କଟକ, ଏସସିବିରୁ ଡିସାର୍ଜ ହେଲେ ପଦ୍ମଶ୍ରୀକମଳା ପୂଜାରୀ। ଗତ ଜାନୁୟାରୀ ୫ ତାରିଖରେ ଚିକିତ୍ସା ପାଇଁ ଏସସିବି ମେଡିକାଲ ନ୍ୟୁ ମେଡିସିନ ୱାର୍ଡରେ ଭର୍ତ୍ତି ହୋଇଥିଲେ ପଦ୍ମଶ୍ରୀ କମଳା ପୂଜାରୀ। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏସସିବିରୁ ଡିସାର୍ଜ ହୋଇଛନ୍ତି। ପଦ୍ମଶ୍ରୀ କମଳା ପୂଜାରୀ କିଡନୀ ରୋଗ, ଷ୍ଟୋନ୍ ସମେତ ଅନ୍ୟାନ୍ୟ କିଛି ରୋଗରେ ପୀଡିତ ଅଛନ୍ତି। ଏଠାରେ ତାଙ୍କର ଚିକିତ୍ସା ସରିବା ପରେ ତାଙ୍କୁ ଡିସାର୍ଜ କରାଯାଇଛି। ଆବଶ୍ୟକ ପଡ଼ିଲେ ସେ ପୁଣି ଏସସିବି ଆସି ସ୍ୱାସ୍ଥ୍ୟଗତ ପରାମର୍ଶ ନେଇପାରିବେ। ଜୟପୁର ଜିଲ୍ଲା କୋରାପୁଟ ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମକୁ ମଧ୍ୟ ତାଙ୍କ ବର୍ତ୍ତମାନର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ଜଣାଇ ଦିଆଯାଇଛି। ସେ ବର୍ତ୍ତମାନ ଘରେ ରହିବେ ଓ ତାଙ୍କର ରୁଟିନ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଚିକିତ୍ସା କରିଥିବା ଡାକ୍ତରୀ ଟିମର ସଦସ୍ୟ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି।
Sign in
Sign in
Recover your password.
A password will be e-mailed to you.