ପୋଲିସ ଉପରେ ବୋମା ମାଡ଼ : ୫ ଗିରଫ
କୁକୁଡାଖଣ୍ଡି : ନିମଖଣ୍ଡି ଥାନା ଅଧିନରେ ଥିବା ଶ୍ରୀକ୍ଷେତ୍ର ବିହାର ରେ ବିଭିନ୍ନ ଅସାମାଜିକ କାର୍ଯ୍ୟ ଚାଲୁଥିବା ବେଳେ ମଙ୍ଗଳବାର ରାତ୍ରି ବଡବଜାର ଥାନା ଅଧୀନ ଲକ୍ଷ୍ମୀ ନୃସିଂହ ସାହିରେ ହୋଇଥିବା ବୋମା ମାଡ଼ ଘଟଣାର ସନ୍ଧାନ ପାଇ ବଡ଼ ବ଼ଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଏବଂ ତାଙ୍କ ଟିମ ଶ୍ରୀକ୍ଷେତ୍ର ବିହାରରେ ଏକ ଘରେ ଚଢ଼ାଉ କରିଥିଲେ ଘରେ ଭଡାରେ ରହୁଥିବା ୨ ମହିଳା ୩ ଯୁବକ ଘର ଭିତରେ ରହି ପୋଲିସ ଉପରକୁ ବୋମା ଫିଙ୍ଗିବାଥିଲେ ।
ଘଟଣା ସ୍ଥଳରେ ପୋଲିସ ଅଧିକାରୀମାନେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳ ୟରେ ଘରର କବାଟ ଦେବା ରୁ ଭର୍ତି ଯାଇଥିଲେ ପୋଲିସ ଘଟଣା ସ୍ଥଳ ରେ ୩ ଦୁବୃର୍ତ୍ତମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ପରେ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ଏବଂ ଦୁଇ ଅତିରିକ୍ତ ଏସପି, ନିମଖଣ୍ଡି ଥାନା, ବଡବଜାର ଥାନା ପୋଲିସ ପହଞ୍ଚି ଥିଲେ । ଘର ମଧ୍ୟରେ ଥିବା ୨ ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି ।
ସାଇଣ୍ଟିଫିକ ଟିମ ଆସି ଘରଭିତରେ ଗଛିତ ଥିବା ବୋମାକୁ ଚେକ କରୁଥିବା ବେଳେ ଘରେ ଏକ ବୋମା ଫାଟିଥିବା ରୁ ତଦନ୍ତରେ ଆସିଥିବା ବୋମା ନିଷ୍କ୍ରିୟକାରି ଦଳର ଅଶୋକ ପ୍ରଧାନ ଆହାତ ହୋଇଥିଲେ । ନିମଖଣ୍ଡି ଥାନା ପୋଲିସ ୩ଯୁବକ ସହ ୨ମହିଳାଙ୍କୁ ମଧ୍ୟ ଗିରଫ କରିଛି । ଉକ୍ତ ଘରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଚାଲୁଥିବା ପୋଲିସ ଜାଣିବାକୁ ପାଇଛି । ଘଟଣା ସ୍ଥଳରୁ କିଛି ଗଞ୍ଜେଇ ଓ ଏକ ବନ୍ଧୁକ ମଧ୍ୟ ପୋଲିସ ଜବତ କରିଛି ।