ପୁରୀ : ଶ୍ରୀମନ୍ଦିରର ସିଂହଦ୍ଵାରର ନୂତନ ରୂପାଦ୍ବାର ସ୍ଥାପନ କରାଯିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନ ଯାତ୍ରାରେ ବାହାରିବା ପରେ କାମ ଆରମ୍ଭ ହେବ। ସେହି ନିଷ୍ପତ୍ତି ଅନୁସାରେ ସିଂହଦ୍ବାରରେ କାମ ଆରମ୍ଭ ହୋଇଛି। ପ୍ରଥମେ ପ୍ଲାଇରେ ନିର୍ମିତ ଅସ୍ଥାୟୀ ସିଂହଦ୍ୱାର ତିଆରି କରାଯାଉଛି। ଏହାପରେ ସିଂହଦ୍ବାରରେ ଥିବା ପିତ୍ତଳ ଦ୍ବାରକୁ ଖୋଲାଯିବ। ତାପରେ ନୂଆକରି ନିର୍ମିତ ରୂପା ଦ୍ବାରା ଲଗାଯିବ। ମୁମ୍ବାଇର ଜଣେ ଦାତା ରୂପା ପ୍ରଦାନ କରିଛନ୍ତି। ସେଥିରେ ବର୍ମାଟିକ କାଠରେ ନୂତନ ଦ୍ବାରା ନିର୍ମାଣ କରାଯାଇଛି ଯାହାକୁ ଲଗାଯିବ। ପୂର୍ବରୁ ସାତପାହାଚ, ଜୟବିଜୟ ଦ୍ବାର, କଳାହାଟ ଦ୍ବାର, ବେହରଣ ଦ୍ଵାର, ଭୋଗମଣ୍ଡପ ଦ୍ବାରା ଆଦି ଦ୍ବାରାକୁ ଉତ୍କଳୀୟ ଢାଞ୍ଚାରେ ରୂପା ଦ୍ବାରା କରାଯାଇଛି। ଏହାସହ ଗର୍ଭଗୃହର ମଧ୍ୟ ଯାଞ୍ଚ ହେବ । ମହାପ୍ରଭୁଙ୍କ ଏହି ଯାତ୍ରା ସମୟରେ ଗର୍ଭଗୃହ ଯାଞ୍ଚ କରାଯାଏ । ଏଏସଆଇର ବୈଷୟିକ କୋର୍ କମିଟି ଓ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ମିଳିତ ଭାବେ ଯାଞ୍ଚ କରିବେ ।
Sign in
Sign in
Recover your password.
A password will be e-mailed to you.