କୃଷ୍ଣସାର ମୃଗ ଶିକାର ମାମଲାରେ ଭାଇଜାନଙ୍କୁ ଆଶ୍ୱସ୍ତି

208
କୃଷ୍ଣସାର ମୃଗ ଶିକାର ମାମଲାରେ ଭାଇଜାନଙ୍କୁ ଆଶ୍ୱସ୍ତି

ଡୁମାଣୀଟିଭି.୨୨/୩ : କୃଷ୍ଣସାର ମୃଗ ତଥା କଳା ହରିଣ ଶିକାର ମାମଲାରେ ବଲିଉଡର ଭାଇଜାନ ସଲମାନ ଖାନ୍ଙ୍କୁ ମିଳିଛି ବଡ ଆଶ୍ୱସ୍ତି। ସୋମବାର ଦିନ ରାଜସ୍ଥାନ ହାଇକୋର୍ଟ ହରିଣ ଶିକାର ମାମଲାରେ ସୁପରଷ୍ଟାର ସଲମାନ ଖାନଙ୍କ ମାମଲା ସ୍ଥାନାନ୍ତର ଆବେଦନକୁ ଅନୁମୋଦନ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ଇଘଓ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସଲମାନ ଖାନଙ୍କ ସହ ଜଡିତ ସମସ୍ତ ଆବେଦନର ଶୁଣାଣି ରାଜସ୍ଥାନ ହାଇକୋର୍ଟରେ ହେବ। ସୂଚନା ମୁତାବକ, ସଲମାନ ଖାନ୍ ସେସନ୍ କୋର୍ଟରେ ବିଚାରାଧୀନ ଆବେଦନକୁ ହାଇକୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସେସନ କୋର୍ଟରେ ଏକ ଆବେଦନ କରିଥିଲେ, ଯାହା ପରେ ଏବେ ଏହି ନିଷ୍ପତ୍ତି ସାମ୍ନାକୁ ଆସିଛି।

ଉଲ୍ଲେଖ ଯୋଗ୍ୟ କି, କଳା ହରିଣ ଶିକାର ମାମଲାରେ ସଲମାନ ଖାନ୍ ଏବେ ଜାମିନରେ ଅଛନ୍ତି। ୫ ଏପ୍ରିଲ ୨୦୧୮ରେ ଟ୍ରାଏଲ କୋର୍ଟ ସଲମାନ ଖାନଙ୍କୁ କଳା ହରିଣ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୫ ବର୍ଷର ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ। ଏହି ମାମଲା ସହ-ଅଭିଯୁକ୍ତ, ଅଭିନେତା ସୈଫ ଅଲ୍ଲି ଖାନ, ଅଭିନେତ୍ରୀ ନୀଲମ, ତବୁ ଏବଂ ସୋନାଲି ବେନ୍ଦ୍ରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।
ହେଲେ ସଲମାନଙ୍କୁ ସେହି ସମୟରେ ଗିରଫ କରାଯାଇ ଯୋଧପୁର ଜେଲକୁ ପଠାଯାଇଥିଲା। ଏହାପରେ ତିନି ଦିନ ପରେ କୋର୍ଟ ଦେଇଥିବା ଜାମିନ ଆଧାରରେ ତାଙ୍କୁ ଜେଲ୍ରୁ ମୁକ୍ତ କରାଯାଇଥିଲା। ଏଥିସହ କୋର୍ଟ ସଲମାନଙ୍କୁ ଆର୍ମସ ଆକ୍ଟ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ। ତେବେ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟ ସରକାର ଉପର କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

Leave A Reply

Your email address will not be published.