ନୂଆଦିଲ୍ଲୀ,୨୮ା୧୨ : କତାରରେ କଥିତ ଗୁଇନ୍ଦାଗିରି ଅଭିଯୋଗରେ ଫାଶୀ ଦଣ୍ଡ ପାଇଥିବା ନୌସେନାର ୮ ପୂର୍ବତନ କର୍ମ•ରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କତାର କୋର୍ଟ ସମସ୍ତଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି। ମୃତ୍ୟୁ ଦଣ୍ଡ ବିରୋଧରେ ଭାରତ ପକ୍ଷରୁ ଆବେଦନ କରାଯାଇଥିଲା। କତାର କୋର୍ଟ ଅକ୍ଟୋବର ୨୬ରେ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ । କତାର କୋର୍ଟଙ୍କ ଏହି ରାୟକୁ ଭାରତର କୂଟନୈତିକ ବିଜୟ ବୋଲି କୁହାଯାଇଛି। ତେବେ କୋର୍ଟଙ୍କ ବିସ୍ତୃତ ରାୟ ହସ୍ତଗତ ହୋଇ ନାହିଁ। କତାରରେ ଗୁରୁବାର ଶୁଣାଣି ବେଳେ ଭାରତୀୟ ଦୂତାବାସ ଓ ଅନ୍ୟ ଅଧିକାରୀ, ପରିବାର ସଦସ୍ୟ କୋର୍ଟରେ ଉପସ୍ଥିତ ଥିଲେ। ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଆମେ ଏହି ମାମଲାରେ ଆରମ୍ଭରୁ ହିଁ ସେମାନଙ୍କ ସହ ରହିଛୁ। ଆମେ କତାର ଅଧିକାରୀଙ୍କ ଆଗରେ ଏହି ମାମଲାକୁ ଉଠାଇବା ଜାରି ରଖିବୁ। କତାରରେ ଯେଉଁ ୮ ପୂର୍ବତନ ନୌସୈନିକଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଯାଇଥିଲା ସେମାନେ ହେଉଛନ୍ତି-କ୍ୟାପ୍ଟେନ ନବତେଜ ସିଂ ଗିଲ୍, କ୍ୟାପ୍ଟେନ ସୌରଭ ବଶିଷ୍ଠ, କ୍ୟାପ୍ଟେନ ବୀରେନ୍ଦ୍ର କୁମାର ବର୍ମା, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗ୍ନାକର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତ, କମାଣ୍ଡର ନାଗପାଲ ଓ ସେଲର ରାଗେଶ। ଏହି ସମସ୍ତେ ଅବସର ପରେ କତାରର ଦୋହା ଗ୍ଲୋବାଲ୍ ଟେକ୍ନୋଲଜି ଆଣ୍ଡ କନସଲଟେନ୍ସି ନାମକ ଏକ କମ୍ପାନିରେ କାମ କରୁଥିଲେ। ଓମାନ ଏୟାରଫୋର୍ସର ଅବସରପ୍ରାପ୍ତ ସ୍କ୍ୱାଡନ ଲିଡର ଖସିମ ଅଲ ଅଜମୀ ଏହାର ପ୍ରମୁଖ ଥିଲେ। ୮ ଭାରତୀୟଙ୍କ ସହ ତାଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ପରେ ନଭେମ୍ବରରେ ଛାଡ଼ି ଦିଆଯାଇଥିଲା । କତାର ଇଣ୍ଟେଲିଜେନ୍ସି ଏଜେନ୍ସି ଷ୍ଟେଟ୍ ସିକ୍ୟୁରିଟି ବ୍ୟୁରୋ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ୨୦୨୨ ଅଗଷ୍ଟ ୩୦ରେ ଗିରଫ କରିଥିଲା। ଭାରତୀୟ ଦୂତାବାସକୁ ସେପ୍ଟେମ୍ବର ମଧ୍ୟରେ ପ୍ରଥମ ଥର ପାଇଁ ଏହି ଗିରଫଦାରୀ ବିଷୟରେ କୁହାଯାଇଥିଲା।
Sign in
Sign in
Recover your password.
A password will be e-mailed to you.