକରୀ ଘାଟି ପାଖ ପୋଲ ତଳେ ମର୍ଡର କରିଥିବାର ପୋଲିସ ଆଗରେ ସ୍ୱକାର କରିଥିବା କହିଛନ୍ତି ଜୟପୁର ଏସଡିିପିଓ ହର୍ରିଶ୍ଚ ବିିସି । ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିବା ବେଳେ ଏସଆଇ ବିଶନୁ ପ୍ରସାଦ ଶବର ତଦନ୍ତକାରୀ ଅଧିକାରୀ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.