ଆରପାରିରେ ଓଲିଉଡ ଦୁନିଆର ଅଭିନେତା ପିଣ୍ଟୁ ନନ୍ଦ, ହାଇଦ୍ରାବାଦ ସ୍ଥିତ ଘରୋଇ ହସପିଟାଲରେ ଦେହାନ୍ତ

214

ଜୀବନ ସହ ସଂଘର୍ଷ କରି ହାରିଗଲେ ପିଣ୍ଟୁ। ଏମିତି ଅଫେରା ରାଇଜକୁ ଚାଲିଗଲେ ଯେଉଁଠୁ ଆଉ କେହି ବି କେବେ ଫେରି ପାରେନି। ଅରପାରିରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ। ଗତକାଲି ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ଜଣେ ଉଚ୍ଚ କୋଟିର କଳାକାରଙ୍କୁ ହରାଇଛି ଓଲିଉଡ଼। ଯାହାକି ଚଳଚ୍ଚିତ୍ର ଜଗତ ପାଇଁ ଏକ ବଡ଼ କ୍ଷତି। ତେବେ ସେ କିଛି ମାସ ହେବ ହେବ ଲିଭର ସିରୋସିସ୍ ଭଳି ରୋଗରେ ପୀଡ଼ିତ ଥିଲେ। ଯାହାପାଇଁ ତାଙ୍କର ଟ୍ରିଟମେଣ୍ଟ
ମଧ୍ୟ ଚାଲିଥିଲା। ଦିଲ୍ଲୀ ଓ ହାଇଦ୍ରାବାଦରେ ସେ ଚିକିତ୍ସିତ ହେଉଥିଲେ। ଶେଷରେ ତାଙ୍କର ୪୫ ବର୍ଷ ବୟସରେ ମୃତ୍ୟୁ ଘଟିଛି।

ତେବେ ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ୧୯୭୭ ମସିହା ଜୁଲାଇ ୭ରେ ଜଗତସିଂହପୁର ଜିଲ୍ଲା ଓଡ଼ିଶ ଗ୍ରାମରେ ପିତା ଅଶୋକ କୁମାର ନନ୍ଦ ଓ ମାତା କାନ୍ତିଲତାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ପିଣ୍ଟୁ ଜଗତସିଂହପୁରରେ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ତେବେ ସେ ଜଣେ ଖୁବ୍ ଭଲ କଳାକାର। ସେ ବିଭିନ୍ନ ପ୍ରକାର ଅଭିନୟ କରିପାରୁଥିଲେ। ଏମିତିକି ତାଙ୍କୁ ‘ରଙ୍ଗ୍ ନମ୍ବର’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମଧ୍ୟ ମିଳିଥିଲା।

ତେବେ ପିଣ୍ଟୁ ‘ରଙ୍ଗ୍ ନମ୍ବର’, ‘ଦୋସ୍ତି’, ବାହୁଡ଼ିବେ ମୋ ଜଗାବଳିଆ’ ଓ ‘କଥା ଦେଲି ମଥା ଛୁଇଁ’ ପରି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। କୋଇଲି ହେଉଛି ତାଙ୍କର ପ୍ରଥମ ଫିଲ୍ମ। ଟେଲିଫିଲ୍ମରୁ ସେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ଅନେକ ଆଲବମରେ ମଧ୍ୟ କାମ କରିଛନ୍ତି। ‘ଏ ଗଉରା ‘ ଆଲବମ ପାଇଁ ସେ ଖୁବ୍ ଜଣାଶୁଣା ଥିଲେ। ତେବେ ସେ ଓଲିଉଡର ଜଣେ ଲୋକପ୍ରିୟ ଅଭିନେତା। ସେଥି ପାଇଁ ଆଜି ଓଡ଼ିଆ ଚଳଚ୍ଚିତ୍ର ଦୁନିଆ ତାଙ୍କ ପାଇଁ ନିଶବ୍ଦ ହୋଇ ଯାଇଛି।

Leave A Reply

Your email address will not be published.