ଆଡପ ମଣ୍ଡପରେ ଦିଅଁ ଦର୍ଶନ

199

ଆଜି ନବମୀ ତିଥିରେ ଦିଅଁ ଦର୍ଶନ ପାଇଁ ଆଡପ ମଣ୍ଡପରେ ଭିଡ ଜମିବାରେ ଲାଗିଛି । ଆଜି ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଭିଡ ଜମିବାକୁ ଯାଉଥିବା ବେଳେ, ଏନେଇ ସମସ୍ତ ପରକାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ବାହୁଡା ଯାତ୍ରା । ଗୁଣ୍ଡିଚା ମନ୍ଦିରରେ ସରିଆସୁଛି ପ୍ରଭୁଙ୍କ ଲିଳା । ଆସନ୍ତାକାଲି ବାହୁଡା ଯାତ୍ରା ହୋଇଥିବାରୁ ରଥଯାତ୍ରା ଭଳି ବାହୁଡାଯାତ୍ରା ରେ ମଧ୍ୟ ଲୋକାରଣ୍ୟ ଦେଖାଯିବାର ସମ୍ବାଭନା ରହିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାଶନ ପକ୍ଷରୁ କଡା ସୂରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ଚଳିତ ବର୍ଷ ସୁନାବେଶରେ ମଧ୍ୟ ଭକ୍ତଙ୍କ ଭିଡ ଜମିବାକୁ ଦୃଷ୍ଟିରେ ରଖି ରାତି ୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.