ଆରବିଆଇର ଘୋଷଣା: ମହଙ୍ଗା ହେବ ବ୍ୟକ୍ତିଗତ ଋଣ

RBI announcement: Personal loans to be expensive

167

କୌଣସି ରିସ୍କ ହେଉଥିଲେ ଏହାକୁ ଦୂର କରିବା ପାଇଁ ଅତିରିକ୍ତ ସୁରକ୍ଷା ଉପାୟ ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏ ନେଇ ଜାରି ସର୍କୁଲାରରେ କମର୍ସିଅ ।ଲ ବ୍ୟାଙ୍କମାନଙ୍କ କଞ୍ଜ୍ୟୁମର ଲୋନ ରିସ୍କ ୱେଟେଜ୍‌ ବୃଦ୍ଧିରେ ପର୍ସନାଲ ଲୋନ ମଧ୍ୟ ସାମିଲ ବୋଲି କହିଥିଲେ । ତେବେ ଏଥିରେ ହୋମଲୋନ, ଏଜୁକେସନ ଲୋନ, ଭେଇକଲ ଲୋନ ଓ ଗୋଲ୍ଡ ଲୋନ ଭଳି ଅନ୍ୟ ସୁରକ୍ଷିତ ଲୋନକୁ ସାମିଲ କରାଯାଇ ନାହିଁ । ଏଥିରେ ଏନବିଏଫସି ଲାଗି ରିସ୍କ ୱେଟେଜରେ କରାଯାଇଥିବା ବୃଦ୍ଧିରେ ରିଟେଲ ଲୋନକୁ ସାମିଲ କରାଯାଇଛି । ତେବେ ଏଥିରୁ ହୋମଲୋନ, ଏଜୁକେସନ ଲୋନ, ଭେଇକଲ ଲୋନ, ଗୋଲ୍ଡ ଲୋନ ଓ ମାଇକ୍ରୋଫାଇନାନ୍ସ ଲୋନକୁ ବାହାରେ ରଖାଯାଇଛି । ଆରବିଆଇ କମର୍ସିଆଲ ବ୍ୟାଙ୍କ ଓ ଏନବିଏଫସିଙ୍କ କ୍ରେଡିଟ କାର୍ଡ ରିସିଭେବଲ୍ସ ଉପରେ ମଧ୍ୟ ରିସ୍କୱେଟ୍‌ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏ ପର୍ଯ୍ୟନ୍ତ କ୍ରେଡିଟା କାର୍ଡ ରିସିଭେବଲ୍ସ ନିମନ୍ତେ କମର୍ସିଆଲ ବ୍ୟାଙ୍କମାନଙ୍କ ରିସ୍କ ୱେଟେଜ୍‌ ୧୨୫ ପ୍ରତିଶତ ଥିଲା ଓ ଏନବିଏଫସିଙ୍କ ନିମନ୍ତେ ୧୦୦ ପ୍ରତିଶତ ଥିଲା । ତେବେ ଏହି ପରିବର୍ତ୍ତନ ପରେ ବ୍ୟାଙ୍କ ଓ ଏନବିଏଫସି ନିମନ୍ତେ ଏହି ୱେଟେଜ୍‌ ଯଥାକ୍ରମେ ୧୫୦ ଓ ୧୨୫ ପ୍ରତିଶତ ହୋଇଯାଇଛି ।

Leave A Reply

Your email address will not be published.