କଟକ : କଟକ ବଡ଼ ମେଡିକାଲର ନର୍ସିଂ କଲେଜକୁ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ବଢ଼ିବା ପରେ ACS (ସ୍ୱାସ୍ଥ୍ୟ ବିଭାଗ)ଙ୍କ ନିର୍ଦ୍ଦେଶ କ୍ରମେ ନର୍ସିଂ କଲେଜକୁ ବନ୍ଦ କରାଯାଇଥିବା ଅନୁଷ୍ଠାନର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଆଜି ସଂଧ୍ୟା ସୁଦ୍ଧା ହଷ୍ଟେଲ ଛାଡ଼ିବା ପାଇଁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ SCB ନର୍ସିଂ କଲେଜ ବନ୍ଦ ରହିବ ବୋଲି କୁହାଯାଇଛି। ଏବେ ଏହାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ କରାଯିବା ପରେ ପରେ ନର୍ସିଂ ଛାତ୍ରଛାତ୍ରୀ କହିଛନ୍ତି, ଯଦି ଅନ୍ୟ କେଉଁଠି ହଷ୍ଟେଲ ଓ କଲେଜ ବନ୍ଦ ହେଉ ନାହିଁ, ତେବେ ଏଠାରେ କାହିଁକି ବନ୍ଦ କରାଯାଉଛି। ରାଜ୍ୟ ସରକାରଙ୍କ ଦ୍ୱାହି ଦେଇ ବନ୍ଦ କରାଯାଇଥିବାରୁ ଏନେଇ ପିଲାଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଛି। କିଛି ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ସୁପରିଣ୍ଟେଣ୍ଡେଣ୍ଟ ସେମାନଙ୍କ ସହ ଆଲୋଚନା କଲା ବେଳେ କହିଥିଲେ ଯେ ଦୀର୍ଘ ଦିନ ଆନ୍ଦୋଳନ କଲେ ସରକାରଙ୍କୁ ଲେଖି କଲେଜ ବନ୍ଦ କରାଇ ଦିଆଯିବ ବୋଲି ଚେତାଇ ଦେଇଥିଲେ। ତେଣୁ ଆଜିର ଏହି ବନ୍ଦ ନିର୍ଦ୍ଦେଶ ସେହି ଚେତାବନୀର ପ୍ରତିଫଳନ ବୋଲି କେହି କେହି କହୁଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ସଂକ୍ରମଣ। ଗତ କାଲି ୧୨୮୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ସେହି ସଂଖ୍ୟା ୧୩୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫୫ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୩, ନୂଆପଡ଼ାରୁ ୧୩୫ ଓ କଟକ ଜିଲ୍ଲାରୁ ୫୧ ଜଣ ଚିହ୍ନଟ ହୋଇଛନ୍ତି।
Sign in
Sign in
Recover your password.
A password will be e-mailed to you.