ଉଦ୍ଧବ ଠାକରେଙ୍କ ଆକ୍ସନ ମୋଡ, ବିଦ୍ରୋହୀ ମନ୍ତ୍ରୀଙ୍କଠାରୁ ଛଡାଇନେଲେ କ୍ଷମତା

435

ବିଦ୍ରୋହୀ ମନ୍ତ୍ରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏକନାଥ ସିନ୍ଦେଙ୍କ ସମେତ ଅନ୍ୟ ୮ ଜଣ ମନ୍ତ୍ରୀଙ୍କ ଠାରୁ ସେମାନଙ୍କ କ୍ଷମତା ଛଡାଇ ନେଇଛନ୍ତି ଠାକରେ । ମହାବିକାଶ ଅଘାଡି ସରକାରର ଅନ୍ୟ ମନ୍ତ୍ରୀମାନଙ୍କୁୁ ଏହି ସବୁ ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି । ଜନହିତ ଦୃଷ୍ଟିରୁ ଏହିଭଳି ପରିର୍ବନ କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ ମହାବିକାଶ ଅଘାଡି ସରକାରର ଶିବ ସେନାର ୯ ଜଣ ମନ୍ତ୍ରୀ ବିଦ୍ରୋହ କରି ଏକନାଥ ସିନ୍ଦେଙ୍କ ସହିତ ଗୌହାଟି ରେ ଅଛନ୍ତି । ଯାହାଫଳ ରେ ଉଦ୍ଧବ ଠାକରେଙ୍କ କ୍ୟାବିନେଟରେ ଶିବ ସେନାର କେବଳ ତିନି ଜଣ ମନ୍ତ୍ରୀ ଅଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପୁଅ ଆଦିତ୍ୟ ଠାକରେ ରହିଥିବା ବେଳେ ଅନ୍ୟ ଦୁଇ ମନ୍ତ୍ରୀ ହେଉଛନ୍ତି ସୁଭାଷ ଦେସାଇ ଏବଂ ଅନୀଲ ପରବ । ତେବେ ଉଦ୍ଧବ ଠାକରେ ଏକନାଥ ସିନ୍ଦେଙ୍କ ନଗର ଉନ୍ନୟନ ବିଭାଗ ଦାୟୀତ୍ୱ ସୁଭାଷ ଦେସାଇଙ୍କୁ ଦେଇଥିବା ବେଳେ ଉଦୟ ସମାନ୍ତଙ୍କ ଉଚ୍ଛ ଶିକ୍ଷା ଦାୟୀତ୍ୱ ଆଦିତ୍ୟ ଠାକରେଙ୍କୁ ଦିଆଯାଇଛି । ଅନ୍ୟ ପକ୍ଷରେ କୃଷି ବିଭାଗ ଦାଦାଜୀ ଭୁସେଙ୍କ ଠାରୁ ଛଡାଇଆଣି ଶଙ୍କର ଯଶୱନ୍ତ ରାଓଙ୍କୁ ଦିଆଯାଇଛି ।

Leave A Reply

Your email address will not be published.