ଡୁମାଣୀ ଟିଭି , ୨/୪: ଯୁଗ ପରିବର୍ତ୍ତନ ହେବା ସହ ଲୋକଙ୍କର ଆଶା ଆଙ୍କାକ୍ଷା ସବୁରେ ପରିବର୍ତ୍ତନ ହେବାକୁ ଲାଗୁଛି । ଆଧୁନିକ ସମାଜରେ ,ପଛରେ ପଡିଛି, ଅନ୍ଧବିଶ୍ୱାସ କୁସଂସ୍କାର ପ୍ରଭୃତି । ଚାକରର ପୁଅ ଚାକର ହେବ କି ଡ୍ରାଇଭର ପୁଅ ଡ୍ରାଇଭର ହେବ ଏହି ଭଳି ନିଚ ପ୍ରଥା ନାହିଁ ଆଉ ଏଇ ସଭ୍ୟ ସମାଜରେ । ତେବେ ଦୃଢ ମନୋବଳ ମାଧ୍ୟମରେ କିଛି ବି ହୋଇପାରେ ବୋଲି କରି ଦେଖାଇଛନ୍ତି ବହୁ ଚର୍ଚ୍ଚିତ କନ୍ନଡ କଳାକାର ନବୀନ ଗୌଡ ।
ଦିନ ଥିଲା ୩୦୦ଟଙ୍କା ନେଇ ଘରୁ ବାହାରି ଆସିଥିଲେ ନିଜ ସ୍ୱପ୍ନର ଦୁନିଆରେ ନିଜ କ୍ୟାରିୟର ଗଢି ତେଳିବାକୁ । କାଲିର ସେଇ ୩୦୦ ଟଙ୍କା ଆଜି ୨୫୦ କୋଟି ବକ୍ସ ଅଫିସରେ ବେପାର କରୁଛି । କୁହାଯାଏ, ରିଜିଓନାଲ ଇଣ୍ଡଷ୍ଟ୍ରିରେ କାମ କରିବେ ତ ଆଗକୁ ବଢି ପାରିବେ ନାହିଁ କିନ୍ତୁ ଏହି କନ୍ନଡ ସୁପରଷ୍ଟାର ରକିଂ ବା ୟସ ନିଜର କେଜଜିଏଫ ଫିଲ୍ମ ମାଧ୍ୟମରେ ରିଜିଓନାଲ ଇଣ୍ଡଷ୍ଟ୍ରିକୁ ବିଶ୍ୱ ଦରବାରକୁ ଆଣି ଛିଡା କରି ଦେଇଛନ୍ତି ।
କର୍ଣ୍ଣାଟକର ହସନ ଜିଲ୍ଲାର ବୁଭାନାହାଲି ଗାଁରେ ଏହି ହିରୋଙ୍କ ଜନ୍ମ । ପିତା ଟ୍ରାନ୍ସପୋର୍ଟର୍ରେ କାମ କରୁଥିବା ବେଳେ ମା ଗୃହିଣୀ । ଇଣ୍ଡଷ୍ଟ୍ରୀରେ ୟସ ନାମରେ ବେଶ ପରିଚିତ ଏହି ହିରୋ ନିଜର ପାଠପଢା ସାରି ବେନେକା ଡ୍ରାମା ଟ୍ରୁପରେ ଯୋଗ ଦେଇଥିଲେ । ୟସ ୨୦୦୫ ମସିହାରେ ଟିଭି ସିରିୟଲ ନନ୍ଦା ଗୋକୁଳ ଜରିଆରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଅନେକ ଫିଲ୍ମ ଓ ସିରିୟଲ କରିବା ପରେ ୨୦୧୦ରେ ଫିଲ୍ମ ମୋଦାସାଲାରେ ତାଙ୍କୁ ମିଳିଥିଲା ବ୍ରେକ୍ । ଏହି ଫିଲ୍ମ ଟି ହିଟ୍ ହେବା ପରେ ଆଉ ପଛକୁ ଫେରିଚାହି ନାହାନ୍ତି ୟସ । ସେଶରେ କେଜିଏଫ ଚାପ୍ଟର ୧ର ରକି ଭାଇ ତାଙ୍କୁ ପରିଚିତ କରାଇଲା ଲୋକେ ତାଙ୍କୁ ୟସ ବଦଳରେ ରକି ଭାଇ ନାମରେ ଡାକିବାକୁ ଲାଗିଲେ । ରାତିରାତି ବଢିଲା ୟସଙ୍କ ଡିମାଣ୍ଡ । କେଜିଏଫ ୧ ର ବଡ ସଫଳତା ପରେ କେଜିଏଫ୨ ତାଙ୍କ କ୍ୟାରିୟକୁ ଆଉ ବେଶି ଆଗକୁ ନେବ । ସେ ଗୋଲିଏ ଫିଲ୍ମ ପାଇ ୧୫ କୋଟି ଚାର୍ଜ କରନ୍ତି । ୨୦୧୬ରେ ସେ ରାଧିକା ପଣ୍ଡତଙ୍କୁ ବିବାହ କରିଥିଲେ । ଉଭୟଙ୍କର ୨ଟି ସନ୍ତାନ ମଧ୍ୟ ଅଛି ।