ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା କଣ୍ଟେଇକୁଳିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର
ପଦ୍ମପୁର ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି!ଘଟଣା ସ୍ଥଳରୁ ପ୍ରକାଶ ଯେ, ଗତ ରାତି ପ୍ରାୟ ୮ ଟା ସମୟରେ ଇଛାପୁର୍ ଗ୍ରାମ
ପଦ୍ମପୁର ସାହିର ଅଭିରାମ ଦେହୁରୀ (୫୦ ବର୍ଷ) ନାମକ ଜଣେ ବ୍ୟକ୍ତି ଶୌଚ ହେବା ନିମନ୍ତେ ସ୍ଥାନୀୟ ପୋଖରୀକୁ ଯାଇଥିଲେ ! ମାତ୍ର ଦୁର୍ଭାଗ୍ୟବଶତ ସେ ସେଠାରେ ପୋଖରୀରେ ବୁଡି ଘଟଣା ସ୍ଥଳରେ ମୃତ୍ୟୁବରଣ କରିଛନ୍ତି! ପଚରା ଉଚରା କରିବାରୁ ସେ ବ୍ୟକ୍ତି ଜଣକ ଦୀର୍ଘ ୧୦-୧୫ ବର୍ଷ ହେବ ଅପସ୍ମାର ରୋଗରେ ପୀଡିତ ଥିବାର ଜଣାପଡିଛି! ପ୍ରକାଶ ଥାଉକି ଅପସ୍ମାର ରୋଗରେ ପୀଡିତ ବ୍ୟକ୍ତି ଯେ କୌଣସି ସମୟରେ ମୁର୍ଚ୍ଛା ହୋଇ ଯିବାର ସମ୍ଭାବନା ରହିଥାଏ ! ତେଣୁ ସେ ଶୌଚ ହେବା ସମୟରେ ମୂର୍ଚ୍ଛା ହୋଇ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବାର ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି! ଖବର ପାଇ ବାମୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ହଣ୍ଡପା ପୋଲିସ ଘଟଣା ସ୍ଥଳରେ ପହଂଚି ପଚରା ଉଚୁରା କରି ଶବ ବ୍ୟବଛେଦ ନିମନ୍ତେ ନେଇଥିବା ଜଣା ପଡିଛି! ଏହି ଘଟଣାରେ ସ୍ଥାୟୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି!
Sign in
Sign in
Recover your password.
A password will be e-mailed to you.
Prev Post
Next Post