ମୁମ୍ବାଇ, ୨୯ା୧୧: ଅପରାଧୀଙ୍କ ଟାର୍ଗେଟରେ ବଲିଉଡର ଭାଇଜାନ୍ ସଲମାନ ଖାନ୍ । ତାଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ଅନେକ ଥର ତାଙ୍କୁ ହତ୍ୟା ଧମକ ମିଳିଥିବା ବେଳେ ଏବେ ପୁଣି ତାଙ୍କୁ ପାଖକୁ ଧମକ ଭରା ମେସେଜ ଆସିଛି । ଏହାପରେ ମୁମ୍ବାଇ ପୋଲିସ ଆଲର୍ଟ ମୁଡ୍ ଆସିଯାଇଛି । ସୂଚନା ମୁତାବକ, ଏଥର ଫେସବୁକ ପୋଷ୍ଟ ମାଧ୍ୟମରେ ସଲମାନ ଖାନ୍ଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି । ରବିବାର ଲରେନ୍ସ ବିଷ୍ଣୋଇ ନାଁ ଥିବା ଏକ ସୋସିଆଲ ମିଡିଆ ଆକାଉଣ୍ଟର ସଲମାନଙ୍କୁ ଧମକ ଦିଆଯାଇଛି । ଧମକ ଦେଇଥିବା ବ୍ୟକ୍ତିଙ୍କ ପ୍ରୋଫାଇଲରେ ଲରେନ୍ସ ବିଷ୍ଣୋଇର ଫଟୋ ମଧ୍ୟ ଲାଗିଛି । ସଲମାନଙ୍କୁ ଦିଆଯାଇଥିବା ଏହି ଧମକରେ ଗାୟକ ଗିପ୍ପି ଗରେୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ଏବଂ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଫେସବୁକରେ ଦିଆଯାଇଥିବା ଧମକରେ ଗିପ୍ପି ଗରେୱାଲଙ୍କୁ ସମ୍ବୋଧିତ କରି କୁହାଯାଇଛି ଯେ, ‘ତୁମେ ସଲମାନ ଖାନଙ୍କୁ ତୁମର ଭାଇ ବୋଲି ଭାବୁଛ, କିନ୍ତୁ ବର୍ତ୍ତମାନ ସମୟ ଆସିଛି ଯେ ତୁମର ‘ଭାଇ’ ଆସି ତୁମକୁ ବଞ୍ଚାଇବ ।’ ସେପଟେ ସଲମାନ ଖାନଙ୍କୁ ଧମକ ଦେଇ ଲେଖା ଅଛି ଯେ, ‘ଭ୍ରାନ୍ତିରେ ରୁହ ନାହିଁ ଯେ ଦାଉଦ୍ ଆସି ତୁମକୁ ବଞ୍ଚାଇବ, କେହି ତୁମକୁ ବଞ୍ଚାଇ ପାରିବେ ନାହିଁ । ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ତୁମେ କିପରି ପ୍ରତିକ୍ରିୟା ଦେଇଥିଲ ତାହା ସମସ୍ତେ ଦେଖିଛନ୍ତି । ଏହା ଏକ ଟ୍ରେଲର ମାତ୍ର, ପୂରା ଫିଲ୍ମ ବାକି ଅଛି । ତୁମେ ଯେ କୌଣସି ଦେଶକୁ •ଲିଗଲେ ମଧ୍ୟ, ମନେରଖ ମୃତ୍ୟୁକୁ ଭିସା ଆବଶ୍ୟକ ପଡେ ନାହିଁ । ଏହା ନିଶ୍ଚିତ ଆସେ ।’ ସଲମାନଙ୍କୁ ଏଭଳି ଧମକ ମିଳିବା ପରେ ମୁମ୍ବାଇ ପୋଲିସ ସଜାଗ ହୋଇ ପଡିଛି । ସଲମାନ ଖାନ୍ଙ୍କ ସୁରକ୍ଷା ବଢାଇ ଦେଇଛି ପୋଲିସ । ଏଥିସହ ଅଭିନେତାଙ୍କୁ ସତର୍କ ରହିବାକୁ ମଧ୍ୟ କୁହାଯାଇଛି । ଏହି ପୋଷ୍ଟ କିଏ କରିଛି ଓ କେଉଁଠୁ ଆସିଛି । ଏହି ସୋସିଆଲ ମିଡିଆ ଆକାଉଣ୍ଟ ଲରେନ୍ସ ବିଷ୍ଣୋଇର ନା ନାହିଁ ତାହା ଜାଣିବାକୁ ପୋଲିସ ଚେଷ୍ଟା ଜାରି ରହିଛି । ଲରେନ୍ସ ବିଷ୍ଣୋଇ ଏବେ ଜେଲରେ ଅଛି । ଯଦି ଏହି ସୋସିଆଲ ମିଡିଆ ଆକାଉଣ୍ଟ ଲରେନ୍ସ ବିଷ୍ଣୋଇ ହୋଇଥାଏ ତେବେ ଏହାକୁ କିଏ ପରି•ଳନା କରୁଛି, ଏହା ଜାଣିବା ପାଇଁ ପୋଲିସ ସୋଶିଆଲ ମିଡିଆ ପ୍ଲାଟଫର୍ମ ଲିଖିତ ଭାବେ ଜଣାଇ ଏହାର ଯାଞ୍ଚ କରିବାକୁ କହିଛି ।
Sign in
Sign in
Recover your password.
A password will be e-mailed to you.